ଦଙ୍ଗା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିଲେ ବିଜେପି ଟିମ; ଅଟକାଇଲା ପୋଲିସ

କର୍ଫ୍ୟୁର ଆଳ ଦେଖାଇ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ । ଦଙ୍ଗା ପୀଡିତଙ୍କୁ ଭେଟିବା ପାଇଁ ଯାଉଥିଲେ ବିଜେପି ନେତା ।

ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଝାରସୁଗୁଡ଼ା/ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ରୋକିଲା ପୋଲିସ । ବର୍ତ୍ତମାନ ସମସ୍ତ ନେତାଙ୍କୁ ଠେଲକୋଲି ଥାନାରେ ଅଟକ ରଖିଛି ପୋଲିସ । ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ବିଜେପି ନେତାଙ୍କୁ ପ୍ରଥମେ ଅଟକ ରଖି ସେମାନଙ୍କୁ ଗିରଫ କରିଛି ଠେଲକୋଲି ପୋଲିସ ।ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କର୍ଫ୍ୟୁର ଆଳ ଦେଖାଇ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି। ଏହି ଟିମ୍ ସମ୍ବଲପୁର ଯାଇ ଆହତଙ୍କୁ ଭେଟିବାକୁ ଯାଇଥାନ୍ତେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥାନ୍ତେ। ଏବେ ଠେଲକୁଲି ଥାନାରେ ପୁଲିସ ଛାଉଣୀ ରହିଛି।



ଏନେଇ ମନମୋହନ ସାମଲ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସାଂସଦଙ୍କର ସ୍ବାଧିକାର ଭଙ୍ଗ ହୋଇଛି। ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। କଲେକ୍ଚରଙ୍କ ଆଦେଶ ସମ୍ପର୍ଣ୍ଣ ବେଆଇନ । ଏପରି ଆଦେଶ ନିହାତି ନନ୍ଦନୀୟ ବିଷୟ । ଏହା ବିରୋଧରେ ସରକାର ଯାହା କାର୍ଯ୍ଯାନୁଷ୍ଠାନ ନେବେ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ ।
Published by:Soumya Das
First published: