News18 Odia Digital
ଭୁବନେଶ୍ୱର: ନିଜ ଉପରିସ୍ଥ ପୋଲିସ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ପୋଲିସ ସିପାହୀ । ସେହି ଉପରିସ୍ଥ ଅଧିକାରୀଙ୍କୁ ଯୁବତୀ ଯୋଗାଇ ନ ଦେବାରୁ ଗଲା ଦୁଇ ମାସ ହେବ ସେ ତାଙ୍କୁ ମାନସିକ ନିର୍ଯ୍ୟାତନା ସାଙ୍ଗକୁ ବଦଳି ଧମକ ଦେଇଆସୁଥିଲେ ବୋଲି କହିଛନ୍ତି ସିପାହୀ । ଶେଷରେ ବାଧ୍ୟ ହୋଇ ସିପାହୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ନିହାର ରଞ୍ଜନ ନାୟକ ନାମକ ଏହି ସିପାହୀଙ୍କ ପତ୍ନୀ ସୋମବାର ଦିନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ନାୟକଙ୍କ ଏହି ଗୁରୁତର ଅଭିଯୋଗର ସାମନା କରୁଥିବା ଅଧିକାରୀ ହେଉଛନ୍ତି ସପ୍ତମ ବାଟାଲିୟନର କମାଣ୍ଡାଣ୍ଟ୍ ଡିସିପି (ଆର୍ମଡ଼) ବିଜୟ କୁମାର ସାହୁ । ନିର୍ଯ୍ୟାତନା ସହି ନ ପାରି ସିପାହୀ ନିହାର ରଞ୍ଜନ ନାୟକ ଦୁଇ ଦିନ ତଳେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…‘‘ସିପାହୀଙ୍କ ପତ୍ନୀ ମୋତେ ଭେଟିଥିଲେ ଓ ଡିସିପି (ଆର୍ମଡ଼) ବିଜୟ କୁମାର ସାହୁଙ୍କ ବିରୁଦ୍ଧରେ ଅଭିଯଓଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ ମାନସିକ ଅତ୍ୟାଚାର କରାଯାଇଛି । ଏହି ଅଭିଯୋଗକୁ ବିଶେଷ ଗୁରୁତ୍ୱର ସହିତ ଆମେ ନେଇଛୁ । ଆଡିସିନାଲ୍ ସି.ପି. ରେଖା ଲୋହାନୀଙ୍କୁ ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି,’’ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲାପୀଡ଼ିତ ସିପାହୀ ନିହାର ରଞ୍ଜନ ନାୟକ ୭ମ ବାଟାଲିୟନରେ ଫାମିଲି ୱଲେଫେୟାର ସେଣ୍ଟରର ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି । ସେଠାରେ ସେ ମହିଳା ଓ ଯୁବତୀମାନଙ୍କୁ ଟ୍ରେନିଂ ଦିଅନ୍ତି ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା‘‘ମୋ’ ସ୍ୱାମୀ ଟ୍ରେନିଂ ନେଉଥିବା ଯୁବତୀମାନଙ୍କ ଉପରେ ଡିସିପି ବିଜୟ ସାହୁଙ୍କ ଲୋଲୁପ ଦୃଷ୍ଟି ଥିଲା । ସେ ମୋ’ ସ୍ୱାମୀଙ୍କୁ ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ । ତାଙ୍କ କଥାରେ ରାଜି ନ ହେବାରୁ ସେ କିଛି ମାସ ହେବ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ଓ ତାଙ୍କୁ ଅନ୍ୟତ୍ର ବଦଳି କରିଦେବାକୁ ଧମକ ଦେଉଥିଲେ । ସେଇଥି ପାଇଁ ଗତ ଦୁଇ ମାସ ହେବ ମୋ’ ସ୍ୱାମୀଙ୍କ ମାନସିକ ଅବସ୍ଥା ଭଲ ନ ଥିଲା,’’ କହିଛନ୍ତି ସିପାହୀ ନିହାରଙ୍କ ସ୍ତ୍ରୀ ସୁନିତା ଲେଙ୍କା ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍ହେଲେ ଆର୍ମଡ଼ କମାଣ୍ଡାଣ୍ଟ୍ ଡିସିପି ବିଜୟ କୁମାର ସାହୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦୃଢ଼ୋକ୍ତି କରିଛନ୍ତି । ‘‘ନିହାରଙ୍କୁ ମୁଁ ଯୁବତୀ ଯୋଗାଇବାକୁ କହୁଥିବା କଥା ମିଛ । ତାଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ସେ ମୋ’ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଅଭିଯୋଗର ସତାସତ୍ୟ ପାଇଁ ମୁଁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି,’’ କହିଛନ୍ତି ସାହୁ ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଏହି ଅଭିଯୋଗର ତଦନ୍ତ ପରେ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନିଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।