ଢେଙ୍କାନାଳ: ମେଳାରେ ଯୁକ୍ତତର୍କ ପରେ ପୋଲିସ କନଷ୍ଟେବଳଙ୍କୁ ଗୁଳି ମାରିଲେ ଯୁବକ; ମୃତ୍ୟୁ ହେଲା

କିଛି ଯୁବକ ଦୋଳଯାତ୍ରା ମେଳାରେ ବୁଲୁଥିବା ବେଳେ କୌଣସି କାରଣ ନେଇ ସାହୁଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ତା’ପରେ ସେମାନଙ୍କୁ ମଧ୍ୟରୁ ଜଣେ ନିଜ ପାଖରେ ଥିବା ବନ୍ଧୁକ କାଢ଼ି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଢେଙ୍କାନାଳ: ମେଳାରେ ଯୁକ୍ତତର୍କ ପରେ ପୋଲିସ କନଷ୍ଟେବଳଙ୍କୁ ଗୁଳି ମାରିଲେ ଯୁବକ; ମୃତ୍ୟୁ ହେଲା
ଢେଙ୍କାନାଳ ଡାକ୍ତରଖାନାରୁ ରାମ ସାହୁଙ୍କୁ ସ୍ଥାନାନ୍ତରିତ କରାଯାଉଛି ।
  • News18 Odia
  • Last Updated: March 14, 2020, 4:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ସାମାନ୍ୟ ବଚସାକୁ କେନ୍ଦ୍ର କରି ଢେଙ୍କାନାଳରେ ଜଣେ ଇଣ୍ଡିଆନ ରିଜର୍ଭ ପୋଲିସ (ଆଇ.ଆର୍‌.ବି.) କନଷ୍ଟେବଳଙ୍କ ଉପରେ ଗୁଳି ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଜଣେ ଯୁବକଙ୍କ ସହ କନଷ୍ଟେବଳ ରାମ ସାହୁଙ୍କ ଯୁକ୍ତିତର୍କ ହେବାରୁ ଯୁବକ ଉତ୍ତେଜିତ ହୋଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । କଟକ ଏସିବିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି ।

ଗୁଳିକାଣ୍ଡ ଶୁକ୍ରବାର ରାତି ପ୍ରାୟ ୧୧.୩୦ମିନିଟରେ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଚାଲିଥିବା ଦୋଳଯାତ୍ରାରେ ଘଟିଥିଲା । ସୁରକ୍ଷା ଦୃଷ୍ଟିରୁ ମେଳାରେ ଢେଙ୍କାନାଳ ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା । କନଷ୍ଟେବଳ ରାମ ସାହୁ ସେମାନଙ୍କ ମଧ୍ୟରେ ଥିଲେ । କିଛି ଯୁବକ ଉକ୍ତ ମେଳାରେ ବୁଲୁଥିବା ବେଳେ କୌଣସି କାରଣ ନେଇ ସାହୁଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ଫଳରେ ସେମାନଙ୍କୁ ମଧ୍ୟରୁ ଜଣେ ନିଜ ପାଖରେ ଥିବା ବନ୍ଧୁକ କାଢ଼ି ସାହୁଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଗୁଳିଟି ସାହୁଙ୍କ ଡାହାଣ ପଟ କାନ୍ଧରେ ବାଜିଥିଳା ଓ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗୁଳି ମାଡ କରିଥିବା ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏ ନେଇ ଢେଙ୍କାନାଳ ସଦର ଥାନାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି ।

ଘଟଣା ଘଟିବା ପର ଠାରୁ ଗାଁରେ ଚାପା ଉତେଜନା ଲାଗି ରହିଛି । ସଦର ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଅଭିଯୁକ୍ତକୁ ଖୋଜାଖୋଜି କରିବା ସହ ଛାନଭିନ ଆରମ୍ଭ କରିଛି।

ତେବେ କାହିଙ୍କି ଓ କେଉଁ ପରିସ୍ଥିତିରେ ଯୁକ୍ତିତର୍କ ହେଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅଭିଯୁକ୍ତ ଯୁବକ ଜଣକ ବ୍ୟବହାର କରିଥିବା ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ ତାହା ବି ଅସ୍ପଷ୍ଟ ଅଛି ।
First published: March 14, 2020, 4:44 PM IST