୧୫ତମ ପ୍ରତିଷ୍ଠା ଦିବସ ପାଳିବ କମିଶନରେଟ ପୋଲିସ

ରବିବାର ଭୁବନେଶ୍ଵରର ବିଭିନ୍ନ ବସ୍ତିରେ “ବସ୍ତିକୁ ଚାଲ” ଅଭିଯାନ କ୍ରମରେ ପୁଲିସ ମିତ୍ର ସହଯୋଗୀତାରେ ବସ୍ତି ଜନସାଧାରଣଙ୍କ ସହିତ ଉତ୍ସବ ପାଳନ କରିଥିଲା କମିଶନରେଟ ପୋଲିସ ।

ସହରାଞ୍ଚଳ ପୁଲିସ ତରଫରୁ ବହୁମୂଖୀ କାର୍ଯ୍ୟକ୍ରମ ସହିତ ସାପ୍ତାହିକ ଉତ୍ସବ ଦିବସ ପାଳନ

ସହରାଞ୍ଚଳ ପୁଲିସ ତରଫରୁ ବହୁମୂଖୀ କାର୍ଯ୍ୟକ୍ରମ ସହିତ ସାପ୍ତାହିକ ଉତ୍ସବ ଦିବସ ପାଳନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି ଭୁବନେଶ୍ଵର-କଟକ ଦୈତ୍ୱ ନଗର ପୋଲିସ କମିଶନରେଟର ପାଳନ କରିବ ୧୫ତମ ପ୍ରତିଷ୍ଠା ଦିବସ ।  ଏହି ପ୍ରତିଷ୍ଠା ଦିବସକୁ ଆଖି ଆଗରେ ରଖି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ବହୁମୂଖୀ କାର୍ଯ୍ୟକ୍ରମ ସହିତ ସାପ୍ତାହିକ ଉତ୍ସବ ଦିବସ ପାଳନ କରାଯାଉଛି । ଏହି ୧୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରବିବାର ଭୁବନେଶ୍ଵର ସହରର ବିଭିନ୍ନ ବସ୍ତିରେ “ବସ୍ତିକୁ ଚାଲ” ଅଭିଯାନ କ୍ରମରେ ପୁଲିସ ମିତ୍ର ସହଯୋଗୀତାରେ ବସ୍ତି ଜନସାଧାରଣଙ୍କ ସହିତ ଉତ୍ସବ ପାଳନ କରିଥିଲା ।

ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ହାଡବାଇ ବସ୍ତିରେ କୁନି ପିଲାମାନଙ୍କୁ ନେଇ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୈତ୍ୟନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ  ସମେତ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଆଇପିଏସ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ବିଭିନ୍ନ ଶିକ୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ମନ ମୋହିଥିଲେ । ବସ୍ତିର ବିଭିନ୍ନ ନିଶା ଦ୍ରବ୍ୟ, ଅସାମାଜିକ କାର୍ଯ୍ୟକଳାପ ଠାରୁ ବସ୍ତି ବାସିନ୍ଦା କିପରି ନିବୃତ ରହିବେ ସେଥିପାଇଁ ପରାମର୍ଶ ଦେଇଥିଲେ ପୋଲିସ କମିଶନର ।

୧୫ତମ ପ୍ରତିଷ୍ଠା ଦିବସ ପାଳିବ କମିଶନରେଟ ପୋଲିସ


ଏହି ୧୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମଣ ନାଏକ ବସ୍ତିରେ ମଧ୍ୟ “ବସ୍ତିକୁ ଚାଲ” ଅଭିଯାନ କ୍ରମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ନୟାପଲ୍ଲୀ ଥାନାଧିକାରୀ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ପୁଲିସ ମିତ୍ର ମାନଙ୍କୁ ବିଗତ ଦଶହରା ଉତ୍ସବ ସମୟରେ ସେମାନଙ୍କର ଉତ୍ତମ ସେବା ପ୍ରଦାନ କରିବା ଉପଲକ୍ଷେ ମାନପତ୍ର ପ୍ରଦାନ କରିଥିଲେ ।

ସେହିପରି ଭାବେ ଇନ୍ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ବସ୍ତିରେ ମଧ୍ୟ “ବସ୍ତି କୁ ଚାଲ” ଅଭିଯାନ କ୍ରମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୬ନଂ ଜୋନର ଏସିପି, ଇନ୍ଫୋସିଟି ଥାନାଧିକାରୀ ଓ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଏହି ୧୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୂର୍ବରୁ ଭୁବନେଶ୍ୱର କମିସନରେଟ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Published by:Soumya Das
First published: