ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର୍: ୨୨ ଲକ୍ଷ ଟଙ୍କା ଥିବା ଏକ ପେଟିକୁ ଛାତ ଉପରକୁ ଫିଙ୍ଗିଲେ

ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର୍: ୨୨ ଲକ୍ଷ ଟଙ୍କା ଥିବା ଏକ ପେଟିକୁ ଛାତ ଉପରକୁ ଫିଙ୍ଗିଲେ

Vigilance raids Odisha Police Housing Welfare Corporation official Pratap Kumar Samal houses | ଓଡି଼ଶା ପୋଲିସ ହାଉସିଂ ୱେଲଫେୟାର୍ କର୍ପୋରେସନର ଡେପୁଟି ମ୍ୟାନେଜର୍ ପ୍ରତାପ କୁମାର ସାମଲଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ତାଙ୍କ ଅମାପ ଆୟ-ବର୍ହିଭୁତ ସମ୍ପତ୍ତି ଠାବ କରିଛି ।

ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର୍: ୨୨ ଲକ୍ଷ ଟଙ୍କା ଥିବା ଏକ ପେଟିକୁ ଛାତ ଉପରକୁ ଫିଙ୍ଗିଲେ
ପ୍ରତାପ କୁମାର ସାମଲ; (ଡାହାଣ) ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା
  • News18 Odia
  • Last Updated: November 10, 2021, 12:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡି଼ଶା ପୋଲିସ ହାଉସିଂ ୱେଲଫେୟାର୍‌ କର୍ପୋରେସନର ଡେପୁଟି ମ୍ୟାନେଜର୍‌ ପ୍ରତାପ କୁମାର ସାମଲଙ୍କ ଘର ଓ ଅଫିସ୍‌ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ତାଙ୍କ ଆୟ-ବର୍ହିଭୁତ ସମ୍ପତ୍ତି ଠାବ କରିଛି । ତାଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରୁ ଜବତ ହୋଇଛି ନଗଦ ୩୮ ଲକ୍ଷ ୧୨ ହଜାର ଟଙ୍କା । ଏବେ ସୁଦ୍ଧା ପ୍ରତାପଙ୍କର ୨୫ଟି ଅସ୍ଥାବର ସମ୍ପତ୍ତି ଠାବ ହୋଇସାରିଛି । ସେଥିରେ ରହିଛି ୨୨ଟି ପ୍ଲଟ୍‌ । ଏ ସବୁ ସମ୍ପତ୍ତିର ସଠିକ୍ ହିସାବ ଭିଜିଲାନ୍ସକୁ ସେ ଦେଇ ନ ପାରିବାରୁ ତାଙ୍କୁ ଅଟକ ରଖି ଜେରା କରୁଛି ଭିଜିଲାନ୍ସ ବିଭାଗ ।

ପ୍ରତାପ କୁମାର ସାମଲଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସର ୧୦ଟି ଟିମ୍ ମଙ୍ଗଳବାର ଭୋରରୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ । ଜଣେ ଅତିରିକ୍ତ ଏସ୍‌.ପି.ଙ୍କ ନେତୃତ୍ୱରେ ପାଞ୍ଚ ଜଣ ଡି.ଏସ୍‌.ପି. ଓ ସାତ ଜଣ ଆଇ.ଆଇ.ସି. ରେଡରେ ସାମିଲ ଥିଲେ । ସହିଦ ନଗରରେ ଥିବା ପ୍ରତାପଙ୍କ ଅଫିସ ସମେତ ଭୁବନେଶ୍ୱର ନୟାପଲ୍ଲୀରେ ଏନ୍‌-୬ରେ ଥିବା ତିନି-ମହଲା ଘର, ଜୟଦେବ ବିହାର ଛକ ପାଖରେ ଥିବା ୬-ମହଲା ବିଲଡିଂ, ଖଣ୍ଡଗିରି ସରକନ୍ତରାରେ ଥିବା ଏକ-ମହଲା ଘର ଆଦି ସ୍ଥାନରେ ଚଢ଼ାଉ ହୋଇଥିଲା । ତାଙ୍କର ଜୟଦେବ ବିହାର ନରେନ୍ଦ୍ର ଭିଲ୍ଲାରେ ଏକ ଆପାଟମେଣ୍ଟରେ ବି ଏକ ଫ୍ଲାଟ୍ ଅଛି । ଭଦ୍ରକ ବାସୁଦେବପୁରରେ ତାଙ୍କର ରହିଛି ଏକ ତିନି-ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ । ହରିପୁର ବାଲେଶ୍ୱରରେ ଥିବା ତାଙ୍କ ପୈତୃକ ଘର ସମେତ ଏହି ସବୁ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ବିବୃତିରେ ସ୍ପଷ୍ଟ କରାଯାଇଛି ଯେ ଭଦ୍ରକରୁ ଭୁବନେଶ୍ୱର ଓ ବାଲେଶ୍ୱରରୁ ଖୋର୍ଦ୍ଧାରେ ପ୍ରତାପଙ୍କର ସମ୍ପତ୍ତି ରହିଛି । ଭଦ୍ରକରେ ତାଙ୍କ ନାମରେ ରହିଛି ପାଞ୍ଚଟି ପ୍ଲଟ୍‌ ସାଙ୍ଗକୁ ଏକ ଚାରି-ମହଲା ଘର । ତାଙ୍କ ସ୍ତ୍ରୀ ସସ୍ମିତା ସାମଲଙ୍କ ନାମରେ ରହିଛି ୧୪ଟି ପ୍ଳଟ୍‌ ଓ ଗୋଠପାଟଣାରେ ୩ କୋଟି ୨୫ ଲକ୍ଷ ୬୦ ହଜାର ମୂଲ୍ୟର ଏକ ପାଞ୍ଚ-ମହଲା ଘର । ସରକାନ୍ତରାରେ ମଧ୍ୟ ସସ୍ମିତାଙ୍କ ନାମରେ ରହିଛି ଗୋଟିଏ ଏକ-ମହଲା ଘର । ତାଙ୍କ ପୁଅ ପ୍ରୀତମଙ୍କ ନାମରେ ଖୋର୍ଦ୍ଧାରେ ରହିଛି ଚାରିଟି ପ୍ଲଟ୍‌ । ଜୟଦେବ ବିହାରରେ ଥିବା ନରେନ୍ଦ୍ର ଭିଲ୍ଲା ଆପାର୍ଟମେଣ୍ଟରେ ବି ତାଙ୍କର ରହିଛି ଏକ ଫ୍ଲାଟ୍‌ ।

ପ୍ରତାପ କୁମାର ସାମଲଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ ।


ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଭୋର୍‌ ଭିଜିଲାନ୍ସ ରେଡ୍‌ କରିବାକୁ ଯିବା ସମୟରେ ୨୨ ଲକ୍ଷ ଟଙ୍କା ଥିବା ଏକ ପେଟିକୁ ଛାତ ଉପରକୁ ଫିଙ୍ଗିଦେଇଥିଲେ ପ୍ରତାପ । ୪୫ ମିନିଟ ଧରି ସେ ଘରର କବାଟ ଖୋଲି ନ ଥିଲେ । ଭିଜିଲାନ୍ସ ଟିମକୁ ଘର ବାହାରେ ଛିଡ଼ା ହେବାକୁ ପଡ଼ିଥିଲା । ରେଡ୍‌ ବେଳେ ପ୍ରତାପଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ୍‌ ଠାବ କରିଛି ଭିଜିଲାନ୍ସ । ବିପୁଳ ପରିମାଣର ସୁନା ବି ଜବତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ାଗଲା; ଘର ବିଷୟରେ ପଚାରୁଥିଲେ ୨ ଜଣ ଦାଢ଼ି ଥିବା ଲୋକ

୧୯୮୭ ମସିହାରେ ଭଦ୍ରକରେ ଥିବା ବରପଦା ସ୍କୁଲ୍‌ ଅଫ୍ ଇଞ୍ଜିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍‌ କରିଥିଲେ ପ୍ରତାପ । ୧୯୮୮ ମସିହାରେ ଓଡି଼ଶା ପୋଲିସ ୱେଲଫେୟାର୍‌ କରପୋରେସନରେ ଜୁନିୟର୍‌ ଇଞ୍ଜିନିୟର୍‌ ଭାବେ ସେ ଚାକିରି କରିଥିଲେ । ୨୦୧୩ ମସିହାରେ ସେ ଡେପୁଟି ମ୍ୟାନେଜର୍‌ ଭାବେ ପଦୋନ୍ନତି ପାଇ ରାଉଲକେଲା, ବଲାଙ୍ଗିର, କେନ୍ଦୁଝର ଓ କଟକରେ ଚାକିରି କରିଥିଲେ । ୨୦୧୯ ମସିହାରେ ପୁଣି ଥରେ ପୋଲିସ ୱେଲଫେୟାର୍‌ କରପୋସନର ଡେପୁଟି ମ୍ୟାନେଜର ହୋଇଥିଲେ ସେ ।

ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

୨୩ ବର୍ଷର ଚାକିରି ଭିତରେ ପ୍ରତାପ ଠୁଳ କରିଥିବା ଅଚଳାଚଳ ସମ୍ପତ୍ତି ଦେଖି ତାଜୁବ୍ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀମାନେ । ଏଠାରେ ପ୍ରଶ୍ନ ଉଠୁଛି ଯେ ସେ କେମିତି କୋଟିପତି ହେଲେ? ଚାକିରି ଟଙ୍କା ବ୍ୟତୀତ ଆଉ କ’ଣ ଥିଲା ତାଙ୍କ ଆୟର ଉତ୍ସ? ସେ ପୋଲିସ ୱେଲଫେୟାର୍‌ ବିଭାଗରେ ଜାଲିଆତି କରିଥିବା ଓ ଟେଣ୍ଡର୍‌ ନାମରେ ଟଙ୍କା କାରବାର କରିଥିବା ସନ୍ଦେହ କରାଯାଉଛି ।
Published by: Anand S.T. Das
First published: November 10, 2021, 12:01 AM IST