ପ୍ରେମ ପାଇଁ ପୋଲିସ ଏଏସଆଇ ଆହତ: ଫିଲ୍ମ ଷ୍ଟାଇଲରେ କିଡନାପ୍ ପରେ ନିର୍ଦ୍ଧୁମ ମାଡ଼
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର: ପ୍ରେମ ବ୍ୟାପାରକୁ (love matter) ନେଇ ଯୁବକକୁ ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ନିର୍ଦ୍ଧୁମ ମାଡ଼ । ପୋଲିସ ଧରିବାକୁ ଚେଷ୍ଟା କରିବା ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇଲେ ଦୁର୍ବୃତ୍ତ । ଏଥିରେ ପୋଲିସ ଏଏସଆଇ (police asi) ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ (ganjam) ଜିଲ୍ଲା ଚିକିଟି ବ୍ଲକ ଲକ୍ଷ୍ମୀପୁର ଛକରେ ।
ଲକ୍ଷ୍ମୀପୁର ଗାଁର ଜିତେନ୍ଦ୍ର ପ୍ରଧାନକୁ ଗତକାଲି ରାତିରେ ପାଞ୍ଚ ଜଣ ଯୁବକ ଏକ କାରରେ ବଳପୂର୍ବକ ବସାଇ ଗାଁ ରାସ୍ତାରୁ ଉଠାଇ ନେଇଥିଲେ (kidnap) । ଏହାକୁ ଦେଖି କିଛି ଯୁବକ କାର ପିଛା କରିବା ସହ କେ.ନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ଦୁର୍ବୃତ୍ତମାନେ ଜିତେନ୍ଦ୍ରଙ୍କୁ ବ୍ରହ୍ମପୁର ଚିକିଟି ରାସ୍ତାର ଟାମଣା ଅଞ୍ଚଳର ଏକ ନିର୍ଜନ ସ୍ଥାନକୁ ନେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାପରେ ଜିତେନ୍ଦ୍ରଙ୍କୁ ଆଣି ଲକ୍ଷ୍ମୀପୁରରେ ଛାଡ଼ିବା ସମୟରେ ପୋଲିସକୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୋଲିସ କାରକୁ ଅଟକାଇବାକୁ ଚେଷ୍ଟା କରିବାରୁ କେ.ନୂଆଗାଁ ଥାନାର ପୋଲିସ ଏଏସଆଇ ବିଘ୍ନରାଜ ଦାସଙ୍କୁ ଦୁର୍ବୃତ୍ତମାନେ କାର ମଡାଇ ଦେଇଥିଲେ ।
ଏହି ଖବର ପଢ଼ନ୍ତୁ -
http://ବସ୍ ଚଳାଚଳ ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଧମକ !ପରେ କେ.ନୂଆଗାଁ ଥାନାର ଅଧିକ ପୋଲିସ କର୍ମଚାରୀ ପହଞ୍ଚି କାରକୁ (car) ଧରିଥିଲେ । ଏହାସହ କାରରେ ବସିଥିବା ୫ ଜଣ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ । ସମସ୍ତ ୫ ଯୁବକ ଚିକିଟି ବ୍ଲକ ଲାଲମେଣ୍ଟା ଅଞ୍ଚଳର । ଏମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଭଉଣୀକୁ ଭଲ ପାଉଥିଲେ ଜିତେନ୍ଦ୍ର । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା କେ.ନୂଆଗାଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।