News18 Odia Digital
କଟକ: ନକଲି ଔଷଧ କାରବାର ମାମଲାରେ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସେମାନେ ହେଲେ ନୟାସଡ଼କ ଓ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦି । ଉଭୟଙ୍କ ନିକଟରୁ ୮ ହାଜର ଷ୍ଟ୍ରିପ ନକଲି ଟେଲମା ୪୦ ଔଷଧ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ।
ଗିରଫ ହୋଇଥିବା ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଭି.ଆର ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜରର୍ସର ମାଲିକଙ୍କ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ବ୍ୟବସାୟୀଙ୍କୁ ଔଷଧ ବିତରଣ କରୁଥିଲେ । ତେବେ ନକଲି ଔଷଧ କାରବାର ଘଟଣାର ତଦନ୍ତ କରୁଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୋଲିସ ଏ ନେଇ ପ୍ରମାଣ ପାଇବା ପରେ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କ ଗୋଦାମ ଉପରେ ଚଢ଼ାଉ କରିଥିଲେ । ତେବେ ଏହି ଦୁଇ ଜଣ କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଓ ଅନ୍ୟ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେ ସବୁର ତଦନ୍ତ ଚାଲିଛି ବୋଲି କହିଛନ୍ତି କଟକ ଡିସିପି । ଏହା ସହିତ ଦୁଇ ଷ୍ଟକିଷ୍ଟଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ପୋଲିସ ତଦନ୍ତ କରିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।
https://odia.news18.com/news/odisha/cuttack-medicine-stockists-raided-over-alleged-sale-of-duplicate-medicines-tv-090922-lpd-nmc-124003.html"ଆମେ ଏହି ମାମଲାକୁ ଅତି ଗୁରୁତର ସହ ନେଇଛୁ । କେବଳ ନକଲି ଔଷଧ ବିକ୍ରି କରୁଥିବା ଲୋକ ନୁହଁନ୍ତି ବରଂ ଏହି ଔଷଧ ଗୁଡ଼ିକର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବା ଆମେ ମୁଖ୍ୟ ଲକ୍ଷ୍ୟ। ଗିରଫ ହେଇଥିବା ବ୍ୟବସାୟୀମାନଙ୍କୁ କେଉଁ ମାନେ ଔଷଧ ବିକ୍ରି କରୁଥିଲେ। ସେମାନେ ଏହି ଔଷଧଗୁଡ଼ିକୁ କାହା ପାଖରୁ କିଣୁଥିଲେ । ଏହା ସହିତ ଏହି ନକଲି ଔଷଧଗୁଡ଼ିକ କେଉଁଠାରେ ଉତ୍ପାଦନ ହେଉଥିଲା ସେ ନେଇ ଆମେ କିଛି ପ୍ରମାଣ ପାଇଛୁ। ସେହି ଦିଗରେ ମଧ୍ୟ ତଦନ୍ତ ଚାଲିଛି," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
https://odia.news18.com/news/odisha/cuttack-medicine-stockists-raided-over-alleged-sale-of-duplicate-medicines-tv-090922-lpd-nmc-124003.htmlନକଲି ଔଷଧ କାରବାର ମାମଲାରେ ପୂର୍ବରୁ କଟକରୁ ୫୦ ଲକ୍ଷ ଟଙ୍କାର ଔଷଧ ଜବତ କରିବା ସହ କଟକର ଦୁଇ ଷ୍ଟକିଷ୍ଟ ସଞ୍ଜୟ ଜଲାନ ଓ ରାହୁଲ କୟାଲଙ୍କୁ ଗରିଫ କରିଥିଲା । ଏହା ସଞ୍ଜୟ ଓ ରାହୁଲଙ୍କୁ ଔଷଧ ବିକ୍ରି କରିବା ଅଭିଯୋଗରେ ବିହାର ଗୟା ବାସିନ୍ଦା ଆଲୋକ ମିଶ୍ରା ଓ ହରିଶ କୁମାରଙ୍କୁ ମଧ୍ୟ ଗରିଫ କରିଥିଲା ପୁରିଘାଟ ପୋଲିସ । ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ମିଶାଇ ଏନେଇ ନକଲି ଔଷଧ କାରବାର ମାମଲାରେ ଗିରଫଦାରୀ ସଂଖ୍ୟା ୬ରେ ପହଁଚିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।