AIIMSର ୧୦ ଟଙ୍କାର ଟିକେଟକୁ ୫ ହଜାରରେ ବିକୁଥିଲେ; ଧରାପଡ଼ିଲେ ୧୩ ଜଣ ଦଲାଲ

ଏମ୍ସ ହସ୍ପିଟାଲର ବହିର୍ବିଭାଗରେ ଗିରଫ ଦଲାଲ ସକ୍ରିୟ ଥିଲେ। ଯେଉଁ ରୋଗୀମାନେ ହସ୍ପିଟାଲକୁ ଟିକେଟ କରିବାକୁ ଆସିଥାନ୍ତି, ଏହି ଅଭିଯୁକ୍ତମାନେ ନିଜକୁ ଉକ୍ତ ହସ୍ପିଟାଲରକର୍ମଚାରୀ କହିବା ସହ, ଟିକେଟ କରେଇଦେବା ଓ ଶୀଘ୍ର ଡାକ୍ତର ପରାମର୍ଶ କରିବାର ବିଶ୍ବାସ ଜନ୍ମାଇ ବିପୁଳ ଅର୍ଥ ଦାବି କରନ୍ତି।

AIIMSରୁ ଧରାପଡ଼ିଲେ ୧୩ ଜଣ ଦଲାଲ

AIIMSରୁ ଧରାପଡ଼ିଲେ ୧୩ ଜଣ ଦଲାଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ସରକାରୀ ହସ୍ପିଟାଲରେ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି କମିଶନରେଟ ପୋଲିସ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଦୀର୍ଘଦିନ ଧରି ଦଲାଲି କରୁଥିବା ୧୩ ଜଣ ଯୁବକକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ। ଗିରଫ ମଧ୍ୟରେ କିଛି ସ୍ଥାନୀୟ ଯୁବକ ହୋଇଥିଲା ବେଳେ ଆଉ କିଛି ବଙ୍ଗାଳୀ ଯୁବକ ଅଛନ୍ତି।

ପୋଲିସ ସୂଚନା ଅନୁସାରେ, ଏମ୍ସ ହସ୍ପିଟାଲର ବହିର୍ବିଭାଗରେ କିଛି ଦଲାଲ ସକ୍ରିୟ ଥିଲେ। ଯେଉଁ ରୋଗୀମାନେ ହସ୍ପିଟାଲକୁ ଟିକେଟ କରିବାକୁ ଆସିଥାନ୍ତି, ଏହି ଅଭିଯୁକ୍ତମାନେ ନିଜକୁ ଉକ୍ତ ହସ୍ପିଟାଲରକର୍ମଚାରୀ କହିବା ସହ, ଟିକେଟ କରେଇଦେବା ଓ ଶୀଘ୍ର ଡାକ୍ତର ପରାମର୍ଶ କରିବାର ବିଶ୍ବାସ ଜନ୍ମାଇ ବିପୁଳ ଅର୍ଥ ଦାବି କରନ୍ତି। ବିଶେଷ କରି ୧୦ଟଙ୍କାର ଟିକେଟକୁ ୧ ହଜାର ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଟିକେଟ ଦର ରଖି ନିରୀହ ଜନତାଙ୍କୁ ଚଞ୍ଚକତା କରି ଠକୁଛନ୍ତି।

ଏଭଳି କିଛି ଖବର ପାଇବା ପରେ ଖଣ୍ଡଗିରି ପୋଲିସ, ପି.ଓ.ପି.ଡିୟ ଟିମ ଓ ଟିମ- ୬୦ ଏକ ସ୍ପେଶାଲ ଟିମ କରି , ଏମ୍ସ ହସ୍ପିଟାଲ ବାହାରେ ନଜର ରଖିଥିଲେ। ଯେଉଁ ଯୁବକମାନେ ଏଭଳି କାମ କରୁଥିଲେ ସେମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କର ଗତିବିଧି ଉପରେ ନଜର ରଖା ଯାଇଥିଲା। ଶୁକ୍ରବାର ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ କରି ୧୩ ଜଣ ଦଲାଲକୁ ଚିହ୍ନଟ କରି କାବୁ କରିବାରେ ସକ୍ଷମ ହୋଇଥିଲେ।

ତଦନ୍ତ ବେଳେ ଜଣାପଡ଼ିଛି, ଅଭିଯୁକ୍ତ ଏମ୍ସ ବାହାରେ ବୁଲୁଥାନ୍ତି ଓ ସେଠାକୁ ଆସୁଥିବା ସାଧାରଣ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ତଥା ସମ୍ପର୍କୀୟଙ୍କୁ ନାନା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରନ୍ତି। ନିଜକୁ ଏମ୍ସର ଷ୍ଟାଫ ବୋଲି ପରିଚୟ ଦିଅନ୍ତି। ରୋଗୀମାନଙ୍କ ଠାରୁ ସେମାନଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜ ପତ୍ର ନେଇ ତାଙ୍କୁ ଓପିଡି ଟିକେଟ କରାଇଦେବାର ଲୋଭ ଦେଖାଇ ସେମାନଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଚଞ୍ଚକତା କରି ଠକି ନିଅନ୍ତି। ନିରୀହ ଜନତା ତାଙ୍କ ଜାଲରେ ଫଶି ତାଙ୍କୁ ଅଧିକ ଟଙ୍କା ଦିଅନ୍ତି ଓ ଅନେକ ସମୟରେ ଠକାମୀର ଶୀକାର ହୁଅନ୍ତି।

ଅଭିଯୁକ୍ତମାନଙ୍କୁ କାବୁ କରିବା ବେଳେ ପୋଲିସ ଟିମ୍ ହାତରୁ ଖସି ଯିବା ପାଇଁ ପୋଲିସ ସହ ସେମାନେ ଧସ୍ତା ଧସ୍ତି କରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଖଣ୍ଡଗିରି ଥାନା ପୋଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ ପ୍ରମାଣ ପାଇବାରେ ସକ୍ଷମ ହୋଇ ପାରିଛି ଓ ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ପୋଲିସ ତରଫରୁ ଗଣମାଧ୍ୟମ ଜରିଆରେ ସମସ୍ତ ଭୁବନେଶ୍ବର ବାସୀଙ୍କୁ ଅନୁରୋଧ କରାଯାଉଛି ଯେ , ଯଦି କୌଣସି ଅସମାଜିକ ବ୍ୟକ୍ତି ଦ୍ବାରା ଦାଦାବଟି, ଦଲାଲି, ବେଆଇନ ମଦ, ନିଶା, ଚୋରି, ଛିନତାଇ କରିବାର ସୂଚନା ଅଛି ତେବେ କମିଶନରେଟ ପୋଲିସର କ୍ରାଇମ ହେଳ୍ପଲାଇନ ନମ୍ବର- ୭୦୭୭୭୯୮୧୧୧ରେ ତୁରନ୍ତ ସୂଚନା ଦେଲେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ପୋଲିସକୁ ଖବର ଦେବେ ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Published by:Lipina Das
First published: