ମାଧୁରୀ ଓ ପିଣ୍ଟୁ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ନୂଆପଡ଼ା: ଦିନ ଥିଲା ହାତରେ ବନ୍ଧୁକ ଧରି ଚାରିଆଡେ ଖେଳାଇ ଦେଉଥିଲେ ଆତଙ୍କ । ପୋଲିସକୁ ନାକେଦମ୍ କରିଦେଉଥିଲେ। ସମାଜ ଆଢୁଆଳରେ ରହି ହିଂସା ଭିଆଉଥିଲେ। ଏବେ ସମାଜର ମୁଖ୍ଯ ସ୍ରୋତରେ ସାମିଲ ପାଇଁ ବଢ଼ାଇଛନ୍ତି ପାଦ । ଆଜି ହାତରେ ହାତକଡ଼ି ବଦଳରେ ପଡିଛି ହାତ ଗଣ୍ଠି। ବନ୍ଧୁକ ଜାଗାରେ ଧରିଛନ୍ତି ଜୀବନ ସାଥିର ହାତ। ପୋଲିସ ଉପସ୍ଥିତରେ ହୋଇଛି ଦୁଇ ହାର୍ଡକୋର ମାଓବାଦୀଙ୍କ ବିବାହ।
ପୋଲିସ ରିଜର୍ଭର ଶିବ ମନ୍ଦିର ଚାଲିଛି ବୈଦିକ ରୀତିନୀତିରେ ବାହାଘର । ବାହା ବେଦୀରେ ବସିଥିବା ଦମ୍ପତି ଆଉ କେହି ନୁହଁନ୍ତି ସେମାନେ ହେଉଛନ୍ତି ଦୁଇ ମାଓବାଦୀ । ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ଓ ଛତିଶଗଡର ରାହୁଲ ମୁସାକି ଓରଫ ପିଣ୍ଟୁ। ମାଧୁରୀ ୨୦୧୬-୧୭ରେ ମାଓ କ୍ୟାଡ଼ରରେ ଯୋଗ ଦେଇଥିଲେ। କିନ୍ତୁ ନିର୍ଯ୍ୟାତନା ସହି ନପାରି ନଭେମ୍ବର ୧୩ରେ କରିଥିଲେ ଆତ୍ମସମର୍ପଣ। ସେହିଭଳି ୨୦୨୧ ସେପ୍ଟେମ୍ବରରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ନୂଆପଡ଼ା ସହରର ରିଜର୍ଭ ପଡିଆରୁ ବାଜା ବଜାଇ ଶୋଭାଯାତ୍ରା କରି ବରଯାତ୍ରୀ ବାହାରି ପହଞ୍ଚି ଥିଲା ଶିବ ମନ୍ଦିର । ବରଯାତ୍ରୀରେ ଅଧିକାରୀମାନେ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ଅଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ। ବର ପିତା ଭାବରେ ନୂଆପଡ଼ା SDPO ପ୍ରଶାନ୍ତ ପଟ୍ଟନାୟକ ଇ କନ୍ୟାପିତା ଭାବରେ ଆଇଆଇସି କୈଳାଶ ସେଠୀ କନ୍ୟାଦାନ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।