ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ ଘଟଣା: ୫ଜଣଙ୍କୁ ଜେରା କରୁଛି ପୋଲିସ

ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଘଟଣାରେ ପାଞ୍ଚଜଣ ଯୁବକଙ୍କୁ ଅଟକ ରଖି ମାରାଥନ ଜେରା କରୁଛି ପୋଲିସ। ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସଠିକ ନଥିବା ହେତୁ ଡକାୟତିକୁ ଦାୟୀ କରୁଛନ୍ତି ଗ୍ରାହକ ଓ ବୁଦ୍ଧିଜୀବୀ।

ଲୁଟ ଘଟଣାରେ ପାଞ୍ଚଜଣ ଯୁବକଙ୍କୁ ଅଟକ ରଖି ମାରାଥନ ଜେରା କରୁଛି ପୋଲିସ (ପ୍ରତୀକାତ୍ମକ ଛବି)

ଲୁଟ ଘଟଣାରେ ପାଞ୍ଚଜଣ ଯୁବକଙ୍କୁ ଅଟକ ରଖି ମାରାଥନ ଜେରା କରୁଛି ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଢେଙ୍କାନାଳ: ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସୁନାଗହଣା ଲୁଟ ଘଟଣାରେ ପାଞ୍ଚଜଣ ଯୁବକଙ୍କୁ ଅଟକ ରଖି ମାରାଥନ ଜେରା କରୁଛି ପୋଲିସ। ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସଠିକ ନଥିବା ହେତୁ ଡକାୟତିକୁ ଦାୟୀ କରୁଛନ୍ତି ଗ୍ରାହକ ଓ ବୁଦ୍ଧିଜୀବୀ।

ଘଟଣା ଦିନ ସନ୍ଧ୍ୟା ୬ ଟାରେ ଢେଙ୍କାନାଳ ସଦରଥାନା ପୋଲିସ ଗୋବିନ୍ଦପୁର ଅଞ୍ଚଳରେ ବାଇକ ବଦଳାଇ ଏକ ସୁଇଫ୍ଟ କାରରେ ଡକାୟତି ଟଙ୍କା ଓ ସୁନା ଗହଣା ଧରି ଖସି ପଳାଉଥିବା ସମୟରେ ସେମାନଙ୍କୁ ମାଡ଼ି ବସିଥିଲା ସଦରଥାନା ଓ ଗୋବିନ୍ଦପୁର ଫାଣ୍ଡି ପୋଲିସ।

ଅଟକ ଯୁବକଙ୍କ ମଧ୍ୟରୁ ଗୋବିନ୍ଦପୁର ଅଞ୍ଚଳର ଦୁଇରୁ ତିନିଜଣ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।ସେମାନଙ୍କ ଠାରୁ ଗୋଟିଏ ସୁଇଫ୍ଟ କାର ଗୋଟିଏ ବୁଲେଟ ଓ ଗୋଟିଏ ବାଇକ ଜବତ କରାଯାଇଛି।ଡକାୟତି କରିଥିବା ସମସ୍ତ ସୁନାଗହଣା ଓ ଲକ୍ଷାଧିକ ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି।କିନ୍ତୁ ବ୍ୟାଙ୍କରୁ ଯେତିକି ପରିମାଣର ଟଙ୍କା ସୁନା ଡକାୟତ ହୋଇଥିଲା ସେସବୁ ଜବତ ହୋଇଛି କି ନାହିଁ ତାହା ପୋଲିସ ପକ୍ଷରୁ ସଠିକ ସୁଚନା ଦିଆଯାଇନାହିଁ।

"ବ୍ୟାଙ୍କ ଡକାୟତି ପଛରେ ସୁରକ୍ଷା ବ୍ୟବସ୍ଥାକୁ ଦାୟି କରିଛନ୍ତି ଗ୍ରାହକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ଜିଲ୍ଲାର ଅଧିକାଂଶ ବ୍ୟାଙ୍କରେ ସୁରକ୍ଷାକର୍ମୀ, ଜରୁରୀକାଳୀନ ଆଲରାମ ଓ ସିସିଟିଭି ବ୍ୟବସ୍ଥା ସଠିକ ରହୁନଥିବାରୁ ଏହାର ସୁବିଧା ଉଠାଇ ଡକାୟତମାନେ ସକ୍ରିୟ ହେଉଛନ୍ତି," କହିଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୌମେନ ରାୟ।

"ସମସ୍ତ ଅଟକ ଯୁବକମାନଙ୍କୁ ପୋଲିସ ପକ୍ଷରୁ ଅଧିକ ପଚରାଉଚରା ଜାରି ରହିଛି। ଘଟଣାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଓ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ଡକାୟତି ଟଙ୍କା ଓ ସୁନା ଗହଣା ଉଦ୍ଧାରର ହିସାବ ନେଇ ଛାନଭିନ ଚାଲିଛି," କହିଛନ୍ତି ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଲୋଗୋନୟାଗୀ ଦିବ୍ୟା ଭି।

ବୁଧବାର ଅପରାହ୍ନ ତିନିଟା ସମୟରେ ଚାରିଜଣ ଡକାୟତ ମୁହଁରେ ମୁଖା ପିନ୍ଧି ଢେଙ୍କାନାଳ ରାସୋଳ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ପଶିଥିଲେ। ଡକାୟତମାନେ ହାତରେ ଛୁରି ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରି ବ୍ୟାଙ୍କର ଫିଲ୍ଡ ଅଫିସର ଓ କ୍ୟାସିୟରଙ୍କୁ ଆକ୍ରମଣ କରିବା ସହିତ ଏକ ଘରେ ବନ୍ଦ କରି ଡକାୟତି କରିଥିଲେ। ବ୍ୟାଙ୍କରେ ରହିଥିବା ଷ୍ଟ୍ରଙ୍ଗ ରୁମର ଲକର ଭାଙ୍ଗି ଏକ କୋଟିର ଉର୍ଦ୍ଧ ଟଙ୍କାର ସୁନା ଗହଣା ଓ ପନ୍ଦର ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଚାରି ଡକାୟତ।
Published by:Soumya Das
First published:
)}