ପୋଲିସ ଓ ତଦନ୍ତ ଉପରୁ ହଟୁଛି ଭରସା; ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ପିହୁର ମାଆ

ବହୁଚର୍ଚ୍ଚିତ ଯାଜପୁର ବିଂଝାରପୁର ଅଞ୍ଚଳର ପିହୁ ନିଖୋଜ ଘଟଣାକୁ ୨ ବର୍ଷ ଏକମାସ  ବିତିଗଲା । ଓସିପିସିଆର ଅଫିସ ଆଗରେ ଅନଶନରେ ବସିଛନ୍ତି ପିହୁର ମାଆ ।

ପୋଲିସ ଓ ତଦନ୍ତ ଉପରୁ ହଟୁଛି ଭରସା; ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ପିହୁର ମାଆ

ପୋଲିସ ଓ ତଦନ୍ତ ଉପରୁ ହଟୁଛି ଭରସା; ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ପିହୁର ମାଆ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବହୁଚର୍ଚ୍ଚିତ ଯାଜପୁର ବିଂଝାରପୁର ଅଞ୍ଚଳର ପିହୁ ନିଖୋଜ ଘଟଣାକୁ ୨ ବର୍ଷ ଏକମାସ  ବିତିଗଲା । ୨ ବର୍ଷର ଶିଶୁ ପିହୁର ଖୋଜଖବର ମିଳି ନଥିବାରୁ ସିବିଆଇ ତଦନ୍ତ ଦାବି କରି ଓସିପିସିଆର ଅଫିସ ଆଗରେ ଅନଶନରେ ବସିଛନ୍ତି ପିହୁର ମାଆ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଭେଟି ସିବିଆଇ ତଦନ୍ତ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି ପିହୁର ମାଆ । ସିବିଆଇ ତଦନ୍ତ ଦାବି କରି ଅନଶନରେ ବସିଥିବା ଏହି ମାଙ୍କୁ ବୁଝାଇ ପାରୁନାହାନ୍ତି ଶିଶୁ ସୁରକ୍ଷା କମିଶନ । ଯେତେ ବୁଝାଇଲେ ବି, ମୋନାଲିସା ପ୍ରଶ୍ନ କରୁଛନ୍ତି କୁଆଡେ ଗଲା ସିବିଆଇ ତଦନ୍ତ ? ପୋଲିସ କିଭଳି ତଦନ୍ତ କରୁଛି ଯେ, ମୋ ଛୁଆକୁ ପାଉନି ? ମୁଁ ଆଉ ବଞ୍ଚିବାକୁ ଚାହୁନି, ଇଚ୍ଛା ମୃତ୍ୟୁକୁ ସରକାର ଅନୁମତି ଦିଅନ୍ତୁ ।"ପୋଲିସ ତଦନ୍ତ ଉପରେ ମୋର ଭରସା ନାହି । ଯଦି ପୋଲିସ ତଦନ୍ତ କରୁଛି ତେବେ କାହିଁକି ମିଳୁ ନାହିଁ ମୋର ଛୁଆ । ସେତେବେଳର ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କ ଶିଥିଳ ତଦନ୍ତ ଲାଗି ହଜିଗଲା ମୋ ଛୁଆ । ମୁଁ ଏ ନେଇ ଡିଜିପି, ଏସପିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛି । ଏବେ ମୋର ଆଉ ଏମାନଙ୍କ ଉପରେ ଭରସା ନାହିଁ । ଗତ ଅଗଷ୍ଟ ୨୯ରେ ଆସିଥିଲି ଏଠାକୁ । ୧୫ଦିନ ସମୟ ନେଇଥିଲି । ଯଦି ୧୫ ଦିନ ଭିତରେ ସିବିଆଇ ତଦନ୍ତ ପାଇଁ କମିଶନ ଓ ରାଜ୍ୟ ସରକାର ସୁପାରିଶ ନ କରନ୍ତି ତେବେ ଅନଶନରେ ବସିବି । ଏବେ ୧୭ ଦିନ ହୋଇଗଲା । ପୂର୍ବରୁ ପିହୁକୁ ଖୋଜିବା ଓ ସୂଚନା ନିମନ୍ତେ ପୋଲିସ ୨୦ ହଜାର ଆଉ ଏବେ ୫ ଲକ୍ଷର ପୁରସ୍କାର ଘୋଷଣା କରିଛି । ମୋର ଏଥିରେ କିଛି ଯାଏ ଆସେ ନାହିଁ । ମତେ ମୋ ପିଲା ଦରକାର । ନଚେତ୍ ଇଚ୍ଛା ମୃତ୍ୟୁକୁ ସରକାର ଅନୁମତି ଦିଅନ୍ତୁ ।  ଯଦି ସିବିଆଇ ତଦନ୍ତ ନ ହୁଏ ତେବେ ମୁ ଏଠାରୁ ହଟିବି ନାହି କହିଛନ୍ତି ମୋନାଲିସା ନାୟକ।

"ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ମଧ୍ୟ ପହଞ୍ଚିଥିଲେ ନିଜ କାର୍ଯ୍ୟାଳୟରେ । ପିହୁର ମାଆଙ୍କୁ ଭେଟିବା ସମୟରେ କମିଶନଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଫିହୁର ମାଆ । କମିଶନ ମଧ୍ୟ ତଦନ୍ତରେ ବିଳମ୍ବ ହୋଇଥିବା ସ୍ବୀକାର କରିଛନ୍ତି । ଯଦି ସଠିକ ଓ ଉପଯୁକ୍ତ ତଦନ୍ତ ହୋଇଥାନ୍ତା ତେବେ ନିହାତି ସଫଳ ହୋଇ ପାରିଥାନ୍ତା । ତେବେ ଏହାରି ଭିତରେ ପିହୁର ମାଆ ଯେଉଁ ସିଦିଆଇ ତଦନ୍ତ କଥା ଲେଖିଛନ୍ତି ମୁଁ ଅଗଷ୍ଟ ୨୯ ରେ ହିଁ ତାଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଦେଇଛି । ସିବିଆଇ ତଦନ୍ତ ନିର୍ଦ୍ଦେଶ ମୋ ହାତରେ ନାହିଁ । ବହୁଚର୍ଚ୍ଚିତ ଯାଜପୁର ବିଂଝାରପୁର ଅଞ୍ଚଳର ପିହୁ ନିଖୋଜ ଘଟଣାରେ ଆମ ପୋଲିସ ବ୍ୟବସ୍ଥାକୁ ଏଭଳି ପ୍ରଶ୍ନ କରିଛନ୍ତି ପିହୁଙ୍କ ମାଆ । ୨୦୨୦, ଅଗଷ୍ଟ ୯ରେ ମଧୁସୂଦନପୁର ଗାଁରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଝିଅ ପିହୁ । ୨ ବର୍ଷରୁ ଅଧିକ ସମୟ ବିତିଗଲାଣି, ପିହୁ କୁଆଡ଼େ ଗଲା, ତାକୁ କିଏ ନେଇଗଲା, ତା ସହ ଘଟିଛି କଣ, ଏକଥା କେହି କହିପାରୁନାହାନ୍ତି । ଫେଲ୍ ମାରିଛି ପୋଲିସ ତଦନ୍ତ । ଝିଅର ଫଟୋକୁ ଧରି କାନ୍ଦି କାନ୍ଦି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ନେହୁରା ହୋଇଛନ୍ତି ମାଆ ମୋନାଲିସା ।

ନୟାଗଡ଼ର ପରୀ ଘଟଣା ଭଳି ଯାଜପୁରର ପିହୁ ଘଟଣା ବି ଅତ୍ୟନ୍ତ ସାଂଘାତିକ । ପିହୁକୁ ଅପହରଣ କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଓ ଗ୍ରାମବାସୀ । କେଉଁ ଉଦ୍ଦେଶ୍ୟରେ ଓ କିଏ  ୨ ବର୍ଷର ଝିଅକୁ ଅପହରଣ କରିଥିଲା ? ଜିଲ୍ଲା ପୋଲିସ ପାଖରେ ଏହାର ଉତ୍ତର ନାହିଁ । ପ୍ରଶ୍ନ ଉଠୁଛି, ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତରେ କାହିଁକି ଅବହେଳା କଲା ପୋଲିସ ? ନା ତଦନ୍ତ କରିବାରେ ପୋଲିସର ବାଟ କିଏ ଓଗାଳୁଛି ? କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଉନାହିଁ ? ତଦନ୍ତର ବିଫଳତା ଲୁଚାଇବାକୁ ପିହୁ ଫାଇଲ କ୍ଲୋଜ କରିଦେଲା କି ପୋଲିସ ? ପିହୁଙ୍କ ପରିବାରଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତଙ୍କ ମୁହଁରେ ଏମିତି ଅନେକ ପ୍ରଶ୍ନ।ଥାନାରୁ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଝିଅକୁ ଖୋଜି ଆଣି ଦେବାକୁ ସମସ୍ତଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ମୋନାଲିସା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । କେହି ତାଙ୍କ କଥା ଶୁଣିନାହାନ୍ତି । ପିହୁକୁ ଖୋଜି ଦେବାକୁ କାହାରି ହୃଦୟ ତରଳିନାହିଁ । ପିହୁର ପତ୍ତା ନ ମିଳିଲେ, ଇଚ୍ଛାମୃତ୍ୟୁକୁ ଆବୋରି ନେବେ ବୋଲି ଆଜି କହିଛନ୍ତି, ଆଜି ଠାରୁ ଏ ଅନଶନ ଜାରି ରହିବ ବୋଲି  ସେ କହିଛନ୍ତି ।
Published by:Soubhagya Mishra
First published: