ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣା
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀ ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ। କଲେଜ କ୍ୟାମ୍ପସରେ ମାଡ଼ ମାରିବା ଅଭିଯୋଗରେ ୪ଜଣ ଛାତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥନା ପୋଲିସ। ଗିରଫ ଛାତ୍ରଙ୍କ ମଧ୍ୟରେ ୩ ଜଣ ନାବାଳକ ଜଣେ ସାବାଳକ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଡିସିପି ପ୍ରତିକ ସିଂ କହିଛନ୍ତି, "ମାଡ଼ ଖାଇଥିବା ଛାତ୍ର ନିଜର ସହପାଠିନୀଙ୍କ ସହ ସବୁବେଳେ କଲେଜ ଆସୁଥିଲେ। ଯାହାକୁ ନେଇ ପୂର୍ବରୁ ଗିରଫ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ଧମକ ଦେଇଥିଲେ। ଗତ ୨ ତାରିଖରେ ଛାତ୍ର ଜଣଙ୍କ ନିଜର ସହପାଠୀନି ସହ ଆସୁଥିବା ବେଳେ ଗିରଫ ଛାତ୍ରମାନେ ମାଡ଼ ମାରିଥିଲେ। ଏନେଇ ମାଡ଼ ଖାଇଥିବା ଛାତ୍ରଙ୍କ ସହପାଠୀନି ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।’’
ପ୍ରକାଶ ଥାଉକି, ଗତ ୨ ତାରିଖରେରେ ବିଜେବି କଲେଜ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ୪ ଜଣ ଛାତ୍ର ମାଡ଼ ମାରୁଥିବାର ଏକ ଭିଡ଼ିଓ ଭାଇରଲ ହୋଇଥିଲା। ଯେଉଁଥିରେ ବିଧା, ଗୋଇଠା, ଚାପୁଡ଼ା ମାରିବା ପରେ ତଳେ ପକେଇ ମାଡ଼ ମାରିଥିଲେ। ଏହି ଘଟଣାରେ ଗିରଫ ହୋଇଥିବା ସାବାଳକ ଛାତ୍ରଙ୍କ ନାମରେ ପୂର୍ବରୁ ଏକ ମାମଲା ରହିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।