PNB ବ୍ୟାଙ୍କ ଠକେଇ ମାମଲା; ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ

ବାପୁଜିନଗର ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ଶାଖାର ପୂର୍ବତନ ମୁଖ୍ୟ ପରିଚାଳକ ବୀରେନ୍ଦ୍ର ପଟ୍ଟନାୟକ ଗିରଫ। ବୀରେନ୍ଦ୍ରଙ୍କ ସହ ତାଙ୍କର ଆଉ ୨ ସହଯୋଗୀଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ।

PNB ବ୍ୟାଙ୍କ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ (ଫାଇଲ ଫଟୋ)

PNB ବ୍ୟାଙ୍କ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ (ଫାଇଲ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: ୩ କୋଟି ଠକେଇ ଅଭିଯୋଗରେ ବାପୁଜିନଗର ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ଶାଖାର ପୂର୍ବତନ ମୁଖ୍ୟ ପରିଚାଳକ ବୀରେନ୍ଦ୍ର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ବୀରେନ୍ଦ୍ରଙ୍କ ସହ ତାଙ୍କର ଆଉ ୨ ସହଯୋଗୀଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ। ରାଜ୍ୟ ରାଜଧାନୀରେ ଜଣେ ଗ୍ରାହକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କରୁ ଚଂଚକତା କରି ୩ କୋଟି ୬୮ ଲକ୍ଷ ହଡ଼ପ କରିବା ଅଭିଯୋଗରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମ୍ ବ୍ରାଞ୍ଚ୍ ଇଓଡବ୍ଲ୍ୟୁ।

ବିରେନ୍ଦ୍ର ପଟ୍ଟନାୟକଙ୍କ ସହ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରଶାନ୍ତ ବେହେରା। ଗିରଫ ତିନି ଜଣ ପ୍ରଶାନ୍ତ ମହାପାତ୍ର ନାମକ ଜଣେ ଗ୍ରାହାକଙ୍କ ଡକ୍ୟୁମେଣ୍ଟକୁ ଜାଲିଆତି କରି ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଛି। ପ୍ରଶାନ୍ତ ନିଜର ଘର ବନ୍ଧା ରଖି ବ୍ୟାଙ୍କରୁ ଲୋନ କରିଥିଲେ। ସେହି ଡକ୍ୟୁମେଣ୍ଟ ଆଳରେ କରି ତିନି ଜଣ ବ୍ୟାଙ୍କରୁ ପ୍ରଶାନ୍ତଙ୍କ ନାମରେ ଟଙ୍କା ହଡ଼ପ କରିଛନ୍ତି ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି ଇଓଡବ୍ଲ୍ୟୁ।

"୨୦୧୮ରେ ଅଭିଯୋଗକାରି ପ୍ରଶାନ୍ତ ମହାପାତ୍ର ନାମକ ବ୍ୟକ୍ତି ବାଲିଅନ୍ତାର‌ ଦୁଇଟି ଘର ବନ୍ଧା ରଖି ବାପୁଜି ନଗର ପି.ଏନ.ବି. ଶାଖାରୁ ୧୦ ଲକ୍ଷର ଲୋନ ନେଇଥିଲେ।। ଏନେଇ ପରେ ଲୋନ ସୁଝିବା ବେଳେ ଜାଣିବାକୁ ପାଇଲେ ତାଙ୍କ ଡକ୍ୟୁମେଣ୍ଟରେ ଲିଙ୍ଗରାଜ ଏଣ୍ଟରପ୍ରାଇଜର୍ସ ନାରେ ୩ କୋଟି ୬୮ ଲକ୍ଷ ଟଙ୍କାର ଏକ ଲୋନ‌ ରହିଛି। ଯେଉଁ ଲୋନ ଆକାଉଣ୍ଟରୁ ମିଡିଲମ୍ୟାନ ପ୍ରଶାନ୍ତ ବେହେରା ଆକାଉଣ୍ଟକୁ ଦେଢ଼ କୋଟି ଯାଇଛି। ଏହା ପଛର କେଳେଙ୍କାରି ନେଇ କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତ କରୁ କରୁ ଜଣା ପଡ଼ିଥିଲା ସେତେବେଳର ଚିଫ୍ ବ୍ୟାଙ୍କ ମାନେଜର ବିରେନ୍ଦ୍ର ପଟ୍ଟନାୟକ ଓ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ମିଶି ମିଡିଲମ୍ୟାନ ଜରିଆରେ ଏଭଳି ଗ୍ରାହାକ ଡକୁମେଣ୍ଟରେ ଜାଲିଆତି କରି ଟଙ୍କା ଲୋନ କରାଇ ଠକାମି କରିଥିଲେ। ତେଣୁ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି ଇଓଡବ୍ଲ୍ୟୁ ଏସ.ପି ଦିଲ୍ଲୀପ ତ୍ରିପାଠୀ।

ଗିରଫ ତିନି ଜଣଙ୍କୁ ନେଇ ତଦନ୍ତ ବେଳେ ଜଣା ପଡ଼ିଲା ଏହି ତିନି ଜଣ ପୂର୍ବରୁ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଜାଲ କାଗଜପତ୍ର କରି ଅଢ଼େଇ କୋଟି ଟଙ୍କା ଆତ୍ମସାତ କରିଛନ୍ତି। ସେନେଇ ମଧ୍ୟ ଏବେ ତଦନ୍ତ କରାଯାଉଛି। ସେମାଙ୍କ ଘରେ ଚଢ଼ାଉ କରି ଅନେକ କିଛି ଡକ୍ୟୁମେଣ୍ଟ ଜବତ କରାଯାଇଛି। ଏନେଇ ତିନି ଅଭିଯୁକ୍ତଙ୍କୁ ସରଫେସାଇ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନାମରେ ଆଇ.ପି.ସି ଦଫା ୪୨୦, ୪୬୭,୪୬୮,୪୭୧, ୧୨୦ (ବି)ରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ ବ୍ୟାଙ୍କମାନଙ୍କୁ ଭରସା କରି ଗ୍ରାହକମାନେ ସବୁ ତଥ୍ୟ ବ୍ୟାଙ୍କ ଗୁଡିକୁ ଦେଉଛନ୍ତି । ଏଭଳି କିଛି ବ୍ୟାଙ୍କ କତ୍ତୃପକ୍ଷ ଗ୍ରାହାକଙ୍କ ଭରସାରେ ବିଷ ଦେଇ ଜାଲିଆତି କରି ଟଙ୍କା ଲୁଟୁଛନ୍ତି। ଯାହାକୁ ନେଇ ବ୍ୟାଙ୍କର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି।
Published by:Lipina Das
First published: