News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର ଅଭିଯୋଗକୁ ସମର୍ଥନ କରି ସଂସଦରେ ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତର ଆସିବା ପରେ ବିଜୁ ଜନତା ଦଳ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।
ବିଜେପିର ଅଭିଯୋଗ ଅନୁସାରେ ରାଜ୍ୟର ୧୨.୮୫ ଲକ୍ଷ ପି.ଏମ୍.ଏ.ୱାଇ. (ଜି) ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଏହି ଯୋଜନା ପାଇଁ ଅଯୋଗ୍ୟ । ପାଣ୍ଠିର ଅଧିକାଂଶ ଭାଗ ବ୍ୟକ୍ତିଗତ ଲାଭ ପାଇଁ ଅପବ୍ୟବହାର କରାଯାଇଛି ଓ ଏପରିକି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ଆବାସ ମଞ୍ଜୁର କରାଯାଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ୨୦୧୮-୧୯ରେ ଯେଉଁ ପରିବାରଗୁଡ଼ିକର ଆବେଦନ ନାକଚ ହୋଇଥିଲା ସେମାନଙ୍କୁ ୨୦୧୯-୨୦୨୦ ଆବାସ ଆବଣ୍ଟନ କରାଯାଇଛି ବୋଲି ବି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତା’ ବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲାସଂସଦରେ ଏହି କଥିତ ଅନିୟମିତତା ବିଷୟରେ ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ମଙ୍ଗଳବାର ଦିନ କହିଥିଲେ ଯେ ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ଦେଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି (ଡାହାଣରୁ ଦ୍ୱିତୀୟ) ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଓଡ଼ିଶା ବିଜେପିର ନଅ ଜଣ ସାଂସଦ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ପି.ଏମ୍.ଏ.ୱାଇ. (ଜି) ଯୋଜନାରେ ଭୀଷଣ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ତା’ ପରେ ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଗତ ଫେବୃଆରୀରେ ଓଡ଼ିଶା ଗସ୍ତ କରି ତଦନ୍ତ କରିବା ପରେ ଏକ ରିପୋର୍ଟ ଦେଇଥିଲା । କେନ୍ଦ୍ର ସେହି ରିପୋର୍ଟ ଓଡ଼ିଶା ସରକାରଙ୍କୁ ପଠାଇବା ପରେ ଯେଉଁଠି ଅନିୟମିତତା ହୋଇଛି ସେ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେ ‘ପ୍ଲାନ୍ ବି’ ପାଇଁ ପ୍ରସ୍ତୁତ ହେଉଥିଲେ‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି କର୍ମକର୍ତ୍ତା ସ୍ୱର ଉଠାଇବାରୁ ଭଦ୍ରକରେ ବିଜେପିର କର୍ମକର୍ତ୍ତାଙ୍କୁ ପ୍ରଶାସନ ଜେଲରେ ପୂରାଇଛି। ଏ ନେଇ ବିଜେପିର ଏକ ଉଚ୍ଚସ୍ତରୀୟ ଟିମ୍ ଭଦ୍ରକ ଗସ୍ତ କରି ସ୍ଥିତି ପରଖିଛି। ତିହିଡି଼ ବ୍ଲକ୍ ଓ ଭଣ୍ଡାରିପୋଖରୀ ବ୍ଲକରେ ଅନିୟମିତତା ହୋଇଛି। ହିତାଧିକାରୀଙ୍କ ନାଁ ଯୋଡ଼ାଯାଇ ପୁଣି କଟାଯାଉଛି। ୨୦୨୨ ସୁଦ୍ଧା ରାଜ୍ୟରେ ପ୍ରାୟ ୩୦ ଲକ୍ଷ ପକ୍କା ଘର କେନ୍ଦ୍ର ସରକାର ଯୋଗାଇ ଦେବାକୁ ଯାଉଛନ୍ତି,’’ ଭଦ୍ରକ ଯାଇ ସ୍ଥିତି ପରଖିବା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ଇଂଲଣ୍ଡରୁ ଫଟୋ ଶେୟାର୍ କଲେ; ବିରାଟ ପଚାରିଲେ, ‘କିଏ ଉଠେଇଛି ଏ ଫଟୋ?’ସେ କହିଛନ୍ତି ଯେ ଭଦ୍ରକ ଓ ତିହିଡି଼ ବ୍ଲକରେ ବହୁ ହିତାଧିକାରୀ ଯୋଗ୍ୟ ହୋଇ ବି ଅଯୋଗ୍ୟ ତାଲିକାରେ ରଖାଯାଇଛନ୍ତି । ‘‘ଯେଉଁମାନେ ଏପରି କାର୍ଯ୍ୟରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ପ୍ରତିରୋଧ କଲେ ପୋଲିସ ନାଲି ଆଖି ଦେଖାଉଛି। ପୋଲିସ ଲୋକଙ୍କ ପାଇଁ ନା ବିଜେଡି ପାଇଁ? ବିଜେପି କର୍ମୀମାନଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ଗିରଫ କରି ଜେଲ ପଠାଉଛନ୍ତି । ବିରୋଧୀ ଦଳ ଭାବେ ଆମେ ଏହାର ବିରୋଧ କରିବୁ,’’ ସେ କହିଛନ୍ତି ।

ବିଜେଡିର ମୁଖପାତ୍ର ଲେନିନ ମହାନ୍ତି ବିଜେପିର ଅଭିଯୋଗକୁ ‘‘ଅବାସ୍ତବ’’ ବୋଲି କହିଛନ୍ତି ।
‘‘ଯେଉଁ ଲୋକଙ୍କ ଘରେ କାନ୍ଥ ନାହିଁ ସେମାନଙ୍କୁ ଘର ମିଳିନି, କିନ୍ତୁ ଦୁଇ ତାଲା ଘର ଥିବା ଲୋକଙ୍କୁ ମିଳୁଛି ଘର। ଯିଏ ଟଙ୍କା ଦେଉଛି ତାକୁ ଘର ମିଳୁଛି। ଏହାକୁ ବିଜେପି କର୍ମୀ ସାମ୍ନାକୁ ଆଣିଲେ ସେମାନଙ୍କୁ ଗିରଫ କରାଯାଉଛି। ରାଜ୍ୟ ସରକାର ପ୍ରତିହିଂସା ପରାୟଣ ହୋଇ ଡରାଇବାକୁ ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ବିଜେପି ଏହାର ରାଜନୈତିକ ଉତ୍ତର ଦେବ ଓ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବ,’’ କହିଛନ୍ତି ସମୀର ମହାନ୍ତି।
ଏହା ବି ପଢ଼ନ୍ତୁ | ଶାହ ଓ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେକିନ୍ତୁ ଶାସକ ଦଳ ବିଜେଡିର ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପିର ଏହି ଅଭିଯୋଗ ‘‘ଅବାସ୍ତବ’’ ଓ ଏହା ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି କରାଯାଉଛି । ‘‘୪୧ ବର୍ଷ ପରେ ଆଜି ସାରା ଦେଶ ଜାତୀୟ ହକି ଟିମର ସଫଳତାକୁ ନେଇ ଉଲ୍ଲସିତ। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ହକିର ମର୍ଯ୍ୟାଦା ବଢି଼ଛି। ଏଭଳି ସମୟରେ ବିଜେପି ଏକ ଅବାସ୍ତବ ଅଭିଯୋଗ ଆଣିଛି । ବିଜେପି ଏହି ଅଭିଯୋଗ ଆଣିବାର ଉଦ୍ଦେଶ୍ୟ ହେଲା ରାଜ୍ୟର ଗରିବ ଲୋକେ ଉପକୃତ ନ ହୁଅନ୍ତୁ । ବିଜେପିର ଏହା ଏକ ଷଡ଼ଯନ୍ତ୍ର । ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ବିଜେପି କ୍ରମାଗତ ଭାବେ ଏଭଳି ଉଦ୍ୟମ କରି ଆସୁଛି,’’ କହିଛନ୍ତି ଲେନିନ ମହାନ୍ତି ।
ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ର ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁସାରେ ଫନି ପ୍ରଭାବିତ ଜିଲ୍ଲାରେ ଅଭିଯୋଗ ହୋଇଥିବା ୭୭୫ ଜଣ ଅଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରୁ ୭୯ ଜଣ ଆବାସ ଯୋଜନା ପାଇଁ ଯୋଗ୍ୟ ଭାବେ ଚିହ୍ନଟ ହୋଇଛନ୍ତି । ଏହି ଯୋଜନାର ଘରଗୁଡ଼ିକର ପଞ୍ଜୀକରଣ, ଜିଓ-ଟ୍ୟାଗିଂ ଓ ଆଧାର ସିଡିଂ ସମ୍ପୂର୍ଣ୍ଣ ହୋଇଛି । ତାଲିକାରେ ଥିବା ଅବଶିଷ୍ଟ ୬୯୬ ଜଣ ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନାମ ଆବାସ ଯୋଜନାରେ ପଞ୍ଜୀକରଣ କରାଯାଇ ନାହିଁ ବୋଲି ସରକାର ନିଜ ରିପୋର୍ଟରେ କହିଛନ୍ତି ।
‘‘ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେପି ଏମିତି ଅଭିଯୋଗ ଆଣୁଛି । ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟ ସରକାର ପ୍ରଶଂସିତ ହେଉଛି, ମାତ୍ର ରାଜ୍ୟ ବିଜେପି ଏଭଳି ଅବାସ୍ତବ ଅଭିଯୋଗ ଆଣିବା ଜାରି ରଖିଛି,’’ କହିଛନ୍ତି ଲେନିନ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।