ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ନବଦାସଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପିଏମ ମୋଦି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପିଏମ ମୋଦି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modiji ) ଟୁଇଟ କରି ନବଦାସଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ କହିଛନ୍ତି, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା । ଓଁ ଶାନ୍ତି ।

ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ ଆରୁଖ ବାର୍ତ୍ତାରେ କହିଛନ୍ତି, ମୁଁ ବିଶେଷ ମର୍ମାହ, ସେ ଜଣେ ଉତ୍ସାହିତ ବ୍ୟକ୍ତିତ୍ୱ, ସେ ସବୁବେଳେ ଜନସାଧାରଣଙ୍କ ସମସ୍ୟା ସହ ଥିଲେ । ରାଜ୍ୟର ମନ୍ତ୍ରୀ ଭାବରେ ଅତି ସଫଳତାର ସହ ବିଭାଗକୁ ପରିଚାଳନା କରୁଥିଲେ । ମୁଁ ବିଶେଷ ଦୁଃଖିତ । ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ । ଗତ ବିଧାନସଭା ଅଧିବେଶନରେ ଆଲୋଚନା ହୋଇଥିଲା । ସବୁବେଳେ ସେ ପଜିଟିଭ୍ ବାର୍ତ୍ତା ଦେଉଥିଲେ । ତାଙ୍କ ସହଯୋଗ ଆମେ ଆଉ
ପାଇବୁ ନାହିଁ ।

ବିଜେଡି ନେତା ଅରୁଣ ସାହୁ କହିଛନ୍ତି, ସେ ଯେତେବେଳେ ବିରୋଧୀ ଦଳରେ କାମ କରୁଥିଲେ ସେ ମେଳାପି ଥିଲେ । ରାଜ୍ୟର ମନ୍ତ୍ରୀ ଥିଲେ ତାଙ୍କ କଥା ସମସ୍ତେ ମାନନ୍ତି। ତାଙ୍କ ବ୍ୟବହାର ଖୁବ ଭଲ । ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ଆମେ ମିଶିକି କାମ କରିଛୁ । ଯେତେବେଳେ ଖବର ଶୁଣିଲି ମୁଁ ବିଶ୍ୱାସ କରିପାରିଲିଣି । ଏ ପର୍ଯ୍ୟନ୍ତ ମୋ ମନ ସ୍ଥିର ହୋଇପାରୁନି । ମୁଁ ଏବେ ବି ଭାବୁଛି ସତରେ କଣ ନବ ଭାଇ ଆଉ ମୋ ପାଖରେ ନାହାନ୍ତି ।

ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋ ପାଇଁ ସବୁଠୁ ବଡ ଦୁଃ ସମ୍ୱାଦ । ମୁଁ କଳ୍ପନା ମଧ୍ୟ କରିପାରୁନି ଏପରି ଘଟିଗଲା ବୋଲି । ଯେଉଁ ସରକାରୀ କର୍ମଚାରୀ ସୁରକ୍ଷାର ଦାୟୀତ୍ୱରେ ଥିଲେ ସେ ହି ହତ୍ୟାକାରୀ ହେବେ ବୋଲି ମୁଁ ବିଶ୍ୱାସ କରିପାରୁନି । ନବଙ୍କ ସହ ମୋର ୪୦ ବର୍ଷର ସମ୍ପର୍କ । ମାନସିକ ବିକୃତ ଥିବା ପୋଲିସଙ୍କୁ କାହିଁକି ରିଭରଭଲ ଦିଆଯାଇଥିଲା ? ଏନେଇ ପରେ ତଦନ୍ତ ହେବ କିନ୍ତୁ ଆଜିର ଘଟଣା ଅତ୍ୟନ୍ତ ଦୁଃଖଦ ଖବର ।

ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister Naba das ) । କିନ୍ତୁ ହଠାତ କେହି କିଛି ଭାବିବା ପୂର୍ବରୁ ବନ୍ଧୁକର ଶବ୍ଦ ଶୁଭିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିବା ପରେ ଖବର ଆଖି ପିଛୁଳାକେ ଚାରିଆଡେ ପ୍ରଚାରିତ ହୋଇଗଲା । ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ତୁରନ୍ତ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦର ଏବଂ ବିମାନବନ୍ଦରରୁ ଗ୍ରୀନ କରିଡର କରାଯାଇ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ଆପୋଲୋ ହସ୍ପିଟାଲରେ ବର୍ତ୍ତମାନ ଡାକ୍ତର ଦେବାଶିଷ ନାୟକ ନେତୃତ୍ୱରେ ୫ଜଣିଆ ଡାକ୍ତରୀ ଟିମ ଚିକିତ୍ସା କରୁଥିଲେ ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ । ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି ।ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି । ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।

ଏହି ଖବର ପଢ଼ନ୍ତୁ -http://ନୋଭାକ ଜୋକୋଭିକ୍ ଷ୍ଟେଫାନୋସ୍ ସ୍ତିସ୍ତିପାସଙ୍କୁ ହରାଇ ଜିତିଲେ ୧୦ମ ଅଷ୍ଟ୍ରେଲିୟ ଓପନ୍ ଟାଇଟଲ୍ ରେକର୍ଡ
Published by:Soubhagya Mishra
First published: