ଚାଉଳ ଦେଉଛନ୍ତି ପିଏମ ମୋଦି... ଲୋକେ ଜାଣିବା ଦରକାର; ବିଜେପି ସାଂସଦ ଅପରାଜିତା

ଚାଉଳ ରାଜନୀତି ସରଗରମ । ପ୍ରଧାନମନ୍ତ୍ରୀ ଚାଉଳ ଦେଉଛନ୍ତି ବୋଲି ଲୋକେ ଜାଣିବା ନିହାତି ଆବଶ୍ୟକ । କହିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ଚାଉଳ ଦେଉଛନ୍ତି ପିଏମ ମୋଦି... ଲୋକେ ଜାଣିବା ଦରକାର; ବିଜେପି ସାଂସଦ ଅପରାଜିତା

ଚାଉଳ ଦେଉଛନ୍ତି ପିଏମ ମୋଦି... ଲୋକେ ଜାଣିବା ଦରକାର; ବିଜେପି ସାଂସଦ ଅପରାଜିତା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟର ରାସନ ହିତାଧିକାରୀ ମାନେ ପାଉଥିବା ଚାଉଳକୁ ଦେଉଛନ୍ତି କେନ୍ଦ୍ର ସରକାର (Central Government )  । ଲୋକେ କଣ୍ଟ୍ରୋଲରୁ ଚାଉଳ ଗ୍ରହଣ କରିବା ସମୟରେ ସେମାନଙ୍କୁ ଏକ ରସିଦ ମିଳିବ । କାରଣ ଚାଉଳ ରାଜନୀତିକୁ ନେଇ ଅନେକ ସ୍ଥାନରେ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ହେଉଛି । ତେଣୁ ରସିଦ ମିଳିବା ନିଷ୍ପତ୍ତି ନେବାପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି । ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାର ରସିଦ ଅଲଗା ହେବ ।

ଏନଏଫଏସଏ ( National food security  act ) ଦର୍ଶାଯାଇଥିବା ନକଲ ପାଇବେ ରାସନ ସାମଗ୍ରୀ ଗ୍ରହଣ କରୁଥିବା ହିତାଧିକାରୀ । କେବଳ ଚାଉଳ ନୁହେଁ ଗହମ ମଧ୍ୟ କେନ୍ଦ୍ର ସରକାର ଦେଉଛନ୍ତି ବୋଲି ଉଲ୍ଲେଖ ରହିବ ଉକ୍ତ ରସିଦରେ ।

ପିଏମ ମୋଦି ସରକାରଙ୍କ  ( PM Modi Government ) ଏପରି ନିୟମକୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ( Aparajita sarangi ) ମଧ୍ୟ ସମର୍ଥନ ଜଣାଇଛନ୍ତି । ଗଣମାଧ୍ୟମ ସାମ୍ନାରେ ମତ ରଖି ସାଂସଦ କହିଛନ୍ତି ଯେ, କେନ୍ଦ୍ର ସରକାର ଷ୍ଟିକରିଂ ବ୍ୟବସ୍ଥା ଲାଗୁ କରିବେ । ଓଡ଼ିଶାରେ ସମୁଦାୟ ୩କୋଟି ୨୫ଲକ୍ଷରୁ ଉର୍ଦ୍ଧ ଲୋକ ପାଉଥିବା ଚାଉଳରେ ଏପରି ଷ୍ଟିକରିଂ ବ୍ୟବସ୍ଥା ଲାଗୁ ହେବ । ତେଣୁ ରାଜ୍ୟ ସରକାର ଯେଉଁ ୯ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ତାହାକୁ ମଧ୍ୟ ସେ ଷ୍ଟିକରିଂ କରି ସର୍ବସମ୍ମୁଖକୁ ଆଣନ୍ତୁ ବୋଲି ବିଜେପି ସାଂସଦ ଅପରାଜିତା କହିଛନ୍ତି । କାରଣ, ଲୋକମାନେ ଜାଣିବା ଆବଶ୍ୟକ ଯେ, ଚାଉଳ ରାଜ୍ୟ ସରକାର ନୁହେଁ, ବରଂ କେନ୍ଦ୍ର ସରକାର ଦେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ଚାଉଳକୁ ନେଇ ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଗରିବ କଲ୍ୟଣ ସ୍କିମରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ମିଳିବ । ମାସକୁ ୬୧୬ କୋଟିରୁ ଉର୍ଦ୍ଧଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ ଚାଉଳ ବାବଦରେ ।

ଏଥିସହ ରାଉରକେଲାକୁ ବିମାନସେବା ନେଇ ହୋଇଥିବା ବିଜ୍ଞାପନ ଝଡ ବିଷୟରେ ମଧ୍ୟ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମୁହଁ ଖୋଲିଛନ୍ତି । ବିମାନ ବିଜ୍ଞାପନରେ ପିଏମ ମୋଦିଙ୍କ ଫଟୋ ବ୍ୟବହାର ନକରିବା ଏକ ଭୁଲ୍ । ତେଣୁ ଆମେ ଭୁଲଟାକୁ ଭୁଲ କହିବାରେ କିଛି ଅସୁବିଧା ନାହିଁ ।

ସୂଚନାଯୋଗ୍ୟ, କିଛିଦିନ ତଳେ ବଡ଼ ଆଡମ୍ୱରରେ ଭୁବନେଶ୍ୱର ବିମାନବନ୍ଦରରୁ ରାଉରକେଲାକୁ ବିମାନସେବା ଆରମ୍ଭ କରାଯାଇଥିଲା । ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନଥିଲା । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ପ୍ରତିକ୍ରିୟା ରଖିଥିଲେ । ପରେ ମନ୍ତ୍ରୀ ଅଶୋକ ପଣ୍ଡା  କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ଅଶୋକ ପଣ୍ଡାଙ୍କ କଥାରେ ମଧ୍ୟ ପ୍ରତି ଉର୍ତ୍ତର ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଅଶୋକ ପଣ୍ଡା କହିବେ ଆମେ ମାନିନେବୁ । ଏହା କଦାପି ଉଚିତ ନୁହେଁ । ଏହି ବିବାଦ ରାଜ୍ୟ ରାଜନୀତିକୁ ସରଗରମ କରିଥିଲେ । କଂଗ୍ରେସ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଥିଲା ।

https://odia.news18.com/news/trending/a-snake-came-out-of-the-school-lunch-4srm-120123-srm-147681.html
Published by:Soubhagya Mishra
First published: