ଜନ ଔଷଧୀ ଦିବସରେ ଲୋକଙ୍କ ସହ ମତ ବିନିମୟ କଲେ PM ମୋଦି

ଜନ ଔଷଧୀ ଦିବସ ୨୦୨୨ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜନ ଔଷଧୀ କାର୍ଯ୍ୟକ୍ରମ ସହିତ ଜଡ଼ିତ ବ୍ୟବସାୟୀ, ଉପଭୋକ୍ତା ତଥା ସାଧାରଣ ଜନତା ଓ ବିଜେପିର ଦଳୀୟ ନେତା ଓ କର୍ମୀଙ୍କ ସହ ଗୋଟିଏ ଭର୍ଚୁଆଲ ମଞ୍ଚରେ ବାର୍ତ୍ତାଳାପ କରିଥିଲେ ପ୍ରଧାନ ମନ୍ତ୍ରୀ।

ଜନ ଔଷଧୀ ଦିବସରେ ଲୋକଙ୍କ ସହ ମତ ବିନିମୟ କଲେ PM ମୋଦି

ଜନ ଔଷଧୀ ଦିବସରେ ଲୋକଙ୍କ ସହ ମତ ବିନିମୟ କଲେ PM ମୋଦି

  • Share this:
News18 Odia Digital

ଭୁବନେଶ୍ବର: ଭାରତୀୟ ଜନ ଔଷଧୀ କାର୍ଯ୍ୟକ୍ରମ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। କେବଳ ପସନ୍ଦ ନୁହେଁ ବରଂ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଓ କମ୍ ଖର୍ଚ୍ଚରେ ଔଷଧ କ୍ରୟ କରିବାରେ ଏହା ସହାୟକ ହୋଇପାରିଛି। ଜନ ଔଷଧୀ ଦିବସ ୨୦୨୨ ଅବସରରେ ବିଭିନ୍ନ ରାଜ୍ୟର ହିତାଧିକାରୀ, ଔଷଧ ବିକ୍ରେତା ତଥା ସାଧାରଣ ଲୋକଙ୍କ ସହ ଭିଡ଼ିଓ କନଫେରନ୍ସ ଜରିଆରେ କଥାବାର୍ତ୍ତା କରିବା ପରେ ଏହା କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସହ ବାର୍ତ୍ତାଳାପ ଅବସରରେ ଭୁବନେଶ୍ୱରର ଦିବ୍ୟାଙ୍ଗ ବ୍ୟକ୍ତି ସୁରେଶ ବେହେରାଙ୍କ ସହ ମତ ବିନିମୟ କରିଥିଲେ ପ୍ରଧାନ ମନ୍ତ୍ରୀ। ପ୍ରଧାନ ମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ଅତ୍ୟନ୍ତ ଭାବୁକ ହୋଇପଡ଼ିଥିଲେ ସୁରେଶ।

ଜନ ଔଷଧୀ ଦିବସ ୨୦୨୨ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜନ ଔଷଧୀ କାର୍ଯ୍ୟକ୍ରମ ସହିତ ଜଡ଼ିତ ବ୍ୟବସାୟୀ, ଉପଭୋକ୍ତା ତଥା ସାଧାରଣ ଜନତା ଓ ବିଜେପିର ଦଳୀୟ ନେତା ଓ କର୍ମୀଙ୍କ ସହ ଗୋଟିଏ ଭର୍ଚୁଆଲ ମଞ୍ଚରେ ବାର୍ତ୍ତାଳାପ କରିଥିଲେ ପ୍ରଧାନ ମନ୍ତ୍ରୀ । ଏହି କ୍ରମରେ ପ୍ରଥମେ କର୍ଣ୍ଣାଟକର ଜଣେ ମହିଳାଙ୍କ ସହ ମତ ବିନିମୟ ପରେ ଓଡ଼ିଶାର ଭୁବନେଶ୍ୱର କୁହୁଡ଼ି ଅଞ୍ଚଳର ଜଣେ ଯୁବ ଦିବ୍ୟାଙ୍ଗ ସୁରେଶ ବେହେରାଙ୍କ ସହ ପ୍ରଧାନ ମନ୍ତ୍ରୀ କଥା ହୋଇଥିଲେ।

ଜନ ଔଷଧୀ କାର୍ଯ୍ୟକ୍ରମ ତାଙ୍କ ପାଇଁ କେତେ ସୁବିଧା ଦେଇପାରିଛି ପ୍ରଶ୍ନରେ ସୁରେଶ କହିଥିଲେ ଯେ ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି। ତାଙ୍କର ଡ଼ାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଛି। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ଖାଉଥିଲେ ଓ ଏଥିପାଇଁ ମାସକୁ ପ୍ରାୟ ୫ ହଜାର ଟଙ୍କା କେବଳ ଔଷଧ ବାବଦରେ ଖର୍ଚ୍ଚ କରିବାକୁ ପଡୁଥିଲା। ହେଲେ ଜନଔଷଧୀ ଷ୍ଟୋର ବାବଦରେ ସେ ଅବଗତ ହେବା ପରେ ସମାନ ଔଷଧକୁ ଖୁବ୍ କମ୍ ଦାମରେ ସେ କିଣିବାକୁ ସୁଯୋଗ ପାଇଲେ। ଏବେ ଜନଔଷଧୀ ଦୋକାନ କାରଣରୁ ମାସକୁ ତାଙ୍କର ପ୍ରାୟ ୩ରୁ ୪ ହଜାର ଟଙ୍କାର ଔଷଧ କମ୍ ଖର୍ଚ୍ଚ ହେଉଛି। ଏଥିପାଇଁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଜେପିର ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖ ପାତ୍ର ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଅପରାଜିତା କହିଥିଲେ, ‘‘୨୦୧୬ରେ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା ପରେ ଏହା ଲୋକଙ୍କ ଭିତରେ ଧୀରେ ଧୀରେ ଆଦୃତ ହେବାରେ ଲାଗିଛି। ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା କମ୍ ଖର୍ଚ୍ଚରେ ଏଭଳି ଔଷଧ ବିକ୍ରି ପାଇଁ ସୁଯୋଗ ସୃଷ୍ଟି କରିବା ଯାହା ସାଧାରଣ ଲୋକଙ୍କ ସେବାରେ ଆସି ପାରିବ। ସେବେଠାରୁ ଏବେ ପର୍ଯ୍ୟନ୍ତ ସାରା ଦେଶରେ ୮,୬୫୦ଟି ଜନଔଷଧୀ କେନ୍ଦ୍ର ଖୋଲାଯାଇ ପାରିଛି।’’

ସେହିଭଳି ସାରା ରାଜ୍ୟରେ ୩୫୪ଟି ଜନଔଷଧୀ ଷ୍ଟୋର ଥିବା ବେଳେ ସେ ଭିତରୁ କେବଳ ଖୋର୍ଦ୍ଧା ଜିଲାରେ ୩୩ରୁ ଅଧିକ ଷ୍ଟୋର ରହିଛି। ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଏହା ସହାୟକ ହୋଇପାରିଛି ଓ ଆଗକୁ ଏହା ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ସାଂସଦ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଥିଲେ, ‘‘ଅନେକ ରୋଗ ପାଇଁ ବଜାରରେ ବିକ୍ରି ହେଉଥିବା ମେଡ଼ିସିନ୍ ବ୍ୟୟବହୁଳ ଯାହା ସାଧାରଣ ଲୋକଙ୍କ କ୍ରୟଶକ୍ତିର ବାହାରେ। ଏଭଳି ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଜନଔଷଧୀ କାର୍ଯ୍ୟକ୍ରମର ପରିକଳ୍ପନା ହୋଇଥିଲା। ଏବେ ଏହା ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ ସହାୟକ ହୋଇପାରିଛି ଯାହା ଖୁସିର କଥା। ଏଥିରୁ ପ୍ରମାଣିତ ହେଉଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ କେତେ ସାଧାରଣମୁଖୀ।’’
Published by:Lipina Das
First published: