ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି PM ମୋଦି

ପିଏମ ମୋଦି ଟ୍ବିଟ କରି ଲେଖିଛନ୍ତି, ‘‘ବିଶିଷ୍ଟ ଓଡ଼ିଆ ଅଭିନେତା ମିହିର ଦାସଙ୍କର ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର୍ ସମୟରେ, ସେ ତାଙ୍କର ସୃଜନଶୀଳ ପ୍ରଦର୍ଶନ ଯୋଗୁଁ ଅନେକ ହୃଦୟ ଜିତିଥିଲେ । ମୋର ସମବେଦନା ତାଙ୍କ ପରିବାର ଓ ପ୍ରଶଂସକ ସହିତ ଅଛି । ଓମ୍ ଶାନ୍ତି ।’’

ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି PM ମୋଦି

ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି PM ମୋଦି

  • Share this:
News18 Odia Digital

ଭୁବନେଶ୍ବର: କିମ୍ବଦନ୍ତୀ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ମୃତ୍ୟୁରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମବେଦନା ଜଣାଇଛନ୍ତି। ଭେଟେରାନ୍ ଅଭିନେତା ୬୩ ବର୍ଷ ବୟସରେ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମୋଦି ଟ୍ବିଟ କରି ଲେଖିଛନ୍ତି, ‘‘ବିଶିଷ୍ଟ ଓଡ଼ିଆ ଅଭିନେତା ମିହିର ଦାସଙ୍କର ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର୍ ସମୟରେ, ସେ ତାଙ୍କର ସୃଜନଶୀଳ ପ୍ରଦର୍ଶନ ଯୋଗୁଁ ଅନେକ ହୃଦୟ ଜିତିଥିଲେ । ମୋର ସମବେଦନା ତାଙ୍କ ପରିବାର ଓ ପ୍ରଶଂସକ ସହିତ ଅଛି । ଓମ୍ ଶାନ୍ତି ।’’



ସୂଚନାଯୋଗ୍ୟ ଯେ ମଧୁମେହ ଓ କିଡନି ରୋଗରେ ପୀଡ଼ିତ ଥିବା ମିହିରଙ୍କର ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଥିଲା । ଶେଷରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢେ ତିନିଟା ବେଳେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଥିଲେ । ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା । ପାଖାପାଖି ୨୦୦ ଫିଲ୍ମରେ ଅଭିନୟ କରିଥିବା ମିହିର ଦାସ ୧୯୮୦ରେ ‘ରାମାୟଣ’ ଫିଲ୍ମରେ ଶତ୍ରୁଘ୍ନ ଭୂମିକାରୁ ନିଜ ସିନେମା ଅଭିନୟ କରିୟର୍‌ ଆରମ୍ଭ କରିଥିଲେ । ମିହିର ଦାସ ୧୯୫୯ ଫେବୃଆରୀ ୧୭ରେ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମ ଗ୍ରହଣ କରିଥିଲେ।

ଏହି ସମୟରେ ପ୍ରଖ୍ୟାତ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭେଟେରାନ୍ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
Published by:Lipina Das
First published:
)}