ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ୬ ମାସରେ ମିଳିବ ୩ ଲକ୍ଷ ଟଙ୍କା

PM Modi's YUVA Scheme for Young Writers | ‘‘ଏହା ଯୁବା ବର୍ଗ ପାଇଁ ନିଜ ଲେଖନ ଦକ୍ଷତାକୁ ବଢ଼ାଇବା ପାଇଁ ଓ ଭାରତର ବୌଦ୍ଧିକ ଆଲୋଚନାରେ ଅବଦାନ କରିବା ପାଇଁ ଏକ ଆକର୍ଷକ ସୁଯୋଗ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ସର୍ବଭାରତୀୟ ପ୍ରତିଯୋଗିତା ମାଧ୍ୟମରେ ମୋ’ଟ ୭୫ ଜଣ ଲେଖକଙ୍କୁ ଚୟନ କରାଯିବ ।

ଏକ ସର୍ବଭାରତୀୟ ପ୍ରତିଯୋଗିତା ମାଧ୍ୟମରେ ମୋ’ଟ ୭୫ ଜଣ ଲେଖକଙ୍କୁ ଚୟନ କରାଯିବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ଶିକ୍ଷା ମନ୍ତ୍ରଣାଳୟ (Education Ministry) ଅଧୀନରେ ଥିବା ଉଚ୍ଚ ଶିକ୍ଷା ବିଭାଗ ଦେଶରେ ଯୁବ ଲେଖକମାନଙ୍କୁ ତାଲିମ୍‌ ଦେବା ପାଇଁ ‘ଯୁବା: ଯୁବ ଲେଖକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଯୋଜନା’ (‘YUVA: Prime Minister’s Scheme For Mentoring Young Authors’) ଆରମ୍ଭ କରିଛି । ଏହା ୩୦ ବର୍ଷରୁ କମ୍‌ ବୟସର ଲେଖକମାନଙ୍କ ପ୍ରଶିକ୍ଷଣ ପାଇଁ ଏକ ଲେଖକ ପରାମର୍ଶ କାର୍ଯ୍ୟକ୍ରମ ହେବ, ଯାହା ଦ୍ୱାରା ଲେଖାପଢ଼ା ଓ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ ଏବଂ ବିଶ୍ୱ ସ୍ତରରେ ଭାରତ ଓ ଭାରତୀୟ ଲେଖାକୁ ପ୍ରଦର୍ଶନ କରାଯିବ ।

ଟ୍ୱିଟରରେ ଏହି ଯୋଜନାର ଏକ ଲିଙ୍କ୍‌ ଶେୟାର୍‌ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘‘ଏହା ଯୁବା ବର୍ଗ ପାଇଁ ନିଜ ଲେଖନ ଦକ୍ଷତାକୁ ବଢ଼ାଇବା ପାଇଁ ଓ ଭାରତର ବୌଦ୍ଧିକ ଆଲୋଚନାରେ ଅବଦାନ କରିବା ପାଇଁ ଏକ ଆକର୍ଷକ ସୁଯୋଗ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’

ସମଗ୍ର ଭାରତରେ ଯୁବ ଲେଖକମାନଙ୍କୁ ପରାମର୍ଶ ଦେବା ପାଇଁ ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ।‘‘ଏହି ଯୋଜନା ୩୦ ବର୍ଷରୁ କମ୍ ବୟସର ଲେଖକମାନଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବ ଯେଉଁମାନେ ନିଜକୁ ପ୍ରକାଶ କରିବାକୁ ଓ ଯେକୌଣସି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ଉନ୍ନତ ଢଙ୍ଗରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଥିବେ । ଏହା ବିଶ୍ ସ୍ତରରେ ଭାରତୀୟ ସଂସ୍କୃତି ଓ ସାହିତ୍ୟକୁ ଉପସ୍ଥାପନ କରିବାରେ ବି ସହାୟକ ହେବ,’’ ସରକାର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

ଯୁବକ ଲେଖକମାନଙ୍କ ଚୟନ ପ୍ରକ୍ରିୟା

* MyGovରେ ଏକ ସର୍ବଭାରତୀୟ ପ୍ରତିଯୋଗିତା ମାଧ୍ୟମରେ ମୋ’ଟ ୭୫ ଜଣ ଲେଖକଙ୍କୁ ଚୟନ କରାଯିବ ।

* NBT ଦ୍ୱାରା ଗଠିତ ଏକ କମିଟି ଦ୍ୱାରା ଏହି ଚୟନ ପ୍ରକ୍ରିୟା ହେବ ।

* ଏହି ପ୍ରତିଯୋଗିତା ଜୁନ୍‌ ୪ ତାରିଖରୁ ଜୁଲାଇ ୩୧, ୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ ତାଙ୍କ ଗୀତ ଶୁଣନ୍ତୁ |ଜୀବନରେ ଯେବେ ମୋ ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ

* ଏହି ମେଣ୍ଟରସିପ୍ ସ୍କିମ୍ (mentorship scheme) ଅଧୀନରେ ପ୍ରତିଯୋଗୀମାନଙ୍କୁ ୫,୦୦୦ ଶବ୍ଦର ଏକ ପାଣ୍ଡୁଲିପି ଦାଖଲ କରିବାକୁ କୁହାଯିବ, ଯାହାକୁ ଏକ ଉପଯୁକ୍ତ ପୁସ୍ତକ ଭାବରେ ବିକଶିତ କରିହେବ କି ନାହିଁ ତାହା ବିଚାର କରାଯିବ ।

* ୧୫ ଅଗଷ୍ଟ ୨୦୨୧ରେ ସ୍ୱାଧୀନତା ଦିବସ ଅବସରରେ ଚୟନିତ ହୋଇଥିବା ଲେଖକମାନଙ୍କ ନାମ ଘୋଷଣା କରାଯିବ ।

* ମେଣ୍ଟରସିପ୍ ଉପରେ ଆଧାର କରି ଚୟନିତ ଲେଖକମାନେ ମନୋନୀତ ମେଣ୍ଟରମାନଙ୍କ ନିର୍ଦ୍ଦେଶନାରେ ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ପାଇଁ ପାଣ୍ଡୁଲିପି ପ୍ରସ୍ତୁତ କରିବେ ।

ଏହା ବି ପଢ଼ନ୍ତୁ | ସୋନୁ ସୁଦ୍ ମିଛୁଆ? ତାଙ୍କ ସାହାଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ଗଞ୍ଜାମ ଜିଲ୍ଲାପାଳ; ସୋନୁ ଜବାବ ଦେଲେ

* ୧୫ ଡିସେମ୍ବର ୨୦୨୧ ସୁଦ୍ଧା ବିଜେତାଙ୍କ ଏଣ୍ଟ୍ରିଗୁଡି଼କ ପ୍ରକାଶନ ପାଇଁ ପ୍ରସ୍ତୁତ ହେବ ।

* ପ୍ରକାଶିତ ପୁସ୍ତକଗୁଡ଼ିକ ୧୨ ଜାନୁଆରୀ ୨୦୨୨ରେ ଯୁବା ଦିବସ (YUVA DIVAS) ବା ଜାତୀୟ ଯୁବ ଦିବସରେ ଉନ୍ମୋଚିତ ହୋଇପାରେ ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାର ଧାର୍ଯ୍ୟ କରିଥିବା ଆମ୍ବୁଲାନ୍ସ ଭଡ଼ାରେ ଅକ୍ସିଜେନ୍‌ ବି ସାମିଲ୍‌ ଅଛି



ପ୍ରଥମ ପର୍ଯ୍ୟାୟ - ଟ୍ରେନିଂ ( ମାସ)

* ଚୟନିତ ପ୍ରାର୍ଥୀମାନଙ୍କ ପାଇଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ପାଇଁ ଦୁଇ ସପ୍ତାହର ଏକ ଅନଲାଇନ୍ କାର୍ଯ୍ୟକ୍ରମ ଆୟୋଜନ କରିବ ।

* ସେହି କାର୍ଯ୍ୟକ୍ରମରେ NBTର ପ୍ୟାନେଲରୁ ଦୁଇ ଜଣ ବିଶିଷ୍ଟ ଲେଖକ / ପରାମର୍ଶଦାତା ଯୁବ ଲେଖକମାନଙ୍କୁ ପ୍ରଶିକ୍ଷଣ ଦେବେ ।

ସମ୍ପନ୍ନ ଲେଖକ ଏବଂ ଲେଖକମାନେ |

* ଦୁଇ ସପ୍ତାହର ଏହି କାର୍ଯ୍ୟକ୍ରମ ପରେ ଲେଖକମାନଙ୍କୁ NBT ଆୟୋଜିତ କରୁଥିବା ଏକ ଅନଲାଇନ୍ କିମ୍ବା ଅନ-ସାଇଟ୍‌ ଜାତୀୟ ଶିବିରରେ ଦୁଇ ସପ୍ତାହ ପାଇଁ ତାଲିମ ଦେବ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

ଦ୍ୱିତୀୟ ପର୍ଯ୍ୟାୟ - ପ୍ରମୋସନ ( ମାସ)

* ଯୁବ ଲେଖକମାନେ ନିଜ ବୁଝିବା ଶକ୍ତିର ବିକାଶ କରିବାକୁ ଓ ବିଭିନ୍ନ ଆନ୍ତର୍ଜାତୀୟ ଇଭେଣ୍ଟ୍‌ ଯଥା ସାହିତ୍ୟ ମହୋତ୍ସବ, ପୁସ୍ତକ ମେଳା, ଭର୍ଚ୍ଚୁଆଲ୍ ବହି ମେଳା ଓ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଇତ୍ୟାଦି ମାଧ୍ୟମରେ ପାରସ୍ପରିକ ନିଜ ଦକ୍ଷତା ବୃଦ୍ଧି କରିବାକୁ ସୁଯୋଗ ପାଇବେ ।

* ଏହି ମେଣ୍ଟରସିପ୍ କାର୍ଯ୍ୟକ୍ରମ ସରିଲେ ପ୍ରତି ଚୟନିତ ଯୁବ ଲେଖକଙ୍କୁ ଛଅ ମାସ ପାଇଁ ପ୍ରତି ମାସ ୫୦,୦୦୦ ଟଙ୍କା ଲେଖାଏଁ (ମୋଟ ୩ ଲକ୍ଷ ଟଙ୍କା) ଏକୀଭୂତ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ନାରୀଙ୍କ ସମଲିଙ୍ଗୀ ପ୍ରେମ ଉପରେ ଆଧାରିତ ଫିଲ୍ମରେ ନଜର ଆସୁଛନ୍ତି

* ଏହି କାର୍ଯ୍ୟକ୍ରମର ଫଳ ଭାବରେ ଛାତ୍ରବୃତ୍ତି ପାଉଥିବା ଯୁବ ଲେଖକମାନଙ୍କ ଦ୍ୱାରା ଲିଖିତ ଗୋଟିଏ ବା ଏକାଧିକ ପୁସ୍ତକ NBT ପ୍ରକାଶିତ କରିବ ।

* ମେଣ୍ଟରସିପ୍ ପ୍ରୋଗ୍ରାମ୍‌ ଶେଷ ହେଲା ପରେ ଓ ଲେଖକମାନଙ୍କ ବହିଗୁଡ଼ିକର ସଫଳ ପ୍ରକାଶନ ପରେ ସେମାନଙ୍କୁ ୧୦% ରୟାଲଟି ପ୍ରଦାନ କରାଯିବ ।



* ସେମାନଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯିବ, ଯାହା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ସାହିତ୍ୟର ଆଦାନପ୍ରଦାନ ସୁନିଶ୍ଚିତ ହେବ ଓ ‘ଏକ ଭରତ ଶ୍ରେଷ୍ଠ ଭାରତ’ ଉକ୍ତିଟିର ସଫଳ ରୂପାୟନ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।
Published by:Anand S.T. Das
First published: