୩୨.୯୧ ଲକ୍ଷ ଅଯୋଗ୍ୟ କୃଷକ ପାଇଲେ PM-Kisan ଟଙ୍କା; ଜାଣନ୍ତୁ କେବେ ଜାରି ହେବ ଅଷ୍ଟମ କିସ୍ତି?

PM-Kisan Samman Nidhi: କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଅଧୀନରେ ୨,୩୨୬ କୋଟି ଟଙ୍କା ୩୨.୯୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର ଏହି ରାଶି ରିକଭରି କରିବାରେ ବ୍ୟସ୍ତ ଅଛନ୍ତି ।

୩୨.୯୧ ଲକ୍ଷ ଅଯୋଗ୍ୟ କୃଷକ ପାଇଲେ PM-Kisan ଟଙ୍କା; ଜାଣନ୍ତୁ କେବେ ଜାରି ହେବ ଅଷ୍ଟମ କିସ୍ତି?
୩୨.୯୧ ଲକ୍ଷ ଅଯୋଗ୍ୟ କୃଷକ ପାଇଲେ PM-Kisan ଟଙ୍କା
  • News18 Odia
  • Last Updated: February 8, 2021, 10:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ର କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ୨,୩୨୬ କୋଟି ଟଙ୍କା ୩୨.୯୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ସେମାନଙ୍କ ମଧ୍ୟରେ କିଛି ଟିକସଦାତା ଲୋକ ମଧ୍ୟ ଅଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar) କହିଛନ୍ତି ଯେ ରାଜ୍ୟ ସରକାର ଏହାର ତଦନ୍ତ କରୁଛନ୍ତି । ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan Samman Nidhi) ଯୋଜନା ଅନୁଯାୟୀ କେନ୍ଦ୍ର ସରକାର କ୍ଷୁଦ୍ର ଓ ମାର୍ଜିନ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ଏହି ରାଶି ସିଧାସଳଖ କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ । ତୋମାର ଏହା ମଧ୍ୟ କହିଛନ୍ତି ଯେ ଏହି ଯୋଜନାରେ ଅନେକ ପ୍ରକାରର ଯାଞ୍ଚ ପ୍ରକ୍ରିୟା ଗ୍ରହଣ କରାଯାଇଛି ଯାହା ଦ୍ୱାରା ଅନ୍ତତଃ ପକ୍ଷେ କମ ଭୁଲ ହେବ ଓ କେବଳ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ପାଇପାରିବେ ।

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କୃଷି ମନ୍ତ୍ରୀଙ୍କ ତରଫରୁ ଏହା କୁହାଯାଇଛି, 'ଯଦିଓ ଯାଞ୍ଚ ପ୍ରକ୍ରିୟା ଅନୁଯାୟୀ ୩୨,୯୧,୧୫୨ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୨,୩୨୬.୮୮ କୋଟି ଟଙ୍କା ପଠାଯାଇଛି । ଏଥିରେ କିଛି ଟିକସ ଦେଉଥିବା ବ୍ୟକ୍ତି ମଧ୍ୟ ଅଛନ୍ତି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ କେତେକ କ୍ଷେତ୍ରରେ ବ୍ଲକ / ଜିଲ୍ଲା ଅଧିକାରୀମାନେ ଅଯୋଗ୍ୟ ଚାଷୀଙ୍କୁ ଏହାର ସୁବିଧା ଭୁଲ ଭାବରେ ଦେଇଛନ୍ତି ।

ତାମିଲନାଡୁରେ ରିକଭରୀ ହୋଇଛି ୧୫୮ କୋଟି ଟଙ୍କା
କର୍ଣ୍ଣାଟକରେ ୨,୦୩,୮୧୯ ଏଭଳି ଭୁଲ ରେଜିଷ୍ଟ୍ରେସନ୍ ହୋଇଛି ଓ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ତାମିଲନାଡୁରେ ପ୍ରାୟ ୬ ଲକ୍ଷ ଏଭଳି ମାମଲା ରୁଜୁ ହୋଇଛି ଓ ଏଥିରୁ ୧୫୮.୫୭ କୋଟି ଟଙ୍କା ରିକଭରି କରାଯାଇଛି । ତାମିଲନାଡୁରେ ଏପର୍ଯ୍ୟନ୍ତ ୧୬ ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଓ ୧୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଗୁଜୁରାଟର ୭,୦୦୦ ଚାଷୀଙ୍କୁ ଏହି ଯୋଜନା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି ।

ଆୟକର ଜମା କରୁଥିବା ହିତାଧିକାରୀଙ୍କ ବିଷୟରେ କିପରି ସୂଚନା ମିଳିଥାଏ?
ଜମ୍ମୁ କାଶ୍ମୀର, ମେଘାଳୟ, ଲଦାଖ ଓ ଆସାମ ବ୍ୟତୀତ PM-Kisan ପୋର୍ଟାଲ ଅନ୍ୟ ସମସ୍ତ ରାଜ୍ୟ ପାଇଁ UIDAI ମାଧ୍ୟମରେ ଏକୀଭୂତ ହୋଇଛି । ଏହି ପୋର୍ଟାଲକୁ ଆୟକର ଡାଟାବେସ୍ (Income Tax Database)ସହିତ ମଧ୍ୟ ସଂଯୁକ୍ତ କରାଯାଇଛି ଯାହା ଦ୍ୱାରା ସେହି ହିତାଧିକାରୀମାନେ ଟ୍ରାକ ହୋଇପାରିଥାଏ ଯେ ସେମାନେ ଆୟକର ପୈଠ କରିଥାନ୍ତି ।

କେବେ ମିଳିବ ଅଷ୍ଟମ କିସ୍ତି?
କ୍ଷୁଦ୍ର ଓ ମାର୍ଜିନ କୃଷକମାନଙ୍କ ପାଇଁ ଏହି ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତି ହୋଲି ପରେ ମିଳିପାରେ । ଏହା ସମ୍ଭବ ଯେ କେନ୍ଦ୍ର ସରକାର ଏପ୍ରିଲରୁ ଅଷ୍ଟମ କିସ୍ତି ମୁକ୍ତ କରିବା ଆରମ୍ଭ କରିବେ । ତେବେ ସରକାରଙ୍କ ତରଫରୁ ଏ ସମ୍ପର୍କରେ କୌଣସି ଦୃଢ଼ ସୂଚନା ନାହିଁ । କିଛି ଗଣମାଧ୍ୟମ ରିପୋର୍ଟ ଏହା ଅନୁମାନ କରୁଛି । ଏହି ଯୋଜନା ଅଧୀନରେ, ଏପ୍ରିଲ୍-ଜୁଲାଇ ମଧ୍ୟରେ ଗୋଟିଏ କିସ୍ତି, ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଦ୍ୱିତୀୟ କିସ୍ତି ଓ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ବର୍ଷର ତୃତୀୟ କିସ୍ତି ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଡିସେମ୍ବର-ମାର୍ଚ୍ଚ ୨୦୨୦-୨୧ ପାଇଁ ୯.୪୫ କୋଟି ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି ।
Published by: Jagdish Barik
First published: February 8, 2021, 10:28 AM IST