News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (ପି.ଏମ୍. କିସାନ୍, PMKisan) ଯୋଜନାର ନବମ କିସ୍ତି ପାଇଁ ଅପେକ୍ଷା କରି ରହିଥିବା ଚାଷୀମାନଙ୍କ ପାଇଁ ଆଜି ଖବର ଆସିଛି ।୨,୦୦୦ ଟଙ୍କାର (9th Installment) କିସ୍ତି ପାଇଁ ସେମାନଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି ।ଆଜି, ଅର୍ଥାତ ଅଗଷ୍ଟ ୯, ସୋମବାର, କେନ୍ଦ୍ର ସରକାର ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଯାଉଛନ୍ତି । ସରକାର ପି.ଏମ. କିସାନ ସମ୍ମାନ ନିଧି ଯୋଜନାର ପଞ୍ଜୀକୃତ କୃଷକମାନଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କାର ନବମ କିସ୍ତି ଜମାକରିବାକୁ ସବୁ ବ୍ୟବସ୍ଥା କରିସାରିଛନ୍ତି ।
ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (Pradhan Mantri Kisan Samman Nidhi) ଯୋଜନା ଅଧୀନରେ ଦେଶର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ଏ ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ଆଠଟି କିସ୍ତିର ଟଙ୍କା ଦେଇ ସାରିଛନ୍ତି । ଏହି ଯୋଜନା ଅଧୀନରେ ଅର୍ଥ ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତତାଲିକାରେ ନିଜ ନାମ ଏମିତି ଚେକ୍ କରନ୍ତୁକୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କେନ୍ଦ୍ର ସରକାର ଟଙ୍କା ଡିପୋଜିଟ୍ କରିବାର ସବୁ ବ୍ୟବସ୍ଥା କରିସାରିଥିବାରୁ ଆପଣ ତୁରନ୍ତ ତାଲିକାରେ ନିଜ ନାମ ଅଛି କି ଓ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସିବ କି ନାହିଁ ତାହା ଚେକ୍ କରିନେବା ଉଚିତ । ଏଥି ପାଇଁ
୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojanaର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ପରିଦର୍ଶନ କରିବାକୁ ପଡ଼ିବ ।
୨. ଏହାର ମୂଳ ପୃଷ୍ଠାରେ ଆପଣ ଫାର୍ମର୍ସ କର୍ଣ୍ଣରର (Farmers Corner) ବିକଳ୍ପ (option) ଦେଖିବାକୁ ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମ୩. ଫାର୍ମାର୍ସ କର୍ଣ୍ଣର୍ ସେକ୍ସନକୁ ଯାଇ ସେଇଠି ଆପଣଙ୍କୁ ହିତାଧିକାରୀ ତାଲିକା (Beneficiaries List) ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡି଼ବ ।
୪. ତା’ପରେ ଆପଣଙ୍କୁ ଡ୍ରପ୍-ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ୍ ଓ ଗ୍ରାମ ଚୟନ କରିବାକୁ ପଡି଼ବ ।
୫. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡି଼ବ ।ଏଇଠି ଆପଣଙ୍କୁ ହିତାଧିକାରୀମାନଙ୍କର ପୂରା ତାଲିକା ଦେଖାଯିବ ।ଏଇଠି ଆପଣ ନିଜ ନାମ ଯାଞ୍ଚ କରିପାରିବେ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କ’ଣ ପାରଳା ରାଜମହଲର ୫ଟି ‘ଆତ୍ମହତ୍ୟା’ ପରି ଅସମାହିତ ରହିଯିବ?କେମିତି ସରକାର ନାମ ସ୍ଥିର କରନ୍ତି?ପ୍ରଥମେ ଜମିର ରେକର୍ଡ଼ ଯାଞ୍ଚ କରିବା ପରେ କୃଷକମାନଙ୍କ ଦ୍ୱାରା ଆବେଦନରେ ସଂଲଗ୍ନ ହୋଇଥିବା ଜମିର ଦସ୍ତାବିଜ ସରକାର ଯାଞ୍ଚ କରିଥାନ୍ତି । ଯଦି ଏଗୁଡି଼କ ସଠିକ୍ ବୋଲି ଜଣାପଡ଼େ, ତେବେ କିସାନ୍ ସମ୍ମାନ ନିଧି ପୋର୍ଟାଲରେ ହିତାଧିକାରୀ ତାଲିକାରେ କୃଷକଙ୍କ ନାମ ଯୋଡ଼ା ଯାଏ । ପୋର୍ଟାଲରେ କୃଷକ ପରିବାରର ନାମ ପଞ୍ଜିକରଣ କରିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ୱ । ହିତାଧିକାରୀ ତାଲିକାରେ ନାମ ପଞ୍ଜୀକୃତ ହେବା ପରେ ହିଁ ପି.ଏମ୍. ସମ୍ମାନ ନିଧି ଯୋଜନାର ଅର୍ଥ ରାଶି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ୨ ତାଲା ଘର ଥିବା ଲୋକଙ୍କୁ ମିଳୁଛି’୨୪ ଫେବୃଆରୀ ୨୦୧୯ରେ କେନ୍ଦ୍ରର ମୋଦି ସରକାର (Modi government) ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ପ୍ରତି ବର୍ଷ ତିନୋଟି କିସ୍ତିରେ ୬,୦୦୦ ଟଙ୍କା ଦିଅନ୍ତି । ପ୍ରଥମ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସେ ।
ଦ୍ୱିତୀୟ କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଏପ୍ରିଲ ୧ରୁ ଜୁଲାଇ ୩୧ ଓ ତୃତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ ସ୍ଥାନାନ୍ତରିତ ହୋଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।