ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟ ଦେବ ଜରିମାନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟମାନଙ୍କୁ ଦେବାକୁ ପଡ଼ିବ ଜରିମାନା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟ ଦେବ ଜରିମାନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟ ଦେବ ଜରିମାନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟମାନଙ୍କୁ ଦେବାକୁ ପଡ଼ିବ ଜରିମାନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏ ନେଇ ସବୁ ରାଜ୍ୟ ମାନଙ୍କୁ ଚିଠି ଲେଖିଛି ।

କେନ୍ଦ୍ର ସରକାର ଚିଠିରେ ଦର୍ଶାଇଛନ୍ତି ଯଦି  ମଞ୍ଜୁରୀ ପରଠାରୁ  ଆବଣ୍ଟନ ଯଦି ଗୋଟେ ମାସ ବିଳମ୍ବ ହୁଏ ୧୦  ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ଅନ୍ୟ କାରଣ ପାଇଁ ବି ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି । ଯେଉଁ ରାଜ୍ୟ ଗୁଡ଼ିକ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବ ସେମାନେ ଅଧିକ ସମସ୍ୟା ଭୋଗିବେ ବୋଲି କୁହାଯାଉଛି । କେନ୍ଦ୍ରର ଏହି ଚିଠି ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।  ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି "ଏହା ସମ୍ପୂର୍ଣ ଯଥାର୍ଥ । ଗରିବ ଲୋକଙ୍କ ସହ ଖେଳୁଥିବା ରାଜ୍ୟ ସରକାରକୁ ଏହା ଏକ ସଠିକ ଉତ୍ତର । ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳନରେ ଏକ ଦୁର୍ଭାଗ୍ୟପୁର୍ଣ ସ୍ଥିତି ସୃଷ୍ଟି କରିଛନ୍ତି । ୨୦୧୯ ମସିହା ପରଠାରୁ ଗୋଟିଏ ବି ଘରର ୱାର୍କ ଅର୍ଡର ଈସୁ କରାଯାଇନାହିଁ । ହିତାଧିକାରୀ ଲିଷ୍ଟ ଚୂଡାନ୍ତ କରାଯାଇନାହିଁ ବା ରାଜ୍ୟ ସରକାରଙ୍କର କୌଣସି ଇଚ୍ଛାଶକ୍ତି ନାହିଁ ଲୋକମାନେ ଘର ପାଆନ୍ତୁ । ଏ ପରିସ୍ଥିତି ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ଏକ ଚାବୁକ ମାଡ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ ।  ତତ୍ପରତାର ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ଏବଂ ଘର ଦେବାକୁ ପଡ଼ିବ, ନଚେତ ଫଳାଫଳ ଭୋଗିବାକୁ ପଡିବ । ରାଜ୍ୟ ଅପମାନଜନକ ସ୍ଥିତିରେ ପଡିବ ଏକଥା ରାଜ୍ୟ ସରକାର ବୁଝିବେ, ଯାହା କରିନାହାନ୍ତି ତାହା କରିବେ ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି  କେନ୍ଦ୍ର ଦେଇଥିବା ଚିଠି ଆମର ହସ୍ତଗତ ହୋଇନାହିଁ । ତଥାପି ଆବାସ ନେଇ କେନ୍ଦ୍ର ସରକାର ଯାହା ସବୁ ନିର୍ଦ୍ଦେଶ ଦେଉଛନ୍ତି ତାହାଠୁ ଅଧିକ ଆମେ କରୁଛୁ । ଧାର୍ଯ୍ୟ ସମୟରେ ଯିଏ ଘର ସମ୍ପୂର୍ଣ୍ଣ କରୁଛି ତାକୁ ଆମେ ୨୦ ହଜାର ଟଙ୍କା ପୁରସ୍କାର ଦେଉଛୁ । ଆଉ ଧାର୍ଯ୍ୟ ସମୟର ୬ ମାସ ମଧ୍ୟରେ ଯିଏ ସମ୍ପୂର୍ଣ୍ଣ କରୁଛି ତାକୁ ଆମେ ୧୦ ହଜାର ଟଙ୍କା ଦେଉଛୁ । ଏହା ସହ ଆବାସ ନେଇ ସୋସିଆଲ ଅଡିଟ କାର୍ଯ୍ୟକ୍ରମର ପ୍ରାବଧାନ ଆମର ବି ରହିଛି । ରାଜ୍ୟ ସରକାର ତତ୍ପର ଅଛନ୍ତି ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ଆଉ ତ୍ୱରାନ୍ୱିତ ବି କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠୁ ଅଧିକ ତତ୍ପର ଅଛନ୍ତି । କିପରି ଅଧିକରୁ ଅଧିକ ଘର ଶୀଘ୍ର ଶେଷ ହେବ ସେ ନେଇ କାମ ବି କରୁଛନ୍ତି । ଆବାସ ଯୋଜନା ୬୦-୪୦ ପ୍ରତିଶତରେ ଚାଲିଛି । ମାତ୍ର ଆମର ମ୍ୟାନ ପାୱାର ଖର୍ଚ୍ଚକୁ ହିସାବ କଲେ ଆମର ୬୦ ପ୍ରତିଶତ ଓ କେନ୍ଦ୍ରର ୪୦ ଭାଗ ଅନୁଦାନ ହେବ । ତେଣୁ ଆବାସ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠୁ ଅଧିକ ତତ୍ପର । ଧାର୍ଯ୍ୟ ସମୟରେ ସରିବା ପାଇଁ ରାଜ୍ୟ ସବୁବେଳେ କାମ କରୁଛି । ଏପରିକି କେନ୍ଦ୍ରର କିଛି ପ୍ରବଧାନ ନ ଥିବା ବେଳେ ବି ଲୋକେ କେମିତି ଶୀଘ୍ର ଘର ସମ୍ପୂର୍ଣ୍ଣ କରିବେ ସେ ନେଇ ପ୍ରୋତ୍ସାହନ ରାଶୀ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଚିଠି ଲେଖିବା ପ୍ରସଙ୍ଗରେ ତାତ୍ସଲ୍ୟ କରିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି " ସବୁ ରାଜ୍ୟକୁ ଚିଠି ଲେଖା ଯାଇଛି । କେଉଁ ରାଜ୍ୟ ପାଇଁ କେନ୍ଦ୍ର କି ଆକ୍ସନ ନେବ ଆମେ ଜାଣିନୁ । କିନ୍ତୁ ଓଡ଼ିଶାରେ ଫଳ ଶୁନ । ମୋଦିଙ୍କୁ ନବୀନ ସାକ୍ଷାତ କରିଦେଲା ପରେ ଆକ୍ସନ ଜିରୋ ହୋଇଯିବ । ଏଠାରେ ଚିଠି ଓ ଫାଇନ ନିୟମ କିଛି କାର୍ଯ୍ୟକାରୀ କରିବ ନାହିଁ । ଏମାନେ ଏକା ସାଙ୍ଗରେ ଅଛନ୍ତି ବୋଲି ସେ କହିଛନ୍ତି "।
Published by:Soubhagya Mishra
First published: