ରାଜ୍ୟରେ ବସ୍ ଚଳାଚଳକୁ ପୂରିଲା ଏକ ସପ୍ତାହ; ଉଭୟ ବସ୍ ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି

କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳୁଛି । ବସଗୁଡ଼ିକରେ ଏବେ ପ୍ରାୟ ସବୁ ସିଟ୍ ପୂରଣ ହୋଇଯାଉଛି ।

ରାଜ୍ୟରେ ବସ୍ ଚଳାଚଳକୁ ପୂରିଲା ଏକ ସପ୍ତାହ; ଉଭୟ ବସ୍ ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି
କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡରୁ ଛାଡ଼ିଥିବା ଏକ ବସରେ ୮୦ ପ୍ରତିଶତରୁ ଅଧିକ ଯାତ୍ରୀ ବସି ସାରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ସର୍ବସାଧାରଣଙ୍କ ପାଇଁ ଆରମ୍ଭ ହୋଇଥିବା ବସ ସେବାକୁ ଆଜି ଗୋଟିଏ ସପ୍ତାହ ପୁରିଛି । ପ୍ରଥମ ଦିନ ମାତ୍ର ହାତଗଣତି ଯାତ୍ରୀଙ୍କୁ ନେଇ ଗଡ଼ୁଥିବା ବସରେ ଏବେ ପୂରା ଯାତ୍ରୀ ହେଉଛନ୍ତି । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବସ ମାଲିକମାନେ । ଯାତାୟତ କରିବାକୁ ସୁଯୋଗ ମିଳୁଥିବାରୁ ଯାତ୍ରୀ ବି ଆଶ୍ବସ୍ତ ହୋଇଛନ୍ତି ।

ବିଶେଷ କରି ବାଦାମବାଡ଼ି ବସ ଷ୍ଟାଣ୍ଡରେ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଏଠାରେ ଦେଖିବାକୁ ମିଳୁଛି । ଷ୍ଟାଣ୍ଡକୁ ଆସୁଥିବା ବସଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ମାତ୍ର ହାତଗଣତି କିଛି ଯାତ୍ରୀଙ୍କୁ ନେଇ ଯାଉଥିବା ବସଗୁଡ଼ିକରେ ଏବେ ସମସ୍ତ ସିଟ୍ ପୂରଣ ହୋଇଯାଉଛି । କିନ୍ତୁ ଏଥି ପାଇଁ ବସଗୁଡ଼ିକୁ ବେଶ କିଛି ସମୟ ଧରି ଷ୍ଟାଣ୍ଡରେ ଅପେକ୍ଷା କରିବାକୁ ପଡ଼ୁଛି ।

‘‘ଲକଡ଼ାଉନ ସମୟରେ ମୋ’ ମା'ଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ମୁଁ ତାଙ୍କ ଶେଷ ଦର୍ଶନ ପାଇଁ ବି ଯାଇ ପାରିନଥିଲି । ଏବେ ବସ ଚାଲିବାରୁ ମୁଁ ଘରକୁ ଯାଉଛି । କିଛି ନ ହେଲେ ଏବେ ପରିବାରର ଲୋକଙ୍କୁ ଦେଖା କରିପାରିବି,’’ କହିଛନ୍ତି ବାରିପଦା ଯିବା ପାଇଁ ଏକ ବସରେ ବସିଥିବା କଟକର ଜଣେ ମହିଳା ଯାତ୍ରୀ ।

ବସରେ ଚଢ଼ିବା ପୂର୍ବରୁ ବସର କର୍ମଚାରୀ ଯାତ୍ରୀଙ୍କ ହାତକୁ ସାନିଟାଇଜର ଦେଉଛନ୍ତି ।


ରାଜ୍ୟର ବିଭିନ୍ନ ସ୍ଥାନରୁ କଟକ ଦେଇ ଭୁବନେଶ୍ବର ଆସୁଥିବା ବସଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି। ୫୫ ସିଟ୍‌ ବିଶିଷ୍ଟ ଗୋଟିଏ ଗୋଟିଏ ବସରେ ମାତ୍ର ୧୨ ରୁ ୧୫ ଜଣ ଯାତ୍ରୀଙ୍କୁ ହିଁ ଦେଖିବାକୁ ମିଳୁଛି । କିନ୍ତୁ ଏଠାରେ ଫେରିବା ସମୟରେ ବସର ଅଧିକାଂଶ ସିଟ ପୂରଣ ହୋଇଯାଉଛି । ସ୍ଥିତିରେ ଆସିଥିବା ଏହି ପରିବର୍ତ୍ତନକୁ ନେଇ ଖୁସି ଅଛନ୍ତି ବସ କର୍ମଚାରୀ ।

‘‘ଅନ୍ୟ ବସରେ ଯାତ୍ରୀ ଯିବା ଆସିବା କରୁଥିବା ଦେଖି ଦୁଇ ଦିନ ହେଲା ବାରିପଦାରୁ ଭୁବନେଶ୍ବରକୁ ବସ ଚଲାଉଛୁ । ପ୍ରଥମ ଦିନ ଲୋକ ହେଲେ ନାହିଁ, ଘାଟା ଖାଇଲୁ । ଆଜି ବି ୧୨ ଜଣ ଲୋକଙ୍କୁ ନେଇ ବାରିପଦାରୁ ବାହାରିଥିଲୁ । କିନ୍ତୁ ଗଲା ବେଳକୁ ଭଲ ଯାତ୍ରୀ ମିଳିଲେ, ତେଣୁ ଖୁସି ଲାଗୁଛି,’’ କହିଛନ୍ତି 'ନାନିଁ' ବସର କଣ୍ଡକ୍ଟର ପ୍ରବୀର ।

ଗତ କାଲି ରାତି ସୁଦ୍ଧା କଟକ ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ୫୫ଟି ବସ ଯାଇଛି । ସେଥି ମଧ୍ୟରୁ କେବଳ ରାତି ବେଳା ୩୫ଟି ବସ ଯାଇଛି । ରାତି ବସଗୁଡ଼ିକରେ ଭଲ ଯାତ୍ରୀ ହେଉଛନ୍ତି, କିନ୍ତୁ ଦିନ ବସ ଗୁଡ଼ିକରେ ଯାତ୍ରୀଙ୍କୁ ଅପେକ୍ଷା କରି ବସଗୁଡ଼ିକୁ ଷ୍ଟାଣ୍ଡରେ ପ୍ରାୟ ଦେଢ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ।

‘‘ବାଲେଶ୍ବର, ବାରିପଦା, ଭଦ୍ରକ ଯାଜପୁର ରୁଟରେ ଭଲ ଯାତ୍ରୀ ହେଉଛନ୍ତି । ବାକି ପାରାଦୀପ, କେନ୍ଦ୍ରପଡ଼ା, ଢେଙ୍କାନାଳ, ଅନଗୁଳ ରୁଟରେ ଯାତ୍ରୀଙ୍କ ସଂଖ୍ୟା ବହୁତ କମ ରହିଛି । କମ ଯାତ୍ରୀ ହେଉଥିବାରୁ ଗୋଟିଏ ରୁଟରେ ଯାଉଥିବା ଦୁଇଟି ବସ ମଧ୍ୟରେ ଆମେ ଗୋଟିଏ ଘଣ୍ଟାର ବ୍ୟବଧାନ ରଖୁଛୁ । ଆଗକୁ ରଜ ଆସୁଛି, ଭାବୁଛୁ ଯାତ୍ରୀ ସଂଖ୍ୟା ବଢିବ । ଯାତ୍ରୀ ସଂଖ୍ୟା ବଢିଲେ ଆମେ ଅଧିକ ବସ ଚଲାଇବୁ,’’ କହିଛନ୍ତି କଟକ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଅଜୟ ବାରିକ ।

ଏବେ ଚାଲୁଥିବା ବସ ଗୁଡ଼ିକରେ ସମସ୍ତ ଯାତ୍ରୀଙ୍କୁ ମାସ୍କ ପରିଧାନ କରୁଥିବାର ଦେଖିବାକୁ ମିଳୁଛି । କିଛି କିଛି ଯାତ୍ରୀ ହ୍ୟାଣ୍ଡ ଗ୍ଲୋବ୍ସ ମଧ୍ୟ ପିନ୍ଧୁଛନ୍ତି । ତେବେ ବସରେ ଚଢିବା ପୂର୍ବରୁ ବସର କର୍ମଚାରୀ ଯାତ୍ରୀଙ୍କ ହାତକୁ ସାନିଟାଇଜର ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ପରିସ୍ଥିତି ସ୍ବାବାବିକ ହୋଇ ନ ଥିବାରୁ ବଡ଼ ବଡ଼ ବସ ମାଲିକମାନେ ନିଜର ହାତଗଣତି କିଛି ବସକୁ ହିଁ ଚଲାଉଛନ୍ତି ।​

ଆରମ୍ଭରୁ ହାତଗତଣି କିଛି ଯାତ୍ରୀଙ୍କୁ ନେଇ ଗଡ଼ୁଥିବା ବସରେ ଏବେ ଭରା ଯାତ୍ରୀ ଦେଖିବାକୁ ମିଳୁଛି । ସେପଟେ ଭଲ ବ୍ୟବସାୟ ହେଉଥିବାରୁ ବସ କର୍ମଚାରୀ ବି ଖୁସି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 9:01 PM IST
corona virus btn
corona virus btn
Loading