ଯୁକ୍ତ ୨ ପିଲାଙ୍କ ପାଇଁ ବଡ଼ ଖବର: ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଉନ୍ନୀତ ହେବେ ନାହିଁ

ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ହେବା ପାଇଁ ଅତି କମ୍ରେ ୩୩ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି । ଫେବୃଆରୀରେ ହେବାକୁ ଥିବା ପ୍ରଥମ ବର୍ଷର ପରୀକ୍ଷାରେ ଫେଲ୍ ହେଲେ ଛାତ୍ରଛାତ୍ରୀମାନଙ୍କୁ ମେ ମାସରେ ବିକଳ୍ପ ପରୀକ୍ଷା ଦେବାର ସୁଯୋଗ ଦିଆଯିବ । ଏହି ନୂଆ ନିୟମ ଚ଼ଳିତ ବର୍ଷ ଠାରୁ ଲାଗୁ ହେବ ।

ଯୁକ୍ତ ୨ ପିଲାଙ୍କ ପାଇଁ ବଡ଼ ଖବର: ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଉନ୍ନୀତ ହେବେ ନାହିଁ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 16, 2020, 2:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odis Digital

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପ୍ରଣାଳୀରେ ରାଜ୍ୟ ସରକାର ଆଣିଛନ୍ତି ମହତ୍ୱପୂର୍ଣ୍ଣ ସଂସ୍କାର । ଏବେ ଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଛାତ୍ରଛାତ୍ରୀମାନେ ଆଉ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହେବେ ନାହିଁ । ତେଣୁ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ହେବା ସେମାନଙ୍କ ପାଇଁ ଜରୁରୀ ।

ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ହେବା ପାଇଁ ଅତି କମ୍‌ରେ ୩୩ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି । ଫେବୃଆରୀରେ ହେବାକୁ ଥିବା ପ୍ରଥମ ବର୍ଷର ପରୀକ୍ଷାରେ ଫେଲ୍ ହେଲେ ଛାତ୍ରଛାତ୍ରୀମାନଙ୍କୁ ମେ ମାସରେ ବିକଳ୍ପ ପରୀକ୍ଷା ଦେବାର ସୁଯୋଗ ଦିଆଯିବ । ଏହି ନୂଆ ନିୟମ ଚ଼ଳିତ ବର୍ଷ ଠାରୁ ଲାଗୁ ହେବ ।

ଚଳିତ ବର୍ଷ ପ୍ଲସ୍‌ ଟୁ ପ୍ରଥମ ବର୍ଷ ପରୀକ୍ଷା ଫେବୃଆରୀ ୧୫ ରୁ ୨୮ ତାରିଖ ମଧ୍ୟରେ ହେବ। ପ୍ରଥମ ବର୍ଷର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମେ ମାସ ଶେଷ ସପ୍ତାହରେ ବିକଳ୍ପ ପରୀକ୍ଷାରେ ବସିବାକୁ ପଡ଼ିବ । ସେହି ପରୀକ୍ଷାରେ ଅତି କମ୍‌ରେ ୩୩ ପ୍ରତିଶତ ନମ୍ବର ରଖିଲେ ଯାଇ ଯୁକ୍ତ ୨ ଦ୍ବିତୀୟ ବର୍ଷକୁ ସେମାନେ ଉନ୍ନୀତ ହେବେ ।

ଏହି ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷ ପରୀକ୍ଷାର ଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପଠେଇବେ କଲେଜମାନେ । ସିବିଏସ୍ଇ (CBSE) ଢ଼ାଞ୍ଚାର ଏଇ ନିୟମ ଅନୁସାରେ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ୩୩ ପ୍ରତିଶତ ନମ୍ବର ରଖିବା ଦରକାର ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


‘‘ଦ୍ବିତୀୟ ବର୍ଷ ପରୀକ୍ଷାରେ ଭଲ ଫଳ ସୁନିଶ୍ଚିତ କରିବା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପାସ୍ ଫେଲ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଆଶା କରୁଛୁ ଏହା ଦ୍ୱାରା ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ସୁଧାର ନିଶ୍ଚୟ ଆସିବ,’’ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପୂର୍ବରୁ ପ୍ରଚ଼ଳିତ ବ୍ୟବସ୍ଥା ଅନୁସାରେ ଏକାଦଶ ଓ ଦ୍ବାଦଶ ଦୁଇ ବର୍ଷର ପରୀକ୍ଷା ଗୋଟିଏ ଥର ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ୁଥିଲା । ତା’ପରେ ଏକାଦଶରୁ ଦ୍ବାଦଶ ଅଲଗା ହେଲା । ଅଲଗା ହେବା ପରେ ଦ୍ବାଦଶ ବୋର୍ଡ ପରୀକ୍ଷା ହିଁ ଯୁକ୍ତ ଦୁଇ ବ୍ୟବସ୍ଥାର ମୁଖ୍ୟ ପରୀକ୍ଷା ସାଜିଥିଲା । ଏକାଦଶ ପରୀକ୍ଷା ଥିଲା ନାମ ମାତ୍ର । ଏହାକୁ ନେଇ ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ବିମୁଖ ହେବା ପରିଲକ୍ଷିତ ହେଉଥିଲା ।

କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ବାନ୍ଧି ରଖିବା ସହ ପାଠପଢ଼ା ପାଇଁ ଏକ ଅଧିକ ଅନୁକୁଳ ପରିବେଷ ସୃଷ୍ଟି କରିବା ଦିଗରେ ପ୍ରଥମ ବର୍ଷ ପରୀକ୍ଷାର ଗୁରୁତ୍ୱ ବଢ଼େଇବା ଏକ ଖୁବ୍‌ ଭଲ ପଦକ୍ଷେପ ବୋଲି କହିଛନ୍ତି  ଶିକ୍ଷାବିତ୍‌ମାନେ ।

ଉଚ୍ଚ ଶିକ୍ଷା ବିଭାଗରୁ ଯୁକ୍ତ ୨ ଅଲଗା ହେବାର ଚ଼ାରି ବର୍ଷ ବିତି ଗଲାଣି । ଚ଼ଳିତ ବର୍ଷ ଠାରୁ ସ୍କୁଲ ଢ଼ାଞ୍ଚାରେ, ବିଶେଷତଃ ସିବିଏସଇ ଢ଼ାଞ୍ଚା ଅନୁଯାୟୀ, ପରୀକ୍ଷା କରିବାକୁ ରାଜ୍ୟ ସରକାର ଯୋଜନା କରିଥିବାର ଜଣା ପଡ଼ିଛି ।

+୨ ପରୀକ୍ଷା ମାର୍ଚ୍ଚ ୩ରୁ ୨୮ ଯାଏ ଚ଼ାଲିବ । ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶିକ୍ଷା ବିଭାଗ ପୂର୍ବରୁ କହି ସାରିଛି ।
Published by: Anand Shankar Thankur Das
First published: January 14, 2020, 5:19 PM IST
corona virus btn
corona virus btn
Loading