ଯୁକ୍ତ ୨ ପରୀକ୍ଷା: ଜାନୁଆରୀ ୩୧ ସୁଦ୍ଧା ସିସିଟିଭି ରିପୋର୍ଟ ନ ଦେଲେ ବାତିଲ୍ ହେବ ପରୀକ୍ଷା କେନ୍ଦ୍ର

ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ପାଇଁ ଚ଼ଳିତ ବର୍ଷ ଠାରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗେଇବା ବାଧ୍ୟତାମୂଳକ କରାଯାଇଛି । ବିନା ସିସିଟିଭି କ୍ୟାମେରାରେ କୈାଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦେଶ ଜାରୀ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଯୁକ୍ତ ୨ ପରୀକ୍ଷା: ଜାନୁଆରୀ ୩୧ ସୁଦ୍ଧା ସିସିଟିଭି ରିପୋର୍ଟ ନ ଦେଲେ ବାତିଲ୍ ହେବ ପରୀକ୍ଷା କେନ୍ଦ୍ର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 26, 2020, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ପାଇଁ ଚ଼ଳିତ ବର୍ଷ ଠାରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗେଇବା ବାଧ୍ୟତାମୂଳକ କରାଯାଇଛି । ବିନା ସିସିଟିଭି କ୍ୟାମେରାରେ କୈାଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦେଶ ଜାରୀ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ହେଲେ ଏଥି ପାଇଁ କାଉନସିଲ୍ ଦୁଇ ଦୁଇ ଥର ନୋଟିସ୍ ଜାରି କରିବା ସତ୍ୱେ ଏବେ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗି ପାରିଲା ନାହିଁ ସିସିଟିଭି କ୍ୟାମେରା । ଏହାକୁ ନେଇ ଚିନ୍ତାରେ କାଉନସିଲ୍ କର୍ତ୍ତୃପକ୍ଷ । ପରୀକ୍ଷାକୁ ଆଉ ମାତ୍ର ମାସେ ସମୟ ଥିବା ବେଳେ ଜାନୁଆରୀ ୩୧ ତାରିଖ ସୁଦ୍ଧା ସବୁ କଲେଜକୁ ସିସିଟିଭି କ୍ୟାମେରା ବାବଦରେ ତଥ୍ୟ ଦେବାକୁ କଡ଼ା ନିର୍ଦେଶ ଜାରୀ କରିଛି କାଉନସିଲ । ମାସ ଶେଷ ସୁଦ୍ଧା ତଥ୍ୟ ନଦେଲେ ବାତିଲ୍ ହେବ ପରୀକ୍ଷା କେନ୍ଦ୍ର । ସେପରି ସ୍ଥିତିରେ ନିକଟରେ ଥିବା ଅନ୍ୟ କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଚ଼ଳିତ ବର୍ଷ ରାଜ୍ୟରେ ମୋଟ୍ ୧,୧୪୨ଟି ପରୀକ୍ଷା କେନ୍ଦ୍ର କରାଯିବା ଧାର୍ଯ୍ୟ ହୋଇଛି । ୨୦୧୯ରେ ୧,୦୯୮ ଟି କେନ୍ଦ୍ର ହୋଇଥିଲା ।

‘‘ବର୍ତ୍ତମାନ ସୁଦ୍ଧା ୨୫ଟି ଏସ୍.ଏସ୍.ଡି ହାଇଅର ସେକେଣ୍ଡାରୀ ସ୍କୁଲ ସହ ୧୩ଟି ଏକଲବ୍ୟ ହାଇଅର ସେକେଣ୍ଡାରୀ ସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା କେବଳ ୧୦୯୫ଟି କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ମିଳିଛି । ଏଣୁ ଜାନୁଆରୀ ଶେଷ ସୁଦ୍ଧା ଅନ୍ୟ କଲେଜ ଗୁଡ଼ିକ ସିସିଟିଭି ତଥ୍ୟ ଦେବାକୁ ଚିଠି କରାଯାଇଛି । ତଥ୍ୟ ନ ମିଳିଲେ ବାତିଲ୍ ହେବ ପରୀକ୍ଷା କେନ୍ଦ୍ର,’’ କାଉନସିଲର ଉପ-ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।

ଚ଼ଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ଶେଷ ହେବ । ଏଥର ମୋଟ୍ ୩ ଲକ୍ଷ ୪୯ ହଜାର ୧୫୪ ଜଣ ପରୀକ୍ଷାର୍ଥୀ ଅଛନ୍ତି । କଳାରେ ସର୍ବାଧିକ ୨ ଲକ୍ଷ ୧୮ହଜାର ୮୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୫ ହଜାର ୭୭୦ ଜଣ ଓ ବିଜ୍ଞାନରେ ୯୭ ହଜାର ୫୩୬ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଧନ୍ଦାମୂଳକରେ ଶିକ୍ଷା ବିଷୟଗୁଡ଼ିକରେ ୭ ହଜାର ୧୭ ଜଣ ପରୀକ୍ଷା ଦେବେ । ଜାନୁଆରୀ ୨୫ ଠାରୁ ଆଡମିଟ୍‌ କାର୍ଡ଼ କାଉନସିଲ୍ କଲେଜମାନଙ୍କୁ ପଠାଇଛି । ନିଜ କଲେଜରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ପାଇପାରିବେ ।
First published: January 26, 2020, 5:37 PM IST