News18 Odia Digital
ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା। ଚଳିତ ବର୍ଷ ଯୁକ୍ତ ୨ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ ୪,୮୦,୭୦୪ ଛାତ୍ରଛାତ୍ରୀ। ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।
କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି। ସଂସ୍କୃତରେ ୧୩,୨୬୮ ଓ ଧନ୍ଦାମୂଳକରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି।
ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମେଲେଖା। ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ହେବ ନାମେଲଖା। ୨୫ ତାରିଖ ପର୍ଯ୍ୟନ୍ତ ହେବ ନାମେଲେଖା। ବନ୍ୟା ସ୍ଥିତିକୁ ଦେଖି ବଢ଼ିପାରେ ନାମଲେଖା ଅବଧି।
କଳାରେ ସର୍ବାଧିକ ୮୩.୫୦% ସହ ପୁରୀର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବା ବେଳେ ଦ୍ୱିତୀୟରେ ୮୩.୩୩% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ରହିଛି। ସେହିପରି ତୃତୀୟରେ ୮୩.୧୭% ସହ କଟକ ନରସିଂହପୁର ହାଇଅର ସେକେଣ୍ଡାରୀ ସ୍କୁଲ ଅଛି।
ବିଜ୍ଞାନ ବିଭାଗରେ ୯୪.୩୩% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ। ୯୩.୨୦% ସହ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦ୍ରିର ଦ୍ଵିତୀୟରେ। ୯୩% ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟରେ
ବାଣିଜ୍ୟରେ ୮୪.୧୭% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ୮୦.୬୭% ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଦ୍ଵିତୀୟରେ ୭୯.୮୩% ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି।
ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ ତାଲିକା। ସେପ୍ଟେମ୍ବର ୫ ରୁ ୭ ମଧ୍ୟରେ ହେବ ନାମଲେଖା। ବଳକା ସିଟ୍ ତାଲିକା ୧୩ ସେପ୍ଟେମ୍ବର ପ୍ରକାଶ ପାଇବ। ୧୩ ଓ ୧୪ ତାରିଖରେ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିବେ। ୧୫ ତାରିଖରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ। ୧୫ ଓ ୧୬ରେ ହେବ ସ୍ପଟ ସିଲେକ୍ସନ ନାମଲେଖା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।