ମାଟ୍ରିକ ପରୀକ୍ଷା ଫଳକୁ ଦେଖି କଟ ଅଫ ବଢାଇବା ପାଇଁ ଚିନ୍ତା କରୁଛି ଯୁକ୍ତ ଦୁଇ କଲେଜ

୮ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖିଛନ୍ତି । କିନ୍ତୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମନ ମୁତାବକ କଲେଜ ମିଳିବ ନାହିଁ । ଏହା ବ୍ୟତୀତ ବହୁତ ଯୋଗ୍ୟ ପିଲା ଇଚ୍ଛା ଥିଲେ ମଧ୍ୟ ବିଜ୍ଞାନ ପଢି଼ପାରିବେ ନାହିଁ ବୋଲି କହିଛନ୍ତି ଶିକ୍ଷାବିତ।

ଶୈଳବାଳା ମହିଳା ମହବିଦ୍ଯାଳୟ

ଶୈଳବାଳା ମହିଳା ମହବିଦ୍ଯାଳୟ

  • Share this:
News18 Odia Digital

କଟକ: ପ୍ରକାଶ ହୋଇଥିବା ମାଟ୍ରିକ ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀଙ୍କ ଠାରୁ ଅଭିଭାବକ ଓ ସ୍କୁଲଗୁଡ଼ିକର ଶିଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖୁସି ଭରି ଦେଇଛି । କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଆଦୌ ଖୁସି ନୁହଁନ୍ତି ଶିକ୍ଷାବିତ । କାରଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ମାର୍କ ପ୍ରଦାନ କରିବା ବଦଳରେ ମାର୍କ ବାଣ୍ଟିବା ଭଳି କାର୍ଯ୍ୟ ହୋଇଥିବା ଆଲୋଚନା ହେଉଛି ।

ତେବେ ଏହା ଆଗକୁ ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହିତ ମାଟ୍ରିକ ପରୀକ୍ଷା ଗୁରୁତ୍ୱକୁ ନଷ୍ଟ କରିବ ଓ ଏଭଳି ନମ୍ବର ମିଳିଲେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ପ୍ରତି ଅବହେଳା ପ୍ରଦର୍ଶନ କରିବା ସହିତ ବହୁ ଗୁଡିଏ ଜ୍ଞାନ ବିହୀନ ଶିକ୍ଷିତ ସୃଷ୍ଟି ହେବେ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ବୋର୍ଡ ସଭାପତି ଡକ୍ଟର ସତ୍ୟକାମ ମିଶ୍ର । ଏହା ସହିତ ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଧା ବୃତ୍ତି ପାଇଁ ସ୍ବତନ୍ତ୍ର କୋର୍ସର ଆବଶ୍ୟକତା ରହିଥିବା ମଧ୍ୟ ସେ କହିଛନ୍ତି ।

"ପିଲାମାନଙ୍କୁ ଭଲ ନମ୍ବର ଦେବା ପାଇଁ ଏହି ମୂଲ୍ୟାୟନ ବ୍ୟବସ୍ଥା କରାଗଲା । ଫଳରେ ଯେଉଁ ପିଲା ୫୦ ପ୍ରତିଶତ ନମ୍ବର ରଖିଥାନ୍ତା ସେ ୮୦ ପ୍ରତିଶତ ରଖିଲା । ନିଜ ଯୋଗ୍ୟତା ଠାରୁ ପିଲାମାନେ ବହୁତ ଅଧିନ ନମ୍ବର ରଖିଛନ୍ତି । ଯାହା ଫଳରେ ସେମାନେ ନିଜର ଦୁର୍ବଳତାକୁ ନା ଚିହ୍ନଟ କରିପାରିବେ ନା ତାକୁ ସୁଧାରିବା ପାଇଁ ସୁଯୋଗ ପାଇବେ। ୮ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖିଛନ୍ତି । ସେମାନଙ୍କ ଆକାଂକ୍ଷା ଥିବ ସେମାନେ ରେଭେନ୍ସା କିମ୍ବା ବିଜେବି ଭଳି ବଡ଼ କଲେଜରେ ପଢି଼ବୁ। କିନ୍ତୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମନ ମୁତାବକ କଲେଜ ମିଳିବ ନାହିଁ । ଏହା ବ୍ୟତୀତ ବହୁତ ଯୋଗ୍ୟ ପିଲା ଇଚ୍ଛା ଥିଲେ ମଧ୍ୟ ବିଜ୍ଞାନ ପଢି଼ପାରିବେ ନାହିଁ," କହିଛନ୍ତି ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ବୋର୍ଡ ସଭାପତି ଡକ୍ଟର ସତ୍ୟକାମ ମିଶ୍ର ।

ସେପଟେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ଦେଖି ଯୁକ୍ତ ଦୁଇ ପାଇଁ କଟ୍ ଅଫ୍ ମାର୍କ ବଢାଯିବ ବୋଲି କହିଛନ୍ତି କଟକ ସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟ ଅଦ୍ଧକ୍ଷା । "ଯେହେତୁ ଏଥର ମାଟ୍ରିକ ଗ୍ରେଟ ଓ ପାସ ହାର ଅଧିକ ହୋଇଛି ତେଣୁ କଟଅଫ ମାର୍କ ବି ଅଧିକ ରହିବ । ଗତବର୍ଷ ସାଧରଣ ବର୍ଗଙ୍କ ପାଇଁ ବିଜ୍ଞାନରେ ୮୦.୬୭ ପ୍ରତିଶତ, ବାଣିଜ୍ୟରେ ୭୫.୫୦, କଳାରେ ୭୨.୬୭ ପ୍ରତିଶତ ଥିଲା । ଆମର ଯେତିକି ସିଟ୍ ରହିଛି ସେତିକି ଆଡମିସନ୍ ସେମାନଙ୍କୁ ଦେବୁ । ତେଣୁ ଚଳିତବର୍ଷ ଏହି କଟ ଅଫ ମାର୍କ ନିଶ୍ଚିତ ବଢି଼ବ," କହିଛନ୍ତି ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ଯକ୍ଷା ପ୍ରଫେସର ଡକ୍ଟର ଗାୟତ୍ରୀ ବିଶ୍ବାଳ ।
Published by:Soumya Das
First published: