• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା; ଅଗଷ୍ଟ ୨୫ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା; ଅଗଷ୍ଟ ୨୫ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ବିଭିନ୍ନ ଯୁକ୍ତ ଦୁଇ କଲେଜରେ ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା। ଏହି ନାମଲେଖା ପ୍ରକ୍ରିୟା ୨୫ ତାରିଖ ଯାଏ ଚାଲିବ।

 ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

  • Share this:
News 18 Odia Digital

ଭୁବନେଶ୍ୱର:  ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା। ଏହି ନାମଲେଖା ପ୍ରକ୍ରିୟା ୨୫ ତାରିଖ ଯାଏ ଚାଲିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ ଛାତ୍ରଛାତ୍ରୀମାନେ କରିପାରିବେ। ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟ ପରେ ବଳକା ସିଟର ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ସ୍ପଟ୍ ତାଲିକା ପ୍ରକାଶ ପାଇବ ।

ଏହି ପ୍ରକ୍ରିୟା ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ନାମ ଲେଖାଇବେ। ସେଥିରେ ଅପରାହ୍ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବ୍ରେକ୍ ରହିବ। ସେହିପରି ଏକ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ।

SAMS ଓଡିଶା ଯୁକ୍ତ ୨ ମେରିଟ୍ ତାଲିକା କିପରି ଯାଞ୍ଚ କରିବେ

୧.ଅଫିସିଆଲ୍ ୱେବସାଇଟ୍ - samsodisha.gov.in କୁ ଯାଆନ୍ତୁ
୨. ତା’ପରେ ମୂଳପୃଷ୍ଠାରେ, SAMS ଓଡିଶା +2 ମେରିଟ୍ ତାଲିକା ପାଇଁ ଉପଲବ୍ଧ ଲିଙ୍କରେ କ୍ଲିକ୍ କରନ୍ତୁ
୩. ଆବଶ୍ୟକ ବିବରଣୀ ପ୍ରବେଶ କରନ୍ତୁ

୪. ପ୍ରଥମ ମେରିଟ୍ ତାଲିକା ଆପଣଙ୍କ ସ୍କ୍ରିନରେ ପ୍ରଦର୍ଶିତ ହେବ
୫. ନିଜ ରେଫରେନ୍ସ ପାଇଁ ଏକ ହାର୍ଡ କପି ଡାଉନଲୋଡ୍ କରନ୍ତୁ
Published by:Soumyashree Mishra
First published: