ଆଜି ଆରମ୍ଭ ହେଉଛି Plus 3 ପ୍ରଥମ ବର୍ଷ ନାମଲେଖା; ପ୍ରକାଶ ପାଇଛି କଟ୍-ଅଫ୍ ମାର୍କ ତାଲିକା

କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର କଟ୍-ଅଫ୍ ମାର୍କରେ ବିଜେବି ମହାବିଦ୍ୟାଳୟ ଆଗରେ ରହିଛି । ରାଜ୍ୟରେ ମୋଟ ୧,୦୯୨ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ଆରମ୍ଭ ହେବା ସହ ଯୁକ୍ତ୩ ଶେଷ ବର୍ଷର ଥିଓରୀ ପରୀକ୍ଷା ବି ଆଜି ଠାରୁ ଆରମ୍ଭ ହେଉଛି ।

ଆଜି ଆରମ୍ଭ ହେଉଛି Plus 3 ପ୍ରଥମ ବର୍ଷ ନାମଲେଖା; ପ୍ରକାଶ ପାଇଛି କଟ୍-ଅଫ୍ ମାର୍କ ତାଲିକା
ଭୁବନେଶ୍ୱରରେ ଏକ କଲେଜର କ୍ଲାସ ରୁମକୁ ସାନିଟାଇଜ୍ କରାଯାଉଛି ।
  • News18 Odia
  • Last Updated: September 29, 2020, 2:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟର କଟ୍‌-ଅଫ୍‌ ମାର୍କ ପ୍ରକାଶ ପାଇଛି । ଚଳିତ ବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଥଲେ ୨ ଲକ୍ଷ ୧୩, ୯୫୯ ଜଣ ଛାତ୍ରଛାତ୍ରୀ । ସେଥିରୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ ଲକ୍ଷ ୫୮, ୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ ଜଣ, ସେଲ୍ଫ ଫାଇନାନ୍ସିଂରେ ୧,୦୮୧ ଜଣ, ବାଣିଜ୍ୟରେ ୧୬, ୬୮୨ ଜଣ, ସଂସ୍କୃତରେ ୩,୮୧୮ଜଣ, ଫିଜିକାଲ ସାଇନ୍ସରେ ୨୩, ୮୩୭ ଜଣ ଓ ବାୟୋଲୋଜିକାଲ ସାଇନ୍ସରେ ୧୭, ୪୯୩ ଜଣ ନାମଲେଖାଇବାକୁ ମନୋନୀତ ହୋଇଛନ୍ତି ।

କଳାରେ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ ଭୂଗୋଳ ବିଭାଗରେ ସର୍ବାଧିକ କଟ ଅଫ ମାର୍କ ୯୨% ରହିଛି । ଫିଜିକାଲ ସାଇନ୍ସର ଗଣିତ ବିଭାଗରେ ୯୫.୨% ସହ ଆଗରେ ରହିଛି ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫.୫% ସହ ବିଜେବି ୧ ନମ୍ବରରେ ରହିଛି । ବାଣିଜ୍ୟରେ ୮୮.୬୭% ସହ ବିଜେବି ଆଗରେ ରହିଛି । ଶାସ୍ତ୍ରୀରେ ସୁନ୍ଦରଗଡ଼ର ଗୁରୁକୁଳ ସଂସ୍କୃତ କଲେଜ ବେଦରେ ୭୦.୪୩% ସହ ଆଗରେ ରହିଛି । ସେଲ୍ଫ ଫାଇନାନସିଂରେ ବିଜେବି କଲେଜ ବାଇଓ ଟେକ୍ନୋଲୋଜି ବିଭାଗରେ ସର୍ବାଧିକ ୯୧.୦୩% କଟ୍‌-ଅଫ୍‌ ରହିଛି ।

ରାଜ୍ୟରେ ମୋଟ ୧,୦୯୨ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଏହା ସହ ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀମାନେ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।

‘‘ୟୁଜିସି ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥା ହୋଇଛି। ପ୍ରତି ଏକ ଘଣ୍ଟାରେ ଅଳ୍ପ ପିଲା ଆସି ଭିଡ଼ ନ ଜମାଇ ନାମ ଲେଖାଇବାର ବ୍ୟବସ୍ଥା ହୋଇଛି। କୋଭିଡ଼ ନିୟମ ମାନି କିଭଳି ନାମଲେଖା ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି,’’ କହିଛନ୍ତି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ରଭା ପଟ୍ଟନାୟକ ।

କଲେଜଗୁଡ଼ିକରେ କୋଭିଡ୍ଡର ସବୁ ନିୟମ ମାନି ନାମଲେଖା ହେବ ।


ଯୁକ୍ତ ୩ ଫାଇନାଲ ପରୀକ୍ଷା ବି ଆଜି (ସେପ୍ଟେମ୍ବର ୨୯ ତାରିଖ) ଠାରୁ ଆରମ୍ଭ ହେଉଛି । ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ବିଜ୍ଞାନ ବିଭାଗର ୩ଟି ବିଷୟର ପରୀକ୍ଷା ହେବ। ପ୍ରତ୍ୟେକ ବିଷୟର ପରୀକ୍ଷା ପାଇଁ ୧ ଘଣ୍ଟା ସମୟ ରହିଛି । ଓଏମଆର ବା ଅବଜେକ୍ଟିଭ ଟାଇପ ପରୀକ୍ଷା ଦେବେ ଛାତ୍ରଛାତ୍ରୀମାନେ । ସେହି ଭଳି ଅପରାହ୍ଣ ୨ରୁ ୫ଟା କଳା ବିଭାଗର ପରୀକ୍ଷା ହେବ ।

ପରୀକ୍ଷାର ୧ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀମାନେ । ସାମାଜିକ ଦୂରତା ମାନିବା ସହ ଥର୍ମାଲ ସ୍କ୍ରିନିଂ କରିବା, ମାସ୍କ ପିନ୍ଧିବା ଓ ସାନିଟାଇଯେସନ କରିବା ବାଧ୍ୟତାମୂଳକ ହୋଇଛି । କଲେଜଗୁଡ଼ିକରେ କ୍ଳାସ ରୁମଗୁଡ଼ିକୁ ସାନିଟାଇଜ କରାଯାଇଛି ।

ଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ

ଏହା ବି ପଢ଼ନ୍ତୁ | T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'

‘‘ପ୍ରଥମ ଥର ପାଇଁ ଓଏମ ଆର ସିଟରେ ପରୀକ୍ଷା ହେବ । ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନ ପତ୍ର ଆସିବ । ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ ହଲରେ ପ୍ରବେଶ କରିବେ । ତେଣୁ କୌଣସି ଅସୁବିଧା ହେବ ନାହିଁ,’’ କହିଛନ୍ତି ମହର୍ଷି ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ବାରିକ ।



ଅକ୍ଟୋବର ୩ ତାରିଖରେ ସରିବ ଯୁକ୍ତ ୩ ପରୀକ୍ଷା । ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ୟୁଜିସି ଗାଇଡ଼ଲାଇନ ଜାରି କରିଛି ।
Published by: Anand Shankar Thankur Das
First published: September 29, 2020, 2:19 AM IST
corona virus btn
corona virus btn
Loading