News 18 Odia Digital
ଭୁବନେଶ୍ୱର; ଆଜି ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +2 ପରୀକ୍ଷା ଫଳ । କେବଳ ବିଜ୍ଞାନ ଓ ବାଣିଜ୍ୟ ଫଳ ବାହାରିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅପରାହ୍ମ ୪ଟା ସମୟରେ ବୋର୍ଡ କାର୍ଯ୍ୟାଳୟରେ ମନ୍ତ୍ରୀ ନିଜେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ପ୍ରତିକ୍ରିୟା ରଖିବେ । ଅପରାହ୍ଣ ୪ଟା ପରେ ଛାତ୍ରଛାତ୍ରୀମାନେ
www.orissaresults.nic.in ୱେବସାଇଟ୍ ଲଗିନ୍ କରି ରୋଲ୍ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ । ପୁସ୍ତିକା ଉନ୍ମୋଚନ ସମୟରେ ପରିଷଦ ଅଧ୍ୟକ୍ଷ, ବିଭାଗୀୟ ସଚିବ, ପରୀକ୍ଷା ନିୟନ୍ତ୍ରକ, ଶିକ୍ଷା ନିର୍ଦ୍ଦେଶକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ଅନ୍ୟପଟେ, ମନ୍ତ୍ରୀଙ୍କ କହିବାନୁଯାଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର୍ଥୀଙ୍କ ଖାତାର ମୂଲ୍ୟାୟନ ସରିଛି । ଟାବୁଲେସନ ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରାଯାଇପାରେ । ଚଳିତ ବର୍ଷ ବାଣିଜ୍ୟରେ ୨୪ ହଜାର ଓ ବିଜ୍ଞାନରେ ୭୮ ହଜାର ପରୀକ୍ଷାର୍ଥୀଙ୍କ ରେଜଲ୍ଟ ବାହାରିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।