ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ପ୍ରଥମ ଥର ପାଇଁ ହାଇ ସ୍କୁଲରେ ହେବ ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ସ୍କୁଲ ତାଲିକା ମାଗିଲା CHSE

ରାଜ୍ୟରେ ପ୍ରଥମ ଥର ପାଇଁ ହାଇ ସ୍କୁଲରେ ହେବ ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ସ୍କୁଲ ତାଲିକା ମାଗିଲା CHSE

କରୋନା ସଂକ୍ରମଣ ବଢ଼ୁଥିବାରୁ ସାମାଜିକ ଦୂରତା ମାନି ଯୁକ୍ତ୨ ପରୀକ୍ଷା କରାଇବା ଉଦ୍ଦେଶ୍ୟରେ ରାଜ୍ୟର ୩୦ଟି ସ୍ଥାନରେ ସ୍କୁଲ୍ ଚିହ୍ନଟ କରି ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ କହିଥିଲା ଯୁକ୍ତ୨ କାଉନସିଲ୍ । ୭୦ଟି ସ୍କୁଲରେ ଯୁକ୍ତ୨ ପରୀକ୍ଷା କରାଯାଇପାରେ ।

ରାଜ୍ୟରେ ପ୍ରଥମ ଥର ପାଇଁ ହାଇ ସ୍କୁଲରେ ହେବ ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ସ୍କୁଲ ତାଲିକା ମାଗିଲା CHSE
ରାଜ୍ୟରେ ଏ ବର୍ଷ ୩ ଲକ୍ଷ ୪୮ ହଜାର ପିଲା ପ୍ଲସ୍-ଟୁ ପରୀକ୍ଷା ଦେବେ ।
  • News18 Odia
  • Last Updated: April 14, 2021, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ଯୁକ୍ତ୨ କାଉନସିଲକୁ ଘାରିଛି ବୋର୍ଡ଼ ପରୀକ୍ଷା ଚିନ୍ତା । ପ୍ରଥମ ଥର ପାଇଁ ସ୍କୁଲରେ ହିଁ ବୋର୍ଡ଼ ପରୀକ୍ଷା କରିବାକୁ ଯୋଜନା କରୁଛି ସି.ଏଚ୍‌.ଏସ୍‌.ଇ.। ଦଶମ ଶ୍ରେଣୀ ପରୀକ୍ଷା ସୁଚାରୁ ରୂପେ ତୁଲାଉଥିବା ସ୍କୁଲଗୁଡିକରେ ଯୁକ୍ତ୨ ପରୀକ୍ଷା କେନ୍ଦ୍ର କରିବାକୁ ଚିନ୍ତା କରୁଛି କାଉନସିଲ ।

ଏହି ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦକୁ (ବି.ଏସ୍‌.ଇ.) ସ୍କୁଲମାନଙ୍କ ତାଲିକା ମାଗିଛି ସି.ଏଚ୍‌.ଏସ୍‌.ଇ. । ରାଜ୍ୟର ୩୦ଟି ସ୍ଥାନରେ ସ୍କୁଲ୍‌ ଚିହ୍ନଟ କରି ଦେବାକୁ ବି.ଏସ୍‌.ଇ.କୁ କୁହାଯିବା ପରେ ୭୦ଟି ସ୍କୁଲରେ ପରୀକ୍ଷା କରାଯିବା ନେଇ ଏକ ତାଲିକା ପ୍ରଦାନ କରିଛି ବି.ଏସ୍‌.ଇ. । ପୂର୍ବରୁ ବଡ଼ ବଡ଼ ପରୀକ୍ଷା କେନ୍ଦ୍ରରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡିକୁ ଟ୍ୟାଗ୍‌ କରାଯାଏ । ହେଲେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦେଖି ନିଜ ସ୍କୁଲରେ ଅନ୍ୟ ପିଲାଙ୍କୁ ଟ୍ୟାଗ ନ କରିବାକୁ କହିଛନ୍ତି ଉଚ୍ଚ ମାଧ୍ୟମିକ ସ୍କୁଲ୍‌ କର୍ତ୍ତୃପକ୍ଷ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସାରା ଅଲୀ ଖାନ୍ ମିଠା ଶୈଳୀରେ ନିଜ ଭାଇକୁ ଜନ୍ମ ଦିନର ଶୁଭ କାମନା ଦେଲେ, ଅଦେଖା ଫଟୋ ଶେୟାର୍ କଲେ

‘‘ଆମ କଲେଜରେ ପ୍ରତି ବର୍ଷ ତିନି ଗୁଣ ଅଧିକ ପିଲା ପରୀକ୍ଷା ଦିଅନ୍ତି । ପ୍ରାୟ ୧,୪୦୦ ପିଲାଙ୍କୁ ଗୋଟିଏ ଜାଗାରେ ନେଇ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ଆମେ ଏ ଥର ଆମ କଲେଜରେ କେବଳ ଆମ ପିଲାଙ୍କୁ ନେଇ ପରୀକ୍ଷା କରିବୁ ବୋଲି କାଉନସିଲକୁ କହିଛୁ । ନଚେତ କୋଭିଡ ନିୟମ ମାନି ହେବ ନାହିଁ ବୋଲି ଜଣାଇଛୁ । ଏବେ ନିଷ୍ପତ୍ତି ତାଙ୍କ ହାତରେ,’’ କହିଛନ୍ତି ମହର୍ଷି କଲେଜର ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ।

ଯୁକ୍ତ୨ କାଉନସିଲକୁ ଘାରିଛି ବୋର୍ଡ଼ ପରୀକ୍ଷା ଚିନ୍ତା ।


ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ

ରାଜ୍ୟରେ ପ୍ରତି ବର୍ଷ ପ୍ଲସ୍‌ ଟୁ ପରୀକ୍ଷା ପାଇଁ ପ୍ରାୟ ୧,୨୦୦ ପରୀକ୍ଷା କେନ୍ଦ୍ର ହୋଇଥାଏ । ହେଲେ ଏ ଥର କରୋନା ନିୟମାବଳୀ ଯୋଗୁଁ ୩ ଲକ୍ଷ ୪୮ ହଜାର ପିଲାଙ୍କ ପାଇଁ ୧,୨୦୦ ପରୀକ୍ଷା କେନ୍ଦ୍ର ଯଥେଷ୍ଟ ହେବ ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛି ସି.ଏଚ୍‌.ଏସ୍‌.ଇ. । ଏପରି ସ୍ଥିତିରେ ଯଦି ସ୍କୁଲରେ ପରୀକ୍ଷା କରାଯାଏ ତାହା ମଧ୍ୟ ଭଲ ହେବ ବୋଲି ଶିକ୍ଷାବିତମାନେ କହିଛନ୍ତି । ଏହା ସହ ଯୁକ୍ତ୩ର ଯେଉଁଠି ଅଲଗା ବିଲ୍ଡିଂ ରହିଛି ସେଠି ମଧ୍ୟ ପରୀକ୍ଷା କରିହେବ । ସେଲ୍ଫ ଫାଇନାନସିଂ କଲେଜଗୁଡିକୁ ବାଦ୍‌ ଦେଇ ସ୍ୱଚ୍ଛ ପରୀକ୍ଷା ପାଇଁ ସ୍କୁଲଗୁଡିକରେ ପରୀକ୍ଷା ଆୟୋଜନ କରିବା ସୁଫଳ ଦେବ ବୋଲି ଶିକ୍ଷାବିତ ତଥା କାଉନସିଲର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

‘‘ପରୀକ୍ଷା କରାଇବାର ଆବଶ୍ୟକତା ଅଛି । ଆମ ପାଖରେ ଯଥେଷ୍ଟ ଭିତ୍ତିଭୂମି ରହିଛି । ହାଇ ସ୍କୁଲ୍‌ ସହ ଯୁକ୍ତ ୩ କଲେଜ୍‌ ହେଉ କି ବିଭିନ୍ନ ବିଶ୍ୱବୁଦ୍ୟାଳୟ ବିଲ୍ଡିଂ, ପରୀକ୍ଷା ଚାହିଁଲେ କୋଭିଡ କଟକଣା ମାନି କରିହେବ। ଯଦି ପରୀକ୍ଷା ନ ହୁଏ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ ହିଇଯିବ,’’ କହିଛନ୍ତି କାଉନସିଲର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।



ପୂର୍ବରୁ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ସହ ସେଲ୍ଫ ଫାଇନାନସିଂ ସ୍କୁଲଗୁଡ଼ିକୁ ପରୀକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇ ପ୍ରସ୍ତୁତ ରହିବାକୁ ସି.ଏଚ୍‌.ଏସ୍‌.ଇ. ଚିଠି କରିଛି । ଏପ୍ରିଲ ୨୯ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମେ ୧୮ରୁ ହେବ ଥିଓରୀ ପରୀକ୍ଷା ।
Published by: Anand ST Das
First published: April 14, 2021, 10:16 PM IST