ମାର୍ଚ୍ଚ ୩ରୁ ୨୮ ଯାଏ +୨ ପରୀକ୍ଷା; ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ

ଏଥର ରାଜ୍ୟରେ ମୋଟ ୩ ଲକ୍ଷ ୪୯ ହଜାର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପାଖାପାଖି ୬୦ଟି ଇ-ମୂଲ୍ୟାଙ୍କନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମାର୍ଚ୍ଚ ୩ରୁ ୨୮ ଯାଏ +୨ ପରୀକ୍ଷା; ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ
ଯୁକ୍ତ ୨ ପରୀକ୍ଷା କେନ୍ଦ୍ରର ଫାଇଲ୍‌ ଫଟୋ
  • News18 Odia
  • Last Updated: December 28, 2019, 9:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ମାର୍ଚ୍ଚ ୩ ତାରିଖରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ଯାଏ ଚ଼ାଲିବ । ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ୨୬ ତାରିଖ ଯାଏ ହେବାକୁ ଥିବା ବେଳେ ଯୁକ୍ତ ୨ କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ତାରିଖ ଯାଏ ଚାଲିବ । ସେହିପରି ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ ।

ଏଥର ରାଜ୍ୟରେ ମୋଟ ୩ ଲକ୍ଷ ୪୯ ହଜାର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବିଜ୍ଞାନରେ ମୋଟ ୯୭ ହଜାର ୫୩୬ ଜଣ ପରୀକ୍ଷାର୍ଥୀ ଥିବାବେଳେ କଳାରେ ୨ ଲକ୍ଷ ୧୮ ହଜାର ୮୩୧, ବାଣିଜ୍ୟରେ ୨୫ ହଜାର ୭୭୦ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭,୦୧୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରାଜ୍ୟରେ ଥିବା ୨୦୪୦ ଜୁନିୟର କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୧୦୬ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଜାନୁଆରୀରେ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସବୁ କଲେଜକୁ ୨ଟି ସମୟ ଦେଇଛି ଯୁକ୍ତ ଦୁଇ ପରିଷଦ । ସକାଳ ୧୦ଟାରୁ ଦିନ ୧ଟା ଓ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା । ସେହିପରି ସବୁ ଥିଓରୀ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି ।

ସକାଳ ୯ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାର ସମୟ ସକାଳ ୯:୩୦ । ପ୍ରଶ୍ନପତ୍ର ୯:୪୫ରେ ଦିଆଯିବ । ଥିଓରୀ ପରୀକ୍ଷାର ୧୦୦ ମାର୍କ, ୭୦ ମାର୍କ ଓ ୬୦ ମାର୍କ ଲାଗି ୩ ଘଣ୍ଟା ସମୟ ନିର୍ଘଣ୍ଟ ହୋଇଛି ।

ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଚ଼ଳିତ ଥର ରାଜ୍ୟରେ ପ୍ରାୟ ୬୦ଟି ଇ-ମୂଲ୍ୟାଙ୍କନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛି ଯୁକ୍ତ ୨ ପରିଷଦ ।
Published by: Anand Shankar Thankur Das
First published: December 28, 2019, 9:43 AM IST
corona virus btn
corona virus btn
Loading