ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା; ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ପ୍ରାକ୍ଟିକାଲ ଆରମ୍ଭ

ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କୁ ନେଇ ସି.ଏ ଚ.ଏସ.ଇ. ଆରମ୍ଭ କରିଛି ବିଚାର ବିମର୍ଷ।

ଅପ୍ରେଲ ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା (ପ୍ରତୀକାତ୍ମକ ଛବି)

ଅପ୍ରେଲ ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ପ୍ରାକ୍ଟିକାଲ। ଅଫଲାଇନ ପରୀକ୍ଷା ନେଇ ପ୍ରସ୍ତାବ। ସି.ଏଚ.ଏସ.ଇ. ପକ୍ଷରୁ ଷ୍ଟେକ ହୋଲଡ଼ରଙ୍କ ସହ ଆରମ୍ଭ ହୋଇଛି ବିଚାର ବିମର୍ଷ। ଛାତ୍ରଛାତ୍ରୀ କହିଲେ ସି.ବି.ଏସ.ଇ. ଓ ଆଇ.ସି.ଏସ.ଇ. ଭଳି କାଉନସିଲ ବି ଘୋଷଣା କରୁ ତାରିଖ। ଏପ୍ରିଲ ମାସରେ ପରୀକ୍ଷାକୁ ସ୍ୱାଗତ।

ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କୁ ନେଇ ସି.ଏ ଚ.ଏସ.ଇ. ଆରମ୍ଭ କରିଛି ବିଚାର ବିମର୍ଷ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ହାଇୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷଙ୍କ ମତାମତ ନେଇ ହୋଇଥିଲା ଆଲୋଚନା। ସ୍କୁଲ ଗୁଡ଼ିକରେ ସିଲାଵସ୍ ଶେଷ ହୋଇଥିବା ମତ ପ୍ରକାଶ ପାଇଥିବାବେଳେ ପିଲାମାନେ ବର୍ତ୍ତମାନ ଡାଉଟ କ୍ଲିଅରିଂ କ୍ଳାସ କରୁଥିବା କହିଛନ୍ତି।

ଏଣୁ ପରୀକ୍ଷା ପାଇଁ କୌଣସି ଅସୁବିଧା ନାହିଁ। ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେଉ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଓ ମାର୍ଚ୍ଚ ୧୫ରୁ ଆରମ୍ଭ ହେଉ ପ୍ରାକ୍ଟିକାଲ ପରୀକ୍ଷା ବୋଲି ଅଧ୍ୟକ୍ଷମାନେ ମତ ଦେଇଛନ୍ତି। ସେହିଭଳି ବିଭିନ୍ନ ବର୍ଗର ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ ଅଫଳାଇନ ପରୀକ୍ଷା କରିବା ନେଇ ମତ ରଖିଛନ୍ତି।

"ଅନେକ ଦିନ ହେବ ପରୀକ୍ଷା ନେଇ ସବୁଠି ଏକ ପ୍ରକାର ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ପିଲାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତି ଯଦି ଅଫଲାଇନ ପରୀକ୍ଷା ନ ହୁଏ ଅନେକ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ। ଏଣୁ ସ୍ଥିତି ଯାହା ଅଫଲାଇନରେ ପରୀକ୍ଷା ହେଉ" କହିଛନ୍ତି ୬୬୨ ଵର୍ଗ ଓଡ଼ିଶା କଲେଜ ଶିକ୍ଷକ ଓ କର୍ମଚାରୀ ସଙ୍ଘ ସଭାପତି ଗୋଲକ ନାୟକ।

ଆଜି ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଥିବାବେଳେ ଆସନ୍ତା କାଲି ଘରୋଇ ଶିକ୍ଷାଅନୁଷ୍ଠାନ କର୍ତ୍ତୃପକ୍ଷ, ଶିକ୍ଷକ ଓ ଅଭିଭାବକ ସଙ୍ଘ ସହ ଆଲୋଚନା କରିବ ସି.ଏଚ.ଏସ.ଇ। ୧୭ ପରେ ଚୂଡାନ୍ତ ନିଷ୍ପତ୍ତି ଜଣାପଡ଼ିବ। ତେବେ ଏପ୍ରିଲ ମାସରେ ଅଫଲାଇନ ପରୀକ୍ଷାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। କିନ୍ତୁ ସି.ବି.ଏସ.ଇ ଓ ଆଇ.ସି.ଏସ.ଇ. ତା'ର ପରୀକ୍ଷା ତାରିଖ ଘୋଷଣା କରିବା ଭଳି ସି.ଏଚ.ଏସ.ଇ. ମଧ୍ୟ ପରୀକ୍ଷା ତାରିଖ ଓ ସିଡ୍ୟୁଲ ଘୋଷଣା କରି ପିଲାଙ୍କୁ ଚାପମୁକ୍ତ କରୁ ବୋଲି ପରୀକ୍ଷାର୍ଥୀ କହିଛନ୍ତି।

ଅଫଲାଇନରେ ପରୀକ୍ଷା ହେବା ନିହାତି ଦରକାର। ଏପ୍ରିଲ ମାସରେ ପରୀକ୍ଷା ହେଲେ ବହୁତ ଭଲ ହେବ। ଯେଉଁମାନେ ଅନଲାଇନରେ ପଢ଼ିନାହାଁନ୍ତି ସେମାନଙ୍କୁ ସମୟ ମିଳିବ। ଅନ୍ୟମାନଙ୍କୁ ପ୍ରସ୍ତୁତି ପାଇଁ ସମୟ ମିଳିବ ବୋଲି ବିଜେବି ହାଇୟର ସେକେଣ୍ଡାରୀ ସ୍କୁଲ ଛାତ୍ର ଅଭିପ୍ସା ପଣ୍ଡା।

କରୋନା ସଂକ୍ରମଣ କମିଥିବାରୁ ଅଫଲାଇନ ପରୀକ୍ଷା ନେଇ ସବୁ ମହଲରୁ ଉଠିଛି ସ୍ୱର। ସେପଟେ ଆଜି ରାତି ୧୨ ସୁଦ୍ଧା କ୍ବାଟର ଏଣ୍ଡ ପରୀକ୍ଷା ଫଳ କାଉନସଲକୁ ଦେବାକୁ ହୋଇଛି ନିର୍ଦ୍ଦେଶ। ଆଉ ଏହା ମଧ୍ୟରେ କେବେ ହେବ ପରୀକ୍ଷା ତାହା ଦେଖିବା ବାକି ଅଛି।
Published by:Lipina Das
First published: