ଯୁକ୍ତ ୨ ନାମ ଲେଖା ଚାଲିଛି; ଆବଶ୍ୟକ ପଡ଼ିଲେ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବଢ଼ିବ

ଚାଲିଛି ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା । ୨୦ତାରିଖରୁ ଆଜି ସୁଦ୍ଧା ୧ଲକ୍ଷ୫୦ ହଜାର ଛାତ୍ରଛାତ୍ରୀ ସାମସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଛନ୍ତି ।

ଯୁକ୍ତ ୨ ନାମ ଲେଖା ଚାଲିଛି; ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି

ଯୁକ୍ତ ୨ ନାମ ଲେଖା ଚାଲିଛି; ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି

  • Share this:
News 18 Odia Digital

ଭୁବନେଶ୍ୱର; ଚାଲିଛି ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା । ୨୦ତାରିଖରୁ ଆଜି ସୁଦ୍ଧା ୧ଲକ୍ଷ୫୦ ହଜାର ଛାତ୍ରଛାତ୍ରୀ ସାମସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଲେଣି । ୨୦୫୮ ହାଇଅର ସେକେଣ୍ଡାରୀ ସ୍କୁଲରେ ୫ ଲକ୍ଷ ୪ ହଜାର ସିଟ ମହଜୁଦ ରହିଛି ।

ସାମସ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଅତି କମରେ ୫ଟି ହାଇଅର ସେକେଣ୍ଡାରୀ ସ୍କୁଲ ପାଇଁ ଆବେଦନ କରିବା ବାଧ୍ୟତାମୂଳକ। ସର୍ବାଧିକ ଆବେଦନକୁ ଅନଲିମିଟେଡ଼ କରାଯାଇଛି । ଛାତ୍ରଛାତ୍ରୀ ନିଜର ହ୍ଵାଟସଆପ ନମ୍ବର ଆଡ଼ମିଶନ ଫର୍ମରେ ଦେବାକୁ ଡ଼ି ଏଚ ଏସ ଇ ପକ୍ଷରୁ କୁହାଯାଇଛି । ହ୍ଵାଟସଆପ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସୂଚନା ସହ ପାଠପଢା ସମ୍ପର୍କିତ ଖବର ଦିଆଯିବ ।

ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡ଼ି ମଧ୍ୟ ଫର୍ମ ପୁରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି । ଆଡ଼ମିଶନ ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ । 155335, 18003456770 ରେ ସମ୍ପର୍କ କରିପାରିବେ । odishacarrerportal.com ରେ ଛାତ୍ରଛାତ୍ରୀ ନିଜର କ୍ୟାରିଅର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରିବେ । ଉଚଶିକ୍ଷା ପାଇଁ କେଉଁ କ୍ୟାରିଅର ବାଛିବେ, କେଉଁଠି ପଢିବେ ସେ ତଥ୍ୟ ନିଜର ଲଗଇନ ଆଇଡି ଦେଇ ପାଇପାରିବେ ।

ରାଗିଂ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । କୌଣସି ପିଲା ଯଦି ରାଗିଂର ଶିକାର ହୁଏ ନିଜର ଅଥରୀଟିଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି । ୟୁଟ୍ୟୁବରେ ୪୫୦ ଭିଡିଓ କ୍ଳାସ ଉପଲବ୍ଧ ଥିବାବେଳେ ଦୀକ୍ଷା ପୋର୍ଟାଲରୁ ଷ୍ଟଡି ମାଟେରିଆଲ ପାଇପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଯୁକ୍ତ ୨ ରେ ସିଟ ସଂଖ୍ୟା ବଢ଼ାଇ ଦିଆଯିବ । ସେପ୍ଟେମ୍ବର ପହିଲାରୁ ଯୁକ୍ତ୨ ଚଳିତ ବର୍ଷର ପାଠପଢା ପାଇଁ ଯୋଜନା ଚାଲିଛି ।
Published by:Soubhagya Mishra
First published: