+2 Commerce result: ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଲେ

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ନୟାଗଡ଼ର ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ସିତୁ ବେହେରା ସର୍ବାଧିକ ୫୬୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହି ସ୍କୁଲର ଅନ୍ୟ ଜଣେ ଛାତ୍ରୀ ମନସ୍ବୀତା ମହାନ୍ତି ୫୬୨ ନମ୍ବର ରଖି ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି ।

+2 Commerce result: ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଲେ
ପରୀକ୍ଷା ଫଳ ବାହାରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହିତ ମୁହୂର୍ତ୍ତର ଦୃଶ୍ୟ
  • News18 Odia
  • Last Updated: August 19, 2020, 4:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏହି ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ୭୪.୯୫% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ରୀମାନେ ଏଥର ଛତ୍ରମାନଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି । ପୁଅଙ୍କ ପାସ୍‌ ହାର ୭୩.୩୭ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍‌ ହାର ୭୭.୮୦ ପ୍ରତିଶତ ରହିଛି ।

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ନୟାଗଡ଼ର ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ସିତୁ ବେହେରା ସର୍ବାଧିକ ୫୬୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହି ସ୍କୁଲର ଅନ୍ୟଜଣେ ଛାତ୍ରୀ ମନସ୍ବୀତା ମହାନ୍ତି ୫୬୨ ନମ୍ବର ରଖି ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । ବ୍ରହ୍ମପୁରର ରାହୁଲ ପ୍ରସନ୍ନ ସାହୁ ରଖିଛନ୍ତି ୫୬୧ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

ପ୍ରଥମ ଶ୍ରେଣୀରେ ୬,୬୧୦ ଛାତ୍ର ଛାତ୍ରୀ ପାସ କରିଛନ୍ତି ଯାହା ମୋଟ ସଂଖ୍ୟାର ୩୪.୨୧ ପ୍ରତିଶତ । ଦ୍ବିତୀୟ ଶ୍ରେଣୀରେ ୪,୨୫୯ ଛାତ୍ର ଛାତ୍ରୀ ପାସ କରିଛନ୍ତି ପାସ କରିଛନ୍ତି ଯାହା ମୋଟ ସଂଖ୍ୟାର ୩୪.୨୧ ପ୍ରତିଶତ । ତୃତୀୟ ଶ୍ରେଣୀରେ ୮,୩୬୧ ପାସ କରିଛନ୍ତି ଯାହା ମୋଟ ସଂଖ୍ୟାର ୪୩.୩୦ ପ୍ରତିଶତ ରହିଛି । ତେବେ ଆଭରେଜ ମାର୍କକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବେଷ୍ଟ ୩ କିମ୍ବା ୨ ଆଧାରରେ ଯେଉଁ ଆଭରେଜ ମାର୍କ ଦିଆଯାଇଛି ତାହା ଖୁବ କମ । ପରୀକ୍ଷା ଦେଇଥିଲା ଅଧିକ ମାର୍କ ରଖିବା ନେଇ କହିଛନ୍ତି ।

କାଉନ୍ସିଲ ପରିସରରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ବାଣିଜ୍ୟ ପରୀକ୍ଷା ଫଳ ଘୋଷଣା କରୁଛନ୍ତି


ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ। ଚଳିତ ବର୍ଷ ରାଜ୍ୟରେ ୭୪.୯୫% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଗତବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧିପାଇଛି । ମୋଟ୍‌ ୨୫ ହଜାର ୭୮୫ ପିଲାଙ୍କ ମଧ୍ୟରୁ ୧୯ ହଜାର ୩୧୮ ପିଲା ପାସ୍‌ କରିଛନ୍ତି । ଆଜି ଦିନ ୧୧.୩୦ ମିନିଟ୍ ରେ କାଉନ୍ସିଲ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

ନୟାଗଡ଼ରେ ପାସ୍‌ ହାର ସର୍ବାଧିକ ୮୮.୭୦ ପ୍ରତିଶତ ହୋଇଥିବାବେଳେ ଦେବଗଡ଼ରେ ପାସ୍‌ ହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି । ସେହିଭଳି ଚଳିତବର୍ଷ ୪୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଗତ ବର୍ଷ ୩୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ଏବର୍ଷ ବୃଦ୍ଧି ପାଇଛି ମେଧାବିଙ୍କ ସଂଖ୍ୟା।



ଗତ ବର୍ଷ ୨୫ ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ କରିଥିବା ବେଳେ ୨୯ଟି ସ୍କୁଲରେ ୧୦୦ ପ୍ରତିଶତ ପିଲା ପାସ୍‌ କରିଛନ୍ତି । ଗତ ବର୍ଷ ୪ଟି ସ୍କୁଲରେ ଶୂନ ରେଜଲ୍ଟ ରହିଥିବାବେଳେ ଏହି ବର୍ଷ ୨ଟି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ଦେଖିବାକୁ ମିଳିଛି ।

ଚଳିତ ମାସ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଷୟର ରେଜଲ୍ଟ ପ୍ରକାଶ ପାଇବ।
Published by: Jagdish Barik
First published: August 19, 2020, 4:49 PM IST
corona virus btn
corona virus btn
Loading