ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଯୁକ୍ତ ୨ ନାମଲେଖା: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା; ୧୪ ତାରିଖରେ ବିଜ୍ଞପ୍ତି ଆସିପାରେ

ଯୁକ୍ତ ୨ ନାମଲେଖା: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା; ୧୪ ତାରିଖରେ ବିଜ୍ଞପ୍ତି ଆସିପାରେ

ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସବୁ ଷ୍ଟ୍ରିମରେ ୫୫,୦୦୦ରୁ ଅଧିକ ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଛି । ବିଜ୍ଞାନ ପାଇଁ ଲାବରେଟରି ସମସ୍ୟା ସହ ସେଲ୍ଫ ଫାଇନାନ୍ସିଂ କଲେଜରେ ଥିବା ସମସ୍ୟା ନେଇ ଭିତ୍ତିଭୂମି ଯାଞ୍ଚ ଚାଲିଛି ।

ଯୁକ୍ତ ୨ ନାମଲେଖା: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା; ୧୪ ତାରିଖରେ ବିଜ୍ଞପ୍ତି ଆସିପାରେ
ଏ ବର୍ଷ ଅଧିକ ପାସ୍ ହାର ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାମଲେଖାକୁ ନେଇ ଚିନ୍ତା ବଢ଼ିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 7, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପରୀକ୍ଷା ବାତିଲ୍‌ ହୋଇ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳ ପ୍ରକାଶ ପାଇବା ପରେ ଅଧିକ ପାସ୍ ହାରକୁ ନେଇ ରାଜ୍ୟ ଗଣ ଶିକ୍ଷା ବିଭାଗ ଆଗରେ ସମସ୍ୟା ସୃଷ୍ଟି ହୋଇଛି । ହେଲେ ମ୍ୟାଟ୍ରିକ୍‌ ପରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଓ ସିଟ୍ ବୃଦ୍ଧି ନେଇ ଦ୍ବନ୍ଦ୍ୱ ଦୂର କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଯୁକ୍ତ ଦୁଇରେ ନାମଲେଖା ପାଇଁ ଅଗଷ୍ଟ ୧୪ରୁ ୧୬ ତାରିଖ ଭିତରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ସପ୍ତାହେ ପୂର୍ବରୁ ଆରମ୍ଭ ହେଉଛି । ଏହା ସହ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସବୁ ଷ୍ଟ୍ରିମରେ ୫୫,୦୦୦ରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି । ବିଜ୍ଞାନ ପାଇଁ ଲାବରେଟରି ସମସ୍ୟା ସହ ସେଲ୍ଫ ଫାଇନାନ୍ସିଂ କଲେଜରେ ଥିବା ସମସ୍ୟା ନେଇ ଭିତ୍ତିଭୂମି ଯାଞ୍ଚ ଚାଲିଛି । ଏସବୁ ଅନୁଧ୍ୟାନ କରିବା ପରେ ଶେଷ ନିଷ୍ପତ୍ତି ନିଆଯିବ ଓ ଆବେଦନ ପୂର୍ବରୁ ସିଟ୍‌ ବୃଦ୍ଧି ନେଇ ସାମ୍ସ ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO

‘‘ପିଲାମାନଙ୍କ ଆଡ଼ମିଶନ ପାଇଁ କଲେଜରେ ସିଟ୍‌ ଅଭାବ କେବେ ରହିବ ନାହିଁ । ସେଥି ପାଇଁ ୫୫,୦୦୦ରୁ ଅଧିକ ଆବେଦନ ଆସିଛି । ଆମର ହାଇ ପାୱାର୍‌ କମିଟିର ବୈଠକ ଶେଷ ହୋଇଛି । ଖୁବ୍‌ ଶୀଘ୍ର ଆସିବ ନିଷ୍ପତ୍ତି,’’ ଶନିବାର ଦିନ କହିଛନ୍ତି ଦାଶ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ବିଭାଗରେ ମୋଟ ୬,୨୯,୯୧୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସି.ବି.ଏସ.ଇ. ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଓଡି଼ଶାରୁ ୩୪,୩୩୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏତେ ଅଧିକ ସଂଖ୍ୟାର ପାସ୍ ହାର ହେତୁ ସଠିକ୍‌ ଭାବେ ସିଟ୍ ମିଳିବ କି ନାହିଁ ଓ ମେଧାବୀ ପିଲାମାନେ ମନ ପସନ୍ଦର ଭଲ କଲେଜରେ ନାମ ଲେଖାଇ ପାରିବେ କି ନାହିଁ ତାକୁ ନେଇ ସେମାନଙ୍କ ମଧ୍ୟରେ ଦ୍ବନ୍ଦ୍ୱ ବଢ଼ିଛି । କଲେଜଗୁଡି଼କରେ କେତେ ସିଟ୍‌ କେଉଁ ବିଭାଗରେ ବଢି଼ବ ସେଥି ପାଇଁ ଅଧ୍ୟକ୍ଷମାନେ ବି ଅପେକ୍ଷାରେ ରହିଛନ୍ତି।

ଏହା ବି ପଢ଼ନ୍ତୁ | ଦେଶର . କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଥର PF ଖାତାରେ ଆସିବ ଅଧିକ ଟଙ୍କା

‘‘ଆମ କଲେଜରେ କେବଳ ବାଣିଜ୍ୟ ବିଭାଗର ୬୪ଟି ସିଟ୍‌ ବଢିାଇବାକୁ ଆମେ ଆବେଦନ କରିଛୁ । ବିଜ୍ଞାନ ଓ କଳାରେ ୫୪୪ଟି ଲେଖାଏଁ ସିଟ୍‌ ଅଛି । ଆଉ ବଢି଼ଲେ ଆମ ପାଖରେ ଭିତ୍ତିଭୂମି ନାହିଁ କି ଅଧ୍ୟାପକ ବି ନାହାଁନ୍ତି । ତେଣୁ ବି ବୁଝିସୁଝି ନିଷ୍ପତ୍ତି ନିଆୟିବ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ ବଳ ।

ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’

ଆଡମିଶନ୍‌ ଅପେକ୍ଷାରେ ଥିବା ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ କହିଛନ୍ତି, ‘‘ଅନେକ ଦିନ ହେଲାଣି ମ୍ୟାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଲାଣି, ହେଲେ ଏ ପର୍ଯ୍ୟନ୍ତ ପ୍ଲସ୍‌୨ ଆଡ଼ମିଶନ ନେଇ ସ୍ଥିତି ସ୍ପଷ୍ଟ କରାଯାଉ ନାହିଁ । ଏ ବର୍ଷ ବହୁତ ପିଲା ଭଲ ନମ୍ବର ରଖି ପାସ୍‌ କରିଛନ୍ତି ତ ନିଶ୍ଚିତ ଭଲ କଲେଜରେ ସିଟ୍‌ ନେଇ ଚିନ୍ତା ରହିବ ।’’



ରାଜ୍ୟର ଶ୍ରେଷ୍ଠ କଲେଜଗୁଡି଼କରେ କେତେ ସିଟ୍‌ ବୃଦ୍ଧି ପାଇବ ଓ ମେଧାବୀ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ମୁତାବକ ସିଟ୍ ପାଉଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Published by: Anand ST Das
First published: August 7, 2021, 11:53 PM IST