ଡ୍ରୋନ ସାହାଯ୍ୟରେ ଲଗାଉଛନ୍ତି ଗଛ; ଯୁବ ପରିବେଶବିତଙ୍କ ନିଆରା ପଦକ୍ଷେପ

ଜଙ୍ଗଲର ଅପହଞ୍ଚ ସ୍ଥାନରେ ଡ୍ରୋନ ସହାୟତାରେ ସିଡ ବଲ ବା ମଞ୍ଜି ଗୋଳା ପାକାଇ ନିଆରା ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ଜାତିସଂଘ ପୁରଷ୍କାର ପ୍ରାପ୍ତ ଢେଙ୍କାନାଳର ଯୁବ ପରିବେଶ ବିତ ଶୁଭ୍ରାଂଶୁ ଶତପଥୀ ।

ଡ୍ରୋନ ସାହାଯ୍ୟରେ ଲଗାଉଛନ୍ତି ଗଛ; ଯୁବ ପରିବେଶବିତଙ୍କ ନିଆରା ପଦକ୍ଷେପ

ଡ୍ରୋନ ସାହାଯ୍ୟରେ ଲଗାଉଛନ୍ତି ଗଛ; ଯୁବ ପରିବେଶବିତଙ୍କ ନିଆରା ପଦକ୍ଷେପ

  • News18 Odia
  • Last Updated :
  • Share this:
News 18 Odia Digital

ଢେଙ୍କାନାଳ; ଜଙ୍ଗଲର ଅପହଞ୍ଚ ସ୍ଥାନରେ ଡ୍ରୋନ ସହାୟତାରେ ସିଡ ବଲ ବା ମଞ୍ଜି ଗୋଳା ପାକାଇ ନିଆରା ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ଜାତିସଂଘ ପୁରଷ୍କାର ପ୍ରାପ୍ତ ଢେଙ୍କାନାଳର ଯୁବ ପରିବେଶ ବିତ ଶୁଭ୍ରାଂଶୁ ଶତପଥୀ ।

ଶୁଭ୍ରାଂଶୁ ପୂର୍ବରୁ ସିଡ୍ ବଲ୍ ବା ମଞ୍ଜି ଗୋଳା ପ୍ରସ୍ତୁତ କରିବା ଏବଂ ତାର ଉପକାରିତା ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଯୁବ ଗୋଷ୍ଠୀଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜନ କରି ଆସୁଛନ୍ତି । କୁନି କୁନି ଛାତ୍ରଛାତ୍ରୀ ମାନେ ସିଡ୍ ବଲ୍ ନିର୍ମାଣ ଶିଖିବା ସହ ତାହାକୁ ସ୍କୁଲ ଅଗଣା, ଖେଳ ପଡିଆ ଏବଂ ନିକଟସ୍ଥ ଜଙ୍ଗଲ ସ୍ଥାନରେ ଫିଙ୍ଗିଥିଲେ । ସେହିପରି ମଣିଷ ନିଜ ଚାହିଦା ବୃଦ୍ଧି ନିମନ୍ତେ ବିପୁଳ ପରିମାଣର ଗଛ କାଟିବାରେ ଲାଗିଛି ହେଲେ ସେହି ମାତ୍ରାରେ ଗଛ ଲଗାବାର ପ୍ରୟାସ ଧିମା ପଡିଛି । ବୃକ୍ଷରୋପଣ କରି ଜଙ୍ଗଲ ବଢାଇବାକୁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ଶୁଭ୍ରାଂଶୁ । ଡ୍ରୋନ ଯୋଗେ ବିଭିନ୍ନ ଅପହଞ୍ଚ ସ୍ଥାନରେ ସିଡ୍ ବଲ୍ ପକାଇଛନ୍ତି ।



ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ କହିଛନ୍ତି, "ସବୁଜ ବିକଳ୍ପ ପାଇଁ ସେ ଏହି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଗଛ ହସିଲେ ଜୀବନ ହସିବ , କିନ୍ତୁ ଏବେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଥିବା ବେଳେ ସିଡ୍ ବଲ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟ ରହିଛି । ସୂଚନାଯୋଗ୍ୟ, ଶୁଭ୍ରାଂଶୁ ବିଗତ ୫ରୁ ୬ ବର୍ଷ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହିଭଳି କର୍ମଶାଳା ସହ ସିଡ୍ ବଲ୍ ନିର୍ମାଣ କରି ବିଭିନ୍ନ ସ୍ଥାନରେ ପକାଇଛନ୍ତି । ସେ ନିଜ ସାଙ୍ଗରେ ଅନେକ ଯୁବପିଢ଼ିଙ୍କୁ ଏହି ଦିଗରେ ଉତ୍ସାହିତ ମଧ୍ୟ କରିଛନ୍ତି । ତେବେ ସିଡ୍ ବଲ୍ ଦ୍ୱାରା ବନୀକରଣ ଏକ ସହଜ ଉପାୟ ହୋଇଥିବା ବେଳେ ଯୁବ ପିଢ଼ି ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନେ ସହଜରେ ଏହାକୁ ଗ୍ରହଣ କରିବା ସହ କାମରେ ଲଗେଇପାରିବେ ବୋଲି ଆଶା ରଖିଛନ୍ତି ଯୁବ ପରିବେଶ ବିତ ଶୁଭ୍ରାଂଶୁ ।
Published by:Soubhagya Mishra
First published: