ବନବିଭାଗ କବଜାରେ ଦୁଇ ଜନ୍ତୁ ଶିକାରୀ; ଗୋଟିଏ ଦେଶୀ ବନ୍ଧୁକ ଜବତ
- News18 Odia
- Last Updated :
- Baudh, India
News 18 Odia Digital
ବୌଦ୍ଧ; ବନଖଣ୍ଡ ପୁରୁଣାକଟକ ରେଞ୍ଜ୍ ଯାଜପୁର ସଂରକ୍ଷିତ ଜଙ୍ଗଲରେ ବନବିଭାଗର ପାଟ୍ରୋଲିଂ ସମୟରେ ଦୁଇ ଶିକାରୀକୁ ଗିରଫ କରାଯାଇଛି । ଏଥିସହ ବାରୁଦ, ୩ଟି ଅଫୁଟା ଶୀଷା ଗୁଳି, ଗୋଟିଏ ବନ୍ଧୁକ, ଓ ଟାଙ୍ଗିଆ ଜବତ କରାଯାଇଛି । ଶିକାରୀ ଦୁଇଜଣ ହେଲେ ଝାଡ୍ରାଜିଙ୍ଗ ଗ୍ରାମର ପ୍ରତାପ ଯାନୀ ଓ ଅଜୟ ଦେହୁରୀ ।
ସୂଚନା ମୁତାବକ, ଆଜି ପୁରୁଣାକଟକ ରେଞ୍ଜ୍ ଅନ୍ତର୍ଗତ ଘୋଡାଡିଆଁ ଗ୍ରାମ ନିକଟସ୍ଥ ଯାଜପୁର ସଂରକ୍ଷିତ ଜଙ୍ଗଲରେ ବନବିଭାଗ ପକ୍ଷରୁ ଏକ ଟିମ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଶିକାରୀ ଏକ ବାରହାକୁ ଗୋଡାଉଥିବାର ନଜରକୁ ଆସିଥିଲା । ଜଣେ ଟାଙ୍ଗିଆ ଆଉଜଣେ ବନ୍ଧୁକ ଧରି ଶିକାର ପାଇଁ ଉଦ୍ୟମ କରିଥିଲେ । ଏହା ଦେଖି ବନବିଭାଗର ଟିମ ସେମାନଙ୍କର ପିଛା କରିଥିଲେ । ବନ ବିଭାଗକୁ ଦେଖିବା ପରେ ଶିକାରୀ ଦୁଇ ଜଣ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କିଛି ବାଟ ପିଛା କରିବା ପରେ ବନ କର୍ମଚାରୀମାନେ ଉଭୟଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ମାରଣାସ୍ତ୍ର ସାମଗ୍ରୀ ଜବତ କରାଯାଇଛି । ଉଭୟଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଦୁଇଜଣ ଜଗ ବାରହା ଶିକାର ପାଇଁ ଯାଇଥିଲେ ଏବଂ ପୂର୍ବରୁ ମଧ୍ୟ ବହୁଥର ଏମାନେ ଜନ୍ତୁ ଶିକାର କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁଇଜଣ ଅଭିଯୁକ୍ତ ଝାଡ୍ରାଜିଙ୍ଗ ଗ୍ରାମର ବାସିନ୍ଦା । ତେବେ ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପୁରୁଣାକଟକ ରେଞ୍ଜର ।
ଦୁଇମାସ ପୂର୍ବରୁ ମଧ୍ୟ ମୁଣ୍ଡେସ୍ୱର ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀ ସହ ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଥିଲା ଏହି ଟିମ । ତେବେ ବାରମ୍ୱାର ଏପରି ଶିକାରୀଙ୍କ ଧରାପଡିବା ଘଟଣା ସ୍ପଷ୍ଟ କରୁଛି ଯେ, ଜଙ୍ଗଲରେ ଜୀବଜନ୍ତୁମାନେ କେତେ ସୁରକ୍ଷିତ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।