News18 Odia Digital
ଭୁବନେଶ୍ୱର/ପିପିଲି: ପୁରୀ ଜିଲ୍ଲାର ପିପିଲି ବିଧାନ ସଭା ଉପନିର୍ବାଚନରେ ଗୁରୁବାର ସେପ୍ଟେମ୍ବର ୩୦ ତାରିଖ ଦିନ ଭୋଟ୍ ଗ୍ରହଣ ହେଉଛି । ସେଥି ପାଇଁ ୩୪୮ଟି ବୁଥରେ ପ୍ରସ୍ତୁତି ସରିଛି । ସେଥି ମଧ୍ୟରେ ଥିବା ୨୦୧ଟି ସମ୍ବେଦନଶୀଳ ବୁଥ୍ ଉପରେ ପ୍ରଶାସନର ତୀକ୍ଷଣ ନଜର ରହିଛି ।
ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋ’ଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିପିଲିର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର୍ । ଭୋଟିଂର ଦିନକ ପୂର୍ବରୁ ପୂରା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍.ପି. କଓଁର୍ ବିଶାଲ ସିଂ । ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟିଂ ପାଇଁ ସବୁ ପ୍ରସ୍ତୁତି ହୋଇଛି ବୋଲି ଉଭୟେ କହିଥିଲେ ।
ଏହା ବି ପଢ଼ନ୍ତୁ | Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?
ଭୋଟର ପରିଚୟ ପତ୍ର ସହିତ ନିର୍ବାଚନ କମିଶନଙ୍କ ଦ୍ବାରା ସ୍ବୀକୃତ ଅନ୍ୟ ୧୧ଟି ପରିଚୟ ପତ୍ରରୁ ଯେ କୌଣସି ଗୋଟିଏ ଦେଖାଇ ଭୋଟ୍ ଦେଇହେବ । ପିପିଲି ଉପନିର୍ବାଚନରେ ଭୋଟିଂ ପାଇଁ ହୋଇଥିବା ମୋ’ଟ ୩୪୮ଟି ବୁଥ୍ ମଧ୍ୟରେ ରହିଛି ୨୦୧ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର । ୧୭୫ଟି ମତଦାନ କେନ୍ଦ୍ରର ୱେବ କାଷ୍ଟିଂ ହେବ ଓ ୧୨ଟି ବୁଥରେ ଭିଡିଓଗ୍ରାଫି ହେବ । ୨୩ଟି ବୁଥରେ ରହିବେ ମାଇକ୍ରୋ ଅବଜରଭର୍ । ଭୋଟ୍ ପାଇଁ ୨୦ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

୩୨ଟି ମୋବାଇଲ୍ ପାର୍ଟି ଭୋଟ୍ ପରିଚାଳନା ଓ ସୁରକ୍ଷା ଦାୟିତ୍ବରେ ରହିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍ର ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ
‘‘ମକ୍ ପୋଲିଂ ପରେ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖ ସକାଳ ସାଢ଼େ ୬ଟାରେ ମକ୍ ପୋଲିଂ ପରେ ୭ଟାରୁ ଆରମ୍ଭ ହେବ ମତଦାନ । ଆମେ ପିପିଲି ବାସୀଙ୍କୁ ଅନୁରୋଧ କରୁଛୁ ସମସ୍ତେ ଅଧିକ ସଂଖ୍ୟାରେ ଆସି ନିଜ ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ ଓ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୁଅନ୍ତୁ,’’ ଭୋଟିଂର ଦିନକ ପୂର୍ବରୁ କହିଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ
ଭୋଟ୍ ପରିଚାଳନା ପାଇଁ ବ୍ୟବହାର କରାଯାଉଛି ୩୪୮ଟି ଭିଭିପାଟ୍ ଓ ନିଆଯାଇଛି ୪୨୩ଟି ଗାଡ଼ି । କାଳେ କେଉଁଠି ଭିଭିପାଟ୍ ଖରାପ ହେବ ତା’ର ତୁରନ୍ତ ମରାମତି କରିବା ପାଇଁ ବିଭିନ୍ନ ସ୍ଥାନରେ ସଜାଗ ରହିବେ ଟେକ୍ନିକାଲ ଟିମ୍ । ଭୋଟ୍ ପାଇଁ ନିୟୋଜିତ ହେବେ ୨,୨୦୦ ପୋଲିଂ କର୍ମଚାରୀ । ଏଥି ସହିତ ୭୦ଟି ପୋଲିଂ ପାର୍ଟିକୁ ରିଜର୍ଭ ରଖାଯାଇଛି । ୧,୯୮୩ ଜଣ ପୋଲିସ କର୍ମଚାରୀ ଓ ୩୨ଟି ମୋବାଇଲ୍ ପାର୍ଟି ଭୋଟ୍ ପରିଚାଳନା ଓ ସୁରକ୍ଷା ଦାୟିତ୍ବରେ ରହିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ୯ ଗିରଫ; VIDEO ଭାଇରାଲ ହୋଇଥିଲା
ବୁଧବାର ଦିନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଏନ୍.ଏ.ସି.ରେ ଥିବା ମତଦାନ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି ସମୀକ୍ଷା କରିଥିଲେ । ପୁରୀ ଏସ୍.ପି. କଓଁର୍ ବିଶାଲ୍ ସିଂ ପିପିଲି ଓ ଡେଲାଙ୍ଗର ବିଭିନ୍ନ ବୁଥ୍ ବୁଲି ଆଇନ ଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।
ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା
ଏହି ଭୋଟ୍ ଗ୍ରହଣ କୋଭିଡ୍ ଗାଇଡଲାଇନ ଭିତରେ ହେବ । ପ୍ରତ୍ୟେକ ବୁଥରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିବେ । ଭୋଟରଙ୍କୁ ଦିଆଯିବ ହ୍ୟାଣ୍ଡ୍ ଗ୍ଲୋଭସ୍ । ମାସ୍କ ଓ ସାନିଟାଇଜର୍ ବି ବାଧ୍ୟତାମୂଳକ କରାଯାଇଛି । ବୁଥକୁ ଆସୁଥିବା ଭୋଟରଙ୍କର ଥର୍ମାଲ ସ୍କ୍ରିନିଂ ହେବ । ଯେଉଁମାନଙ୍କର ତାପମାତ୍ରା ଅଧିକ ଆସିବ, ସେମାନଙ୍କୁ ଟୋକନ୍ ଦିଆଯାଇ ଫେରାଇ ଦିଆଯିବ । ଶେଷ ଘଣ୍ଟାରେ ସେମାନେ ଭୋଟ୍ ଦେଇପାରିବେ ।
ଏହା ବି ପଢ଼ନ୍ତୁ | Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି
ପ୍ରତି ବୁଥ୍ରେ ସର୍ବାଧିକ ଏକ ହଜାର ମତଦାତା ଭୋଟ୍ ଦେଇ ପାରିବେ । ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯଦି କୋଭିଡରେ ଆକ୍ରାନ୍ତ ବୋଲି ଜଣାପଡ଼ନ୍ତି, ତେବେ ସେ ଘରେ ରହି ଭୋଟ୍ ଦେଇପାରିବେ । ଦିବ୍ୟାଙ୍ଗ ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ନେବା-ଆଣିବା କରିବା ପାଇଁ ସ୍ବତନ୍ତ୍ର ଗାଡି଼ର ବ୍ୟବସ୍ଥା କରାଯାଇଛି । ପୋଲିଂ କାର୍ଯ୍ୟରେ ନିୟୋଜିତ ସବୁ କର୍ମଚାରୀ ଡବଲ ଡୋଜ୍ ଭ୍ୟାକ୍ସିନ ନେଇଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।