ପିପିଲି Bypoll: ପ୍ରଦୀପ ମହାରଥୀଙ୍କ ବିଧବା ପତ୍ନୀ କହିଲେ ତାଙ୍କୁ ପ୍ରାର୍ଥୀ କରାଗଲେ ସେ ଖୁସି ହେବେ
ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ବିରୋଧୀଙ୍କ ଘନଘୋର ପ୍ରଚାର ସତ୍ତ୍ୱେ ଶାସକ ଦଳ ବିଜେଡି ବିପୁଳ ବିଜୟ ହାସଲ କରିଥିଲା । ଏବେ BJDର ଗଡ଼ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ।

ପ୍ରଦୀପ ମହାରଥୀଙ୍କ ବିଧବା ଡଃ ପ୍ରତିଭା ମହାରଥୀ
- News18 Odia
- Last Updated: January 21, 2021, 3:39 PM IST
ଭୁବନେଶ୍ୱର: ପିପିଲି ବିଧାନ ସଭା ଉପନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ରାଜନୀତି ସରଗରମ ହୋଇଉଠିଲାଣି । ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳର କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇ ନ ଥିଲେ ମଧ୍ୟ ଏବେ ବିଭିନ୍ନ ଦଳର ଆଶାୟୀମାନେ ଦଳୀୟ ପ୍ରାର୍ଥୀ ହେବା ପାଇଁ ମନ ବଳେଇଲେଣି ।
ପିପିଲିରେ ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ପ୍ରାର୍ଥୀ ଖୋଜା । ଶାସକ ଦଳ ବିଜେଡି ଓ ବିରୋଧୀ କଂଗ୍ରେସ ଏବଂ ବିଜେପି ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ପିପିଲି ପାଇଁ କଂଗ୍ରେସର ପାଞ୍ଚ ଜଣ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତା’ର ବିଚାର ହାଇକମାଣ୍ଡ କରିବ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ବିଜେପି ବି ଉପନିର୍ବାଚନ ପାଇଁ ପ୍ରସ୍ତତ ଅଛି ବୋଲି କହିଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଆଲୋଚନା ଚାଲିଥିବା ଜଣାପଡ଼ିଛି ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା

ଡଃ ପ୍ରତିଭା ମହାରଥୀ
ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ‘‘କିଏ ପ୍ରାର୍ଥୀ ହେବ ଓ କିଏ ନିର୍ବାଚନ ଲଢ଼ିବ ଦଳର ସୁପ୍ରିମୋ ସେ ନେଇ ନିଷ୍ପତ୍ତି ନେବେ ।’’
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ‘‘ପ୍ରତିଭା ମହାରଥୀଙ୍କୁ ଦଳ (ବିଜେଡି) ଟିକେଟ ଦେବ ତ? ଆମେ ଗଣ ମାଧ୍ୟମରୁ ଯାହା ଶୁଣୁଛୁ ତାଙ୍କୁ ଟିକେଟ ମିଳିବନି । ଆମେ ସକ୍ରିୟ ଅଛୁ । ଆମ କାର୍ଯ୍ୟକ୍ରମ ଚାଲୁ ରହିଛି । ଲଢ଼େଇ ଜୋରଦାର ହେବ ।’’
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ଆମର ପ୍ରାର୍ଥୀ ସ୍ଥିର ହୋଇନି । ପାଞ୍ଚ ଜଣ ପ୍ରାର୍ଥୀ ଅଛନ୍ତି । ଚୁଡାନ୍ତ ନିଷ୍ପତ୍ତି ହୋଇନି । ଷ୍ଟଡି କରିବୁ, ଲୋକଙ୍କ ମତାମତ ନେବୁ। ଭଲ ଫାଇଟ ଦେବୁ। ନୋଟିଫିକେସନ ପରେ ଚୁଡାନ୍ତ ନିଷ୍ପତ୍ତି ହେବ ।’’
ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ଶାସକ ଦଳ ବିଜେଡି ବିପୁଳ ବିଜୟ ହାସଲ କରିଥିଲା । ବିରୋଧୀଙ୍କ ଘନଘୋର ପ୍ରଚାର ସତ୍ତ୍ୱେ ମଧ୍ୟ ସମସ୍ତଙ୍କୁ ମାତ୍ ଦେବାରେ ବିଜେଡି ସଫଳ ହୋଇଥିଲା । ଆଗକୁ ବିଜେଡିର ଗଡ଼ ପିପିଲିରେ ଉପନିର୍ବାଚନ ହେଲେ ଶାସକ ଦଳକୁ ବିରୋଧୀ କିଭଳି ସମ୍ମୁଖୀନ ହେବେ ତା’ ଉପରେ ଏବେ ସମସ୍ତଙ୍କ ନଜର ।