News18 Odia Digital
ପିପିଲି: ପିପିଲିରେ ଅନୁଷ୍ଠିତ ବିଧାନ ସଭା ଉପନିର୍ବାଚନରେ ଲୋକେ ପ୍ରବଳ ଉତ୍ସାହର ସହ ମତଦାନ କରିଛନ୍ତି । କୋଭିଡ୍ କଟକଣା ଭିତରେ ସୁରୁଖୁରୁରେ ସରିଛି ଉପନିର୍ବାଚନ । ଇ.ଭି.ଏମ୍.ରେ ସିଲ୍ ହୋଇଯାଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ପିପିଲିରେ ମୋଟ ୭୮.୨୪ ପ୍ରତିଶତ ମତଦାନ ହୋଇଛି ବୋଲି କହିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
କାଁ ଭାଁ ବିଶୃଙ୍ଖଳା ଓ ଇ.ଭି.ଏମ୍. ଅଚଳ ହେବା ଘଟଣାକୁ ଛାଡ଼ିଦେଲେ ମୋଟାମୋଟି ସୁରୁଖୁରୁରେ ସରିଥିଲା ମତଦାନ, ହେଲେ ସନ୍ଧ୍ୟାରେ ଏକ ହିଂସାତ୍ମକ ଘଟଣା ଘଟିଥିଲା । ଗଡ଼ରଙ୍ଗଳର ସାତ ନମ୍ବର ବୁଥରେ ଜଣେ ଯୁବକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଲହୁଲୁହଣ କରି ପକାଇଥିଲେ ।
ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେଆହତ ଯୁବକ ପ୍ରମୋଦ ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ହରିରାଜପୁର ଫାଣ୍ଡି ଓ ଡେଲାଙ୍ଗ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗଡ଼ରଙ୍ଗଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପ୍ରମୋଦ ଦାସ ନାମକ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ୯ ଗିରଫ; VIDEO ଭାଇରାଲ ହୋଇଥିଲାପିପିଲି ବିଧାନ ସଭା କ୍ଷେତ୍ରରେ ସକାଳ ୬ଟାରେ ମକ୍ ପୋଲିଂ ପରେ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ମତଦାନ କେନ୍ଦ୍ରକୁ ଉତ୍ସାହର ସହ ଆସି ପହଞ୍ଚିଥିଲେ ଭୋଟରମାନେ । କୋଭିଡ୍ ଗାଇଡଲାଇନ ଭିତରେ ମତଦାନ ବ୍ୟବସ୍ଥା ହୋଇଥିଲା । ମୋଟ ୩୪୮ଟି ବୁଥରେ ହୋଇଥିଲା ମତଦାନ । ସେ ଭିତରୁ ଚିହ୍ନଟ ହୋଇଥିବା ୨୦୧ଟି ସମ୍ବେଦନଶୀଳ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା୧୭୫ଟି ବୁଥରେ ୱେବ୍ କାଷ୍ଟିଂ ହୋଇଥିବା ବେଳେ ୧୨ଟି ବୁଥରେ କରାଯାଇଥିଲା ଭିଡିଓଗ୍ରାଫି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୦ଟି ଆଦର୍ଶ ମତଦାନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ତାଲିବାନ କହିଲା ହାତ କାଟିଦେବା ପରି ବର୍ବର ଦଣ୍ଡ ଫେରିବ; ଆମେରିକା କହିଲା, ‘‘ଆମେ ନଜର ରଖିଛୁ’’ମତଦାନ ବେଳେ ଉତ୍ସାହଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମଡେଲ୍ ବୁଥରେ କୋଭିଡ୍ କଟକଣା ମାନିଥିଲେ ଉଭୟ ଭୋଟର୍ ଓ ଭୋଟ୍ ପରିଚାଳକମାନେ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା । ସ୍ବତନ୍ତ୍ର ଗାଡ଼ିରେ ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ଆଣି ଭୋଟ୍ କେନ୍ଦ୍ର ପହଞ୍ଚାଯାଇଥିଲା ଓ ପୁଣି ଘରେ ଛଡ଼ାଯାଇଥିଲା ।
ଏହା ବି ପଢ଼ନ୍ତୁ | Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛିଆଦର୍ଶ ବୁଥରେ ସବୁ କିଛି ବ୍ୟବସ୍ଥିତ ଥିଲା । କୋଭିଡ୍ ଗାଇଡଲାଇନର ଶତ ପ୍ରତିଶତ ଅନୁପାଳନ ହୋଇଥିଲା ଏଠି । ପିପିଇ କିଟ୍ ପିନ୍ଧିଥିଲେ ଭୋଟିଂ ଦାୟିତ୍ବରେ ଥିବା ଅଧିକାରୀମାନେ । ଅଙ୍ଗନବାଡି ଓ ଆଶା ଦିଦିମାନେ ଲାଗି ପଡ଼ିଥିଲେ ଡ୍ୟୁଟିରେ । ଭୋଟରଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ଭୋଟ୍ ଦେବା ପରେ ସେଲ୍ଫି ଜୋନରେ ଫଟୋ ଉଠାଇଥିଲେ ମତଦାତାମାନେ ।
ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେପିପିଲି ବ୍ଲକର ଆଠଟି ଓ ଡେଲାଙ୍ଗ ବ୍ଲକରେ ୧୨ଟି ବୁଥକୁ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଥିଲା । ପିପିଲି ମିଶନ୍ ଏମ୍.ଇ. ସ୍କୁଲର ୧୮୭ ନମ୍ବର ବୁଥ୍, ପିପିଲି କଲେଜର ବୁଥ୍ ନମ୍ବର ୧୮୭ ଓ ୧୯୦, ଶିରିଆପୁରର ୧୯୭ ନମ୍ବର୍ ବୁଥ୍ ଓ ଜବାହାର ବିଦ୍ୟାପୀଠର ୧୮୫ ନମ୍ବର ବୁଥ୍ ହୋଇଥିଲା ମଡେଲ୍ ବୁଥ୍ । ଡେଲାଙ୍ଗ ଚିଲପାଟଣା ଓ ନୂଆଗାଁ ଭଳି ୨୦ଟି ବୁଥକୁ ଆଦର୍ଶ ମତଦାନ କେନ୍ଦ୍ରରେ ପରିଣତ କରାଯାଇଥିଲା । ମଡେଲ ବୁଥ୍ରେ ଅତ୍ୟନ୍ତ ଉତ୍ସାହର ସହ ଭୋଟ୍ ଦେଇଥିଲେ ଭୋଟରମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।