ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପିପିଲି Bypoll: ପୁଣି ବଦଳିଲା ସାନି ଭୋଟ୍ ଗ୍ରହଣ ତାରିଖ; ପ୍ରଚାର ସଂକ୍ରାନ୍ତୀୟ ନିୟମ ବି ବଦଳିଲା

ପିପିଲି Bypoll: ପୁଣି ବଦଳିଲା ସାନି ଭୋଟ୍ ଗ୍ରହଣ ତାରିଖ; ପ୍ରଚାର ସଂକ୍ରାନ୍ତୀୟ ନିୟମ ବି ବଦଳିଲା

କୋଭିଡ କାରଣରୁ ପ୍ରଚାର ସମୟରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଯେଭଳି ମାସ୍କ ପିନ୍ଧିବେ ଓ ହାତ ସାନିଟାଇଜ କରିବେ ତାହା ଉପରେ ସମ୍ପୃକ୍ତ ରାଜନୈତିକ ଦଳକୁ ଗୁରୁତ୍ୱ ଦେବାକୁ ହେବ ଓ ସେଥି ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବହନ କରିବାକୁ ହେବ ।

ପିପିଲି Bypoll: ପୁଣି ବଦଳିଲା ସାନି ଭୋଟ୍ ଗ୍ରହଣ ତାରିଖ; ପ୍ରଚାର ସଂକ୍ରାନ୍ତୀୟ ନିୟମ ବି ବଦଳିଲା
ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ ଗ୍ରହଣ ହେବ ।
  • News18 Odia
  • Last Updated: April 22, 2021, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିପିଲି ବିଧାନ ସଭା ଉପନିର୍ବାଚନର ସାନି ଭୋଟ ଗ୍ରହଣ ତାରିଖପୁଣି ବଦଳିଛି । ଆସନ୍ତା ମେ ୧୩ ତାରିଖ ବଦଳରେ ଏବେ ମେ ୧୬ ତାରିଖରେ ହେବ ସାନି ଭୋଟ ଗ୍ରହଣ । ପୂର୍ବରୁ ମେ ୧୮ ତାରିଖ ସୁଦ୍ଧା ଏହି ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବା  ବେଳେ ଏବେ ତାଜା ନିଷ୍ପତ୍ତି ଅନୁସାରେ ମେ ୧୯ ତାରିଖରେ ଭୋଟ୍‌ ଗଣତି ହେବା ସହିତ ପୁରା ନିର୍ବାଚନ ପ୍ରକ୍ରିୟା ମେ ୨୧ ତାରିଖ ସୁଦ୍ଧା ସରିବ । ରାଜ୍ୟ ମୁଖ୍ୟ ନିର୍ବାଚନଅଧିକାରୀ ସୁଶୀଲ ଲୋହାନିଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

‘‘କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ଦେହାନ୍ତ କାରଣରୁ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଭୋଟକୁ ମେ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ସାନି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଇଦ୍‌ ଉଲ୍‌ ଫିତର୍‌ ମେ ୧୩ରେ ପାଳିତ ହେବାର ସମ୍ଭାବନା ଥିବାରୁ ଏହା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପାଇଁ ମତଦାନ କରିବାରେ ବାଧା ସୃଷ୍ଠି କରିପାରେ । ଏହାକୁ ଦୃଷ୍ଟିରେ ରଖି ମେ ୧୩ ତାରିଖ ବଦଳରେ ୧୬ ତାରିଖରେ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି ଲୋହାନି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍‌ ୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ

କୋଭିଡ ସମୟରେ ଭୋଟ ହେଉଥିବା କାରଣରୁ ନିକଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ଗାଇଡ଼ଲାଇନ୍‌ ପ୍ରକାଶ ପାଇଥିଲା । ସାନି ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ସେହି ସମାନ ଗାଇଡ଼ଲାଇନ ମଧ୍ୟ ପାଳନ କରାଯିବ ବୋଲି ସେ କହିଛନ୍ତି । ବିଶେଷ କରି ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ମତଦାନ ଦିବସ ପର୍ଯ୍ୟନ୍ତ ସବୁଥିରେ କେମିତି ଗାଇଡ ଲାଇନ ପାଳନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

‘‘ଗାଇଡ଼ଲାଇନ ଅନୁସାରେ ଭୋଟ୍ ଦେବାକୁ ଯାଉଥିବା ପ୍ରତି ଭୋଟରଙ୍କର ମତଦାନ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ। ଯଦି କୌଣସି ଭୋଟରଙ୍କ ଦେହରେ ଅଧିକ ତାପମାତ୍ରା ଥାଏ ତେବେ ତାଙ୍କୁ ଗୋଟିଏ ଟୋକନ ଦିଆଯିବ । ସେହି ଟୋକନ ଦେଖାଇ ଅପରାହ୍ଣ ୫ଟା ପରେ ସେମାନେ ନିଜ ବୁଥରେ ଭୋଟ ଦେଇପାରିବେ,’’ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ।

ଏହା ବି ପଢ଼ନ୍ତୁ | କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଲକ୍ଷ ଟଙ୍କା ଆଣିବାରୁ ଜୀବନ ଗଲା

ଭୋଟ ଦେବାକୁ ଆସିଥିବା ପ୍ରତି ଭୋଟରଙ୍କର ହାତ ସାନିଟାଇଜ କରିବା ସହିତ ତାଙ୍କୁ ଗ୍ଲୋବସ୍‌ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି । ‘‘ମତଦାନ ପାଇଁ ଲାଇନରେ ଛିଡା ହେବା ସମୟରେ ଭୋଟରମାନେ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ବ ଦେବା ଜରୁରୀ । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ପ୍ରଚାର ସମୟରେ ସାମାଜିକ ଦୂରତା ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏ ନେଇ ସବୁ ରାଜନୈତିକ ଦଳକୁ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କାରଣରୁ ପ୍ରଚାର ସମୟରେ ପ୍ରାର୍ଥୀ ଓ ସମର୍ଥକ ଯେଭଳି ମାସ୍କ ପିନ୍ଧିବେ ଓ ହାତ ସାନିଟାଇଜ କରିବେ ତାହା ଉପରେ ଗୁରୁତ୍ୱ ଦେବେ ସମ୍ପୃକ୍ତ ରାଜନୈତିକ ଦଳ ଓ ସେଥି ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବହନ କରିବେ । ଏହି ବାବଦରେ ହେଉଥିବା ଖର୍ଚ୍ଚ ସେହି ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ମିଶାଯିବ,’’ କହିଛନ୍ତି ଲୋହାନି ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ସବୁଠାରୁ ବଡ଼ କଥା ହେଲା ଯେ ପୂର୍ବରୁ ଭୋଟ୍‌ ଦିନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବାର ନିୟମ ଥିବା ବେଳେ ଏହି ସାନି ନିର୍ବାଚନରେ ଭୋଟ୍ ଦିନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅର୍ଥାତ ୧୬ ତାରିଖରେ ସାନି ଉପନିର୍ବାଚନ ହେବାକୁ ଥିବାରୁ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ହେବ । ତା’ଛଡା କୋଭିଡ ପାଇଁ ଯଦି ରାଜ୍ୟ ସରକାର କିଛି ନୂଆ ନିୟମ ଧାର୍ଯ୍ୟ କରୁଛନ୍ତି ତାକୁ ମଧ୍ୟ ପାଳନ କରିବା ବାଧ୍ୟତାମୂଳକ ହେବ।



କୋଭିଡ କାରଣରୁ ଯେହେତୁ ରାଜ୍ୟ ସରକାର ସବୁ ରାଜନୈତିକ, ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ରଖିଛନ୍ତି ସେ ଦୃଷ୍ଟିରୁ ସମାବେଶ ଓ ଏକାଠି ହେବା ବନ୍ଦ ରଖାଯାଇଛି । କେବଳ ଭରଚୁଆଲ ଓ ଡୋର୍‌ ଟୁ ଡୋର୍‌ ପ୍ରଚାର କରିହେବ । ଏଥିରେ ସର୍ବାଧିକ ପାଞ୍ଚ ଜଣ ସାମିଲ ହୋଇ ପାରିବେ । ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିବ ବୋଲି କହିଛନ୍ତି ନିର୍ବାଚନ କମିଶନର । ଏହାର ଉଲ୍ଲଙ୍ଘକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।
Published by: Anand ST Das
First published: April 22, 2021, 6:08 PM IST