ପିପିଲି ଉପର୍ବାଚନ ପାଇଁ ବାଜିଲା ବିଗୁଲ୍‌; ଏପ୍ରିଲ ୧୭ରେ ଭୋଟିଂ; କିଏ ବାଜି ମାରିବ ଏ ଥର?

ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ନିଜ ଆୟତ୍ତକୁ ଆଣିବା ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଓ ରଣନୀତି ନିର୍ମାଣ ସରଗରମ ହୋଇଛି । ପିପିଲି ପାଇଁ କୌଣସି ଦଳ ଏ ଯାଏଁ ନିଜ ପ୍ରାର୍ଥୀଙ୍କୁ ନେଇ ନିଷ୍ପତ୍ତି କରି ନାହାଁନ୍ତି ।

ପିପିଲି ଉପର୍ବାଚନ ପାଇଁ ବାଜିଲା ବିଗୁଲ୍‌; ଏପ୍ରିଲ ୧୭ରେ ଭୋଟିଂ; କିଏ ବାଜି ମାରିବ ଏ ଥର?
ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ; (ଡାହାଣ) ପତ୍ନୀ ଡକ୍ଟର ପ୍ରତିଭା ମହାରଥୀଙ୍କ ସହ ପ୍ରଦୀପ
  • News18 Odia
  • Last Updated: March 16, 2021, 6:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ (Pradeep Maharathy) ବିୟୋଗ ପର ଠାରୁ ଖାଲି ପଡ଼ିଥିବା ପିପିଲି ବିଧାନ ସଭା କ୍ଷେତ୍ର ପାଇଁ ଉପନିର୍ବାଚନର (Pipili Assembly Bypoll) ବିଗୁଲ୍‌ ବାଜିଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ ବୋଲି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ମାର୍ଚ୍ଚ ୨୩ରେ ଏହି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ଏପ୍ରିଲ ୩ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ

ଏପ୍ରିଲ ୧୭ରେ ମତଦାନ ହେବାକୁ ଥିବା ବେଳେ ମେ’ ୨ରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏଥି ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି (Pipili Assembly Bypoll)। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ (Pradeep Maharathy) ଦେହାନ୍ତ ପର ଠାରୁ ପିପିଲି ଆସନ ଫାଙ୍କା ପଡିଛି ।

ଝିଅ ପଲ୍ଲବୀର ବିବାହୋତ୍ସବରେ ତା’ ସହିତ ପ୍ରଦୀପ ମହାରଥୀ


ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ନିଜ ଆୟତ୍ତକୁ ଆଣିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଓ ରଣନୀତି ନିର୍ମାଣ ସରଗରମ ହେବା ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ବେଶ୍‌ କିଛି ସପ୍ତାହ ପୂର୍ବରୁ ବିଭିନ୍ନ ଦଳର ପର୍ଯ୍ୟବେକ୍ଷକମାନେ ନିଜ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ତୁହାକୁ ତୁହା ଆଲୋଚନା ଜାରି ରଖିଥିଲେ ।

ଏହା ବି ପଢ଼ନ୍ତୁ | ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ. ଲକ୍ଷ ସେକ୍ସ

ଶାସକ ଦଳ ବିଜେଡି ନିଜ ପୁରୁଣା ଗଡ଼ ବଜାୟ ରଖିବାକୁ ଆଗୁଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ପିପିଲି-ଡେଲାଙ୍ଗ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପିପିଲି ରାଜନୀତିକୁ ଉଷ୍ମ କରିଦେଇଥିଲା ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

ପିପିଲି ପାଇଁ କୌଣସି ଦଳ ଏ ପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କୁ ନେଇ ନିଷ୍ପତ୍ତି କରି ନ ଥିବା ବେଳେ ଉପନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ପ୍ରତି ଦଳ ପିପିଲିରେ ଜିତିବା ନେଇ ଆତ୍ମପ୍ରତ୍ୟୟ ବ୍ୟକ୍ତ କରିଛନ୍ତି । ପିପିଲି ସମେତ ସାରା ଓଡ଼ିଶାର ଲୋକେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲପାଉଥିବାରୁ ଓ ତାଙଅକ ସରକାର ରାଜ୍ୟର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବାରୁ ବିଜେଡି ହିଁ ପିପିଲି ଉପନିର୍ବାଚନ ସହଜରେ ଓ ବଡ଼ ମାର୍ଜିନରେ ଜିତିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଏକ କାର୍ଯ୍ୟକ୍ରମରେ ଦୁଇ ଜଣ ଶିଶୁଙ୍କୁ କୋଳରେ ଧରିଛନ୍ତି ପ୍ରଦୀପ ମହାରଥୀ ।


‘‘ଅନ୍ୟମାନେ (ବିଜେପି ଓ କଂଗ୍ରେସ) ବିଜୟର ଆଶା ରଖିବା କିଛି ଖରାପ କଥା ନୁହେଁ, ହେଲେ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ପ୍ରଦୀପ ମହାରଥୀ ପିପିଲିରେ ଅନେକ ଥର ବିଜୟ ଲାଭ କରିଛନ୍ତି ଓ ସେଠାକାର ଲୋକେ ମୁଖ୍ୟ ମନ୍ତ୍ରୀଙ୍କୁ ଖୁବ୍‌ ଭଲପାଆନ୍ତି । ପିପିଲି ସମେତ ସାରା ଓଡ଼ିଶାର ଲୋକେ ବୁଝିସାରିଲେଣି ବିଜେପି ଓ କଂଗ୍ରେସ ବାସ୍ତବରେ କ’ଣ । ତେଣୁ ସେମାନଙ୍କ ପିପିଲି ବିଜୟ ଆଶା ଆଶାରେ ହିଁ ରହିଯିବ,’’ କହିଛନ୍ତି ଲେନିନ ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

ହେଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଏ ଥର ବିଜେପି ହିଁ ପିପିଲିରେ ବିଜୟୀ ହେବ । ‘‘ପିପିଲି ଉପନିର୍ବାଚନ ପୂର୍ବରୁ ଗୋଟିଏ ପଞ୍ଚାୟତ ନିର୍ବାଚନ ହୋଇଥିଲା, ଯେଉଥିରେ ପିପିଲିବାସୀ ବିଜେପି ଉପରେ ନିଜ ଭରସା ବ୍ୟକ୍ତ କରିଥିଲେ । ପ୍ରଦୀପ ମହାରଥଙ୍କ ଆବର୍ତ୍ତମାନରେ ବିଜେପି ପ୍ରତି ନିଜ ସମର୍ଥନ ପିପିଲିବାସୀ ଜଣେଇଛନ୍ତି । ସେଠାକାର ଲୋକେ ବୁଝିସାରିଛନ୍ତି ଯେ ମହାରଥୀ ସାତ ଥର ସେଠାକାର ବିଧାୟକ ରହିବା ପରେ ବି କାହିଁକି ସେ ଅଞ୍ଚଳ ଆଜି ବିକାଶ ଠାରୁ ବହୁ ଦୂରରେ ଅଛି,’’ କହିଛନ୍ତି ମହାରଥୀ ।



ପିପିଲି ପାଇଁ ବିଜେଡିର ଟିକେଟ୍‌ ଆଶାୟୀଙ୍କ ଲମ୍ବା ତାଲିକାରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପତ୍ନୀ ଡକ୍ଟର ପ୍ରତିଭା ମହାରଥୀ, ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ, ବିଜେଡି ନେତା ତଥା ମୁମ୍ଵାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧକ୍ଷ ତଥା ବିଜେଡିର ଆଗ ଧାଡ଼ିର ନେତା ସଞ୍ଜୟ ଦାସ ବର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ସବୁ ବେଳେ ଚକମା ଦେଖାଇ ଆସୁଥିବା ବିଜେଡି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟ ମନ୍ତ୍ରୀ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Published by: Anand Shankar Thankur Das
First published: March 16, 2021, 6:12 PM IST