News18 Odia Digital
Pintu Nanda Death: ଓଲିଉଡର ଜଣେ ଜଣାଶୁଣା ଅଭିନେତା ଆଉ ଆମ ଗହଣରେ ନାହାଁନ୍ତି। ଲିଭର ସିରୋସିରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କୁ ଶେଷକୃତ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ। ସବୁଆଡେ ଶୋକାକୁଳ ମାହୋଲ ଭିତରେ ଆଉ ଏକ ହୃଦଥରା ଭଳି କଥା ସାମ୍ନା ଆସିଛି।
ଗତକାଲି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ହାଇଦ୍ରାବାଦରୁ ଆସୁଥିଲା। ଏହି ସମୟରେ ତାଙ୍କ ବଡ଼ ପୁଅ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଥିଲେ। ବାପାଙ୍କ ଏଭଳି ଅବସ୍ଥା ବାବଦରେ ଜାଣିବା ପରେ ତାଙ୍କ ପୁଅ ସହ କଣ ଘଟୁଥିବ ଆପଣମାନେ ବୁଝିପାରୁଥିବେ। ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିବା ବେଳେ ଅଭିନେତା ରବି ମିଶ୍ର କହିଛନ୍ତି, ଆମେ ଭାବିଥିଲୁ ତାଙ୍କର ପ୍ରତିରୋପଣ ପରେ ସେ ଫେରିବେ ବୋଲି, କିନ୍ତୁ ସେ ଫେରିଲେ ନାହିଁ। ବାପାଙ୍କ ଶରୀର ଶେଷ ଯାତ୍ରାରେ ଆସୁଥିଲା, ସେପଟେ ପୁଅର ପରୀକ୍ଷା ଥିଲା। ଭଗବାନ ପିଣ୍ଟୁ ପ୍ରତି ଭାରି ନିଷ୍ଠୁର ହୋଇଯାଇଛନ୍ତି। ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଅଭିନେତା।
ଆଜି ପଞ୍ଚଭୂତରେ ଲୀନ ହେବ ପିଣ୍ଟୁଙ୍କ ମରଶରୀର; ଶେଷ ଦର୍ଶନ କରୁଛନ୍ତି ବନ୍ଧୁ ପରିଜନ
ସୂଚନାଯୋଗ୍ଯ, ପୁରୀ ସ୍ବର୍ଗଦ୍ବାରରେ ପିଣ୍ଟୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଗୁରୁବାର ହାଇଦ୍ରାବାଦରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ପିଣ୍ଟୁଙ୍କ ମରଶରୀର। ସେହିପରି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ଲାଗି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ କଳାକାର ବିମାନବନ୍ଦରରେ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।