ଭୁବନେଶ୍ବର ନାବାଳିକା ଗଣ ଦୁଷ୍କର୍ମ: CBI ତଦନ୍ତ ଦାବି କରି ହାଇ କୋର୍ଟରେ PIL ରୁଜୁ ହେଲା

୧୩ ବର୍ଷର ନାବାଳିକା ଝିଅକୁ ତା’ ମା’ ଘର ବାହାରୁ ତାଲା ପକାଇ ଚାବି ପଡ଼ୋଶୀଙ୍କୁ ଦେଇ ଆସୁଥିଲେ । କିନ୍ତୁ ୭ ଜଣ ବ୍ୟକ୍ତି ପଡୋଶୀଙ୍କ ଠାରୁ ଘରର ଚାବି ନେଇ ନାବାଳିକାକୁ ୧୦ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଭୁବନେଶ୍ବର ନାବାଳିକା ଗଣ ଦୁଷ୍କର୍ମ: CBI ତଦନ୍ତ ଦାବି କରି ହାଇ କୋର୍ଟରେ PIL ରୁଜୁ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 17, 2020, 1:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣା ଆଜି ହାଇ କୋର୍ଟରେ ପହଞ୍ଚିଛି । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ହାଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଏହା ସହ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି ।

ଏହି ଜନସ୍ବାର୍ଥ ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଭୁବନେଶ୍ବର ଡିସିପି ଓ ରାଜ୍ୟ ଶିଶୁ ଅଧିକାର କମିଶନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଥିବା ଏହି ଜନସ୍ବାର୍ଥ ମାମଲାର ପିଟିସିନରେ ଉଲ୍ଲେଖ କରାଯାଇଛି ଯେ ନିଜ ନାବାଳିକା ଝିଅ ସହ ଦୁଷ୍କର୍ମକୁ ନେଇ ପୀଡ଼ିତାଙ୍କ ମା’ ଭୁବନେଶ୍ବର ମହିଳା ଥାନାରେ ଗତ ଅଗଷ୍ଟ ୩୦ ତାରିଖ ଦିନ ଏଫ.ଆଇ.ଆର. ଦାୟର କରିଥିଲେ, ହେଲେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହିଁ । ପୀଡ଼ିତା ଜଣକ ଉଭୟ ମାନସିକ ଓ ଶାରୀରିକ ଆଘାତ ସହୁଥିବା ବେଳେ ଅଭିଯୁକ୍ତମାନେ ନିର୍ଭୟରେ ବୁଲୁଛନ୍ତି ବୋଲି ଏଥିରେ କୁହାଯାଇଛି ।

ଆବେଦନକାରୀଙ୍କ ଓକିଲ ଗୋପାଳ ପ୍ରସାଦ ଜେନା


‘‘ଭୁବନେଶ୍ବରରେ ଯେଉଁ ନାବାଳିକା ଦୁଷ୍କର୍ମ ଘଟଣାଟି ଘଟିଛି ପୋଲିସ ତା’ର ତଦନ୍ତ କରୁଛି । କିନ୍ତୁ ୧୩ / ୧୪ ଦିନ ବିତିଯିବା ସତ୍ତ୍ୱେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ତେଣୁ ଏହି ମାମଲାର ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ କିମ୍ବା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଉ, ଯାହା ଫଳରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ମିଳବ ଓ ପୀଡ଼ିତା ନ୍ୟାୟ ପାଇବେ । ଏହା ସହିତ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ବୋଲି ଦାବି କରି ଆମେ ଏହି ଜନସ୍ବାର୍ଥ ମାମଲାରେ ଦାୟର କରିଛୁ,’’ କହିଛନ୍ତି ଆବେଦନକାରୀଙ୍କ ଓକିଲ ଗୋପାଳ ପ୍ରସାଦ ଜେନା ।

ପୀଡ଼ିତାଙ୍କ ମା’ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଗଣମାଧ୍ୟମ ସଂସ୍ଥାର ଅଭ୍ୟର୍ଥନା କେନ୍ଦ୍ରରେ କାମ କରୁଥିଲେ । ତାଙ୍କର ୧୩ ବର୍ଷର ନାବାଳିକା ଝିଅକୁ ଘର ବାହାରୁ ତାଲା ପକାଇ ଚାବି ପଡ଼ୋଶୀଙ୍କୁ ଦେଇ ଆସୁଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସ ୨୨ ତାରିଖରୁ ଲକଡାଉନ ଆରମ୍ଭ ହେଉଥିବା ସମୟରେ ୭ ଜଣ ବ୍ୟକ୍ତି ତାଙ୍କ ପଡୋଶୀଙ୍କ ଠାରୁ ଘର ଚାବି ନେଇ ନାବାଳିକାକୁ ୧୦ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ସେମାନେ ନାବାଳିକାଙ୍କ ନଗ୍ନ ପଟୋ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନଙ୍କ ମଧ୍ୟରୁ ପିଡ଼ିତା କାମ କରୁଥବା ସେହି ପ୍ରତିଷ୍ଠତ ଗଣମାଧ୍ୟମ ସଂସ୍ଥାର ଦୁଇ ଜଣ କର୍ମଚାରୀ ଓ କିଛି ସୁରକ୍ଷାକର୍ମୀ ରହିଛନ୍ତି । ଏହା ସହିତ ଜଣେ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସେ ବନ୍ଧୁକ ମୁନରେ ଏହି କଥାକୁ କାହା ଆଗରେ ପ୍ରକାଶ ନ କରିବାକୁ ମଧ୍ୟ ଧମକ ଦେଇଥିବା ପିଟିସନରେ ଉଲ୍ଲେଖ ଅଛି ।

ଏହା ସହିତ ଆବଦେନକାରୀ ପିପିଲି, ରାୟଗଡ଼ା, ମୟୁରଭଞ୍ଜ, କୋରାପୁଟ, କେନ୍ଦ୍ରପଡ଼ା ଓ ଜଗତସିଂହପୁରରେ ବିଗତ ଦିନଗୁଡ଼ିକରେ ଘଟିଥିବା ଦୁଷ୍କର୍ମ ମାମଲାଗୁଡ଼ିକରେ ଓଡ଼ିଶା ପୋଲିସ ସଠିକ ତଦନ୍ତ କରି ନ ଥିବା ଓ ପୀଡ଼ିତାମାନଙ୍କୁ ନ୍ୟାୟ ମଳି ନ ଥିବା ମଧ୍ୟ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।
Published by: Anand Shankar Thankur Das
First published: September 17, 2020, 1:05 AM IST
corona virus btn
corona virus btn
Loading