ଆମେରିକାର ଏକ ଆଶ୍ରମରେ ଶୋଭା ପାଇବ ପୁରୀର ପଟ୍ଟଚିତ୍ର; ରହିବ ସମୁଦ୍ର ମନ୍ଥନର ପୌରାଣିକ କଥାବସ୍ତୁ

ସମୁଦ୍ର ମନ୍ଥନର ପ୍ରତିଟି ପୌରାଣିକ କଥାବସ୍ତୁକୁ ନେଇ ୩୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡାର ଏହି ପଟ୍ଟଚିତ୍ର କରାଯାଇଛି । ଏହାକୁ ନିର୍ମାଣ କରିଛନ୍ତି ଜଣେ ମହିଳା ପଟ୍ଟଚିତ୍ର ଶିଳ୍ପୀ ।

ଆମେରିକାର ଏକ ଆଶ୍ରମରେ ଶୋଭା ପାଇବ ପୁରୀର ପଟ୍ଟଚିତ୍ର

ଆମେରିକାର ଏକ ଆଶ୍ରମରେ ଶୋଭା ପାଇବ ପୁରୀର ପଟ୍ଟଚିତ୍ର

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରର ପଟ୍ଟଚିତ୍ର ଯିବ ଆମେରିକା । ଆମେରିକାର ଏକ ଆଶ୍ରମରେ ଏହାକୁ ରଖିବା ନେଇ ଜଣେ ଏନଆରଆଇ ଡାକ୍ତର ବରାଦ ଦେଇଛନ୍ତି । ସମୁଦ୍ର ମନ୍ଥନର ପ୍ରତିଟି ପୌରାଣିକ କଥାବସ୍ତୁକୁ ନେଇ ୩୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡାର ଏହି ପଟ୍ଟଚିତ୍ର କରାଯାଇଛି । ଏହାକୁ ନିର୍ମାଣ କରିଛନ୍ତି ଜଣେ ମହିଳା ପଟ୍ଟଚିତ୍ର ଶିଳ୍ପୀ । ଡେଡିକେଟ ଟୁ ପିପୁଲ ସଂସ୍ଥା ପକ୍ଷରୁ ବୀରବଳଭଦ୍ରପୁର ଗ୍ରାମରେ ଥିବା ପଟ୍ଟଚିତ୍ର କର୍ମଶାଳାରେ ଏହାର ନିର୍ମାଣ କରାଯାଇଛି । ଏହା ମାଧ୍ୟମରେ ପୁରୀରେ ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ପଟ୍ଟଚିତ୍ର କାରିଗରଙ୍କ ଉନ୍ନତି ତଥା ମହିଳା ସଶକ୍ତୀକରଣର ବାର୍ତ୍ତା ଦେଇ ସ୍ୱାବଲମ୍ବୀ କରାଇଛନ୍ତି ସଂସ୍ଥାର ସମ୍ପାଦକ ।

ପୂର୍ବରୁ ଫ୍ରାନ୍ସ, ଲଣ୍ଡନ ଯାଇ ବିଶ୍ୱ ଦରବାରରେ ପଟ୍ଟଚିତ୍ରର ପରିଚୟ ସୃଷ୍ଟି ହୋଇପାରିଥିବା ବେଳେ ପୁଣି ଏକ ପଟ୍ଟଚିତ୍ର ଯିବ ଆମେରିକା । ଆଉ ସ୍ଥାନ ପାଇବ ଏକ ଆଶ୍ରମରେ । ତେବେ ଏହାକୁ ନେବା ପାଇଁ ଜଣେ ଏନଆରଆଇ ମହିଳା ଡାକ୍ତର ବରାଦ ଦେଇଛନ୍ତି । ପଟ୍ଟଚିତ୍ରଟି ହେଉଛି ସମୁଦ୍ର ମନ୍ଥନର ପ୍ରତିଟି ପୌରାଣିକ କଥାବସ୍ତୁକୁ ନେଇ ଚିତ୍ରକଳା । ଏହାକୁ ୧୫ ଦିନ ଧରି ନିର୍ମାଣ କରିବାରେ ଲାଗିଛନ୍ତି ୫ ଜଣ ମହିଳା ଓ ଦୁଇ ଜଣ ପୁରୁଷ ପଟ୍ଟଚିତ୍ରଶିଳ୍ପୀ । ଆଉ ଏଥିରେ ସେମାନେ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ, କାମଧେନୁ, ଐରାବତ ହସ୍ତୀ, ରମ୍ଭା, ସୂର୍ଯ୍ୟ, ଚନ୍ଦ୍ର, ଲକ୍ଷ୍ମୀ, ଆଦି ଅନେକ ପ୍ରସଙ୍ଗକୁ ପଟ୍ଟଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ଏହି ପଟ୍ଟଚିତ୍ରଟିର ଲମ୍ବ ୩୬ଫୁଟ ଓ ଚଉଡା ୪ ଫୁଟ । ତେବେ ଏହା ପୂର୍ବରୁ ୩୫ ଫୁଟ ଓ ୩ ଫୁଟ ଚଉଡାର କୃଷ୍ଣଲୀଳାର କଥାବସ୍ତୁକୁ ପ୍ରଦର୍ଶିତ କରାଯାଇ ଏହାକୁ ଅଷ୍ଟେଲିଆ ପଠାଯାଇଥିଲା । ତେଣୁ ଦେଶ ବିଦେଶର ଆମର ପଟ୍ଟଚିତ୍ର କିଭଳି ପହଞ୍ଚିବ ଓ ଆମ ଲୋକାଲ ପଟ୍ଟଚିତ୍ରଶିଳ୍ପୀ ଓ ମହିଳା ଶିଳ୍ପୀମାନେ କିଭଳି ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହେବେ ସେହି ପ୍ରୟାସ କରାଯାଉଛି । ତେଣୁ Dedicate to people ସଂସ୍ଥା ପକ୍ଷରୁ କିଛି ଚିତ୍ର ଶିଳ୍ପୀଙ୍କୁ ନେଇ କରାଯାଉଛି ଏଭଳି କର୍ମଶାଳା । ଆଉ ଦେଶ ବିଦେଶରୁ କିଛି ପଟ୍ଟଚିତ୍ର ବରାଦ ଆସିଲେ ଆମେ ଏହିମାନଙ୍କୁ କର୍ମରେ ନିୟୋଜିତ କରି ରୋଜଗାରକ୍ଷମ କରାଉଛୁ ବୋଲି କହିଛନ୍ତି ସଂସ୍ଥାର ସମ୍ପାଦକ ।

ପଟ୍ଟଚିତ୍ରକୁ ନେଇ ପୁରୀର ଐତିହ୍ୟ ଗ୍ରାମ କେବଳ ରଘୁରାଜପୁର ନୁହେଁ ଆଖପାଖରେ ଅନେକ ଗାଁ ଗଣ୍ଡାରେ ରହୁଛନ୍ତି ଅନେକ ପଟ୍ଟଚିତ୍ରଶିଳ୍ପୀ । ବୀରବଳଭଦ୍ରପୁରରେ Dedicate to people ସଂସ୍ଥା ପକ୍ଷରୁ କିଛି ଚିତ୍ରଶିଳ୍ପୀଙ୍କୁ ନେଇ କରାଯାଉଥିବା କର୍ମଶାଳାରେ ୭ରୁ ଅଧିକ ମହିଳାମାନଙ୍କୁ ପଟ୍ଟଚିତ୍ର କାମ ଦିଆଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି । ଆଉ ପଟ୍ଟଚିତ୍ର ଆମର କୌଳିକ କଳା ହେଇଥିବାରୁ ଏଭଳି କାର୍ଯ୍ଯ କରିବାକୁ ସବୁବେଳେ ମିଳୁନାହିଁ । ତେଣୁ ଏଭଳି ବରାଦ ଆସିଲେ ଆମେ କାର୍ଯ୍ୟ କରି ଦି ପଇସା ରୋଜଗାର କରୁ । ହେଲେ ଆମ ଅଞ୍ଚଳର ପଟ୍ଟଚିତ୍ର ଆଜି ସାରା ବିଶ୍ୱରେ ପରିଚିତ ହୋଇଥିବା ବେଳେ ଏବେବି ଅବହେଳିତ ଅଛନ୍ତି ପଟ୍ଟଚିତ୍ରଶିଳ୍ପୀ । ତେଣୁ ରାଜ୍ୟ ସରକାର ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ ପାଇଁ ଯଦି ମିଶନ ଶକ୍ତିରେ କିଛି ବ୍ୟବସ୍ଥା କରନ୍ତେ ତେବେ ସେମାନେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇପାରନ୍ତେ ବୋଲି କହିଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ଆମେ ଦି ପଇସା ରୋଜଗାର କରିପାରନ୍ତୁ ବୋଲି କହିଛନ୍ତି ପଟ୍ଟଚିତ୍ର ଶିଳ୍ପୀଗୁରୁ । ଦିନକୁ ଦିନ ପଟ୍ଟଚିତ୍ରର ଆଦର ବଢୁଥିବା ବେଳେ ପଟ୍ଟଚିତ୍ର ଶିଳ୍ପୀ ପରିଶ୍ରମ କରୁଛି ହେଲେ ପେଟ ପୁରୁନାହିଁ । କାହିଁକି ନାଁ ଅନେକ ଶିଳ୍ପୀ ନିଜେ କାର୍ଯ୍ୟ କଲେ ମଧ୍ୟ ମାର୍କେଟିଂର ଅଭାବରୁ ସେମାନଙ୍କ କଳା ଅବହେଳିତ । ତେଣୁ ରାଜ୍ୟ ସରକାର ଏମାନଙ୍କ ପାଇଁ ଯଦି ବଜାରର ବ୍ୟବସ୍ଥା କରନ୍ତେ ବୋଧହୁଏ ଏମାନେ ଆତ୍ମନିର୍ଭରଶୀଳ ହେବା ସହ ଭୋକାଲ ଫର ଲୋକାଲର ବାର୍ତ୍ତା ସଫଳ ହୋଇପାରନ୍ତା ।
Published by:Soubhagya Mishra
First published: