ଖଡିରେ ଛୋଟ ରଥ ତିଆରି କରି ଓଡ଼ିଶାକୁ ଗର୍ବିତ କରାଇଲେ କନ୍ଧମାଳର ପ୍ରତ୍ୟୁଷ କୁମାର ଚୌଧୁରୀ

ନିଆରା କଳାକୃତ୍ତି ପାଇଁ ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି ପ୍ରତ୍ୟୁଷ କୁମାର ଚୌଧୁରୀ । କୁନି ରଥ ତିଆରି କରି ସବୁ ମହଲରୁ ପ୍ରଶଂସା ପାଇଛନ୍ତି ସେ ।

ଖଡିରେ ଛୋଟ ରଥ ତିଆରି କରି ଓଡ଼ିଶାକୁ ଗର୍ବିତ କରାଇଲେ କନ୍ଧମାଳର ପ୍ରତ୍ୟୁଷ କୁମାର ଚୌଧୁରୀ

ଖଡିରେ ଛୋଟ ରଥ ତିଆରି କରି ଓଡ଼ିଶାକୁ ଗର୍ବିତ କରାଇଲେ କନ୍ଧମାଳର ପ୍ରତ୍ୟୁଷ କୁମାର ଚୌଧୁରୀ

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛନ୍ତି କନ୍ଧମାଳର ଛାତ୍ର ଏନ.ପ୍ରତ୍ୟୁଶ କୁମାର ଚୌଧୁରୀ। ସବୁଠୁ ଛୋଟ ରଥ ତିଆରି କରିଛନ୍ତି ଫୁଲବାଣୀର ପ୍ରତ୍ୟୁଷ କୁମାର ଚୌଧୁରୀ । ପ୍ରତ୍ୟୁଷ ଏକ ଚକ୍‌ଖଡ଼ିରେ ନିର୍ମାଣ କରିଛନ୍ତି ରଥ । ଆଉ ଏହି ରଥରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଏହି କଳାକୃତ୍ତି ପାଇଁ ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି ପ୍ରତ୍ୟୁଷ ।

କରୋନା ମହାମାରୀ ସମୟରେ ଲକଡାଉନ ଲୋକେ ଘରେ ବନ୍ଦ ହୋଇ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ ପ୍ରତ୍ୟୁଷ କୁମାରଙ୍କ ମନ ଭିତରକୁ ନୂଆ ନୂଆ ଆଇଡିଆ ଆସିଥିଲା । ହଠାତ୍ ସେ ପରିକଳ୍ପନା କଲେ ବିଶ୍ୱନିୟନ୍ତାଙ୍କ ପାଇଁ ସେ ସବୁଠୁ ଛୋଟ ରଥ ତିଆରି କରିବେ । ଖଡିକୁ ମୁଖ୍ୟ ଉପାଦାନ ଭାବରେ ନେଇ କାମରେ ଲାଗିପଡ଼ିଲେ । ଦୁଇ ଥରରେ ସେ ସଫଳତାର ସହ ଖଡି ସାହାଯ୍ୟରେ ନିର୍ମାଣ କଲେ ବିଶ୍ୱର ସବୁଠୁ କ୍ଷୁଦ୍ରତର ରଥ । ଏହାର ଉଚ୍ଚତା ୧.୯ ସେଣ୍ଟିମିଟର ଥିବା ବେଳେ ଲମ୍ବା ୨.୫ ସେଣ୍ଟିମିଟର ଥିବା ପ୍ରତ୍ୟୁଷ ଦାବି କରନ୍ତି ।

ଏହି କ୍ଷୁଦ୍ରାତି କ୍ଷୁଦ୍ର ରଥା ପାଇଁ ଏସିଆ ବୁକ ଅଫ ରେକର୍ଡ ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ସ୍ଥାନକୁ ପକ୍କା କରିଛନ୍ତି । ତେବେ ଏ ସଫଳତା ତାଙ୍କୁ ଆଗକୁ ଯିବାକୁ ଆହୁରୁ ପ୍ରେରଣା ଯୋଗାଇବେ ବୋଲି କହିଛନ୍ତି ସେ ।

ବିବିଏ ପାଠ ପଢୁଥିବା ପ୍ରତ୍ୟୁଷ ଭବିଷ୍ୟତରେ ଜଣେ ଡିଜାଇନର ହେବା ଲକ୍ଷ ରଖିଛନ୍ତି । ଭବିଷ୍ୟତରେ ତାଙ୍କ କଳାକୃତି ଗିନିଜ ବୁକ ଅଫ ରେକର୍ଡରେ କିଭଳି ସ୍ଥାନ ପାଇବ ସେ ନେଇ ସଂଘର୍ଷ ଜାରି ରଖିଛନ୍ତି ପ୍ରତ୍ୟୁଷ । ପ୍ରତ୍ୟୁଷଙ୍କ ଏହି ସଫଳତା ପାଇଁ ବାପା-ମା' ସହ ପୂରା ପରିବାର ବେଶ ଖୁସି ଅଛନ୍ତି । ଆଗକୁ ପୁଅ କିଭଳି ସଫଳତାର ଶୀର୍ଷ ଛୁଇଁବ ସେ ନେଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ତାଙ୍କ ବାପା-ମା' ।

ପ୍ରତ୍ୟୁଷଙ୍କ ମା' ଏନ.ବସନ୍ତ ମଞ୍ଜରୀ ଚୌଧୁରୀ କହିଛନ୍ତି, "ତାର ଛୋଟବେଳୁ ଡ୍ରଇଂ ପ୍ରତି ଆଗ୍ରହ ଥିଲା। ବଡ଼ ହେଲା ପରେ ଶିଖିଲା। ଏ ଇଚ୍ଛା ତା'ର ଦିନକୁ ଦିନ ବଢ଼ିଚାଲିଲା। ବହୁ ଉପରକୁ ଉଠିଲା। ଖଲ୍ଲିକୋଟ ଆର୍ଟ କଲେଜରେ ପାଠ ପଢ଼ିଲା । ଖଡିରେ ତିଆରି ରଥ ବହୁତ ଚମତ୍କାରିତା ରହିଛି। ଛୋଟ ଛୋଟ ଖଡି କାଟି ଚକ ଲଗେଇ ଚଲେଇବା କିଛି ଛୋଟ କଥା ନୁହେଁ।। ତା'ର ଏହି କାର୍ଯ୍ୟକୁ ନେଇ ପୂରା ପରିବର ଗର୍ବିତ ଅନୁଭବ କରୁଛୁ ।’’

ପ୍ରତ୍ୟୁଷଙ୍କ ବାପା ଏନ.ପ୍ରଶାନ୍ତ ଚୌଧୁରୀ କହିଛନ୍ତି, "କରୋନା ସମୟରେ ଘରେ ରହି ଏଭଳି କଳାକୃତି କରିଛି। ଭବିଷ୍ୟତରେ ଆହୁରି ଭଲ କରିବା ଗିନିଜ ବୁକ ଅଫ ରେକର୍ଡରେ ପାଇଁ ଲକ୍ଷ ରହିଛି।’’

କନ୍ଧମାଳରେ ଜନ୍ମିତ ପ୍ରତ୍ୟୁଷଙ୍କ ଏହି ସଫଳତା ପାଇଁ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଓ ସାଂସଦ ଅଚ୍ୟୁତ ସାମନ୍ତ ପ୍ରଶଂସା କରିଛନ୍ତି।
Published by:Lipina Das
First published: