ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା; ସିଂହଦ୍ୱାର ଥାନାରେ ୨ଟି ଏତଲା

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରଲ ଘଟଣାରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଶ୍ରୀମନ୍ଦିର ଏକାଦଶୀ ସେବା ସଙ୍ଘ ପକ୍ଷରୁ ଯୁବ ସେବାୟତମାନେ ସିଂହଦ୍ୱାର ଥାନାରେ ଆଉ ଏକ ଏତଲା ଦିଆଯାଇଛି ।

ଶ୍ରୀମନ୍ଦିର ଗର୍ଭଗୃହ ଫୋଟୋ ଭାଇରାଲ ଘଟଣା; ସିଂହଦ୍ୱାର ଥାନାରେ ୨ଟି ଏତଲା

ଶ୍ରୀମନ୍ଦିର ଗର୍ଭଗୃହ ଫୋଟୋ ଭାଇରାଲ ଘଟଣା; ସିଂହଦ୍ୱାର ଥାନାରେ ୨ଟି ଏତଲା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ;  ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରଲ ଘଟଣାରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଶ୍ରୀମନ୍ଦିର ଏକାଦଶୀ ସେବା ସଙ୍ଘ ପକ୍ଷରୁ ଯୁବ ସେବାୟତମାନେ ସିଂହଦ୍ୱାର ଥାନାରେ ଆଉ ଏକ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ଆଇନ ଅନୁସାରେ ଓ ଫୋଟୋ ଭାଇରାଲ ନେଇ ଆଇଟି ଆକ୍ଟରେ ଦଣ୍ଡ ବିଧାନ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଛନ୍ତି ଏକାଦଶୀ ସେବା ସଂଘର ସଭାପତି ଯୁବ ସେବାୟତ ଭବାନୀ ଶଙ୍କର ଦାସ" ।

ଶ୍ରୀମନ୍ଦିରରେ ସିଂହଦ୍ୱାର ଓ ପଶ୍ଚିମଦ୍ୱାରରେ ପ୍ରବେଶ କରି ଦର୍ଶନ ପାଇଁ ବ୍ୟବସ୍ଥା ରହିଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ।  ଶ୍ରୀମନ୍ଦିର ଭିତରକୁ ଯାଉଛି ସହ ସହ ମୋବାଇଲ । ସେବାୟତ , ଆନନ୍ଦ ବଜାରରେ କାର୍ଯ୍ୟରତ କର୍ମଚାରୀ , ପୋଲିସ ଓ ଶ୍ରୀମନ୍ଦିର କର୍ମଚାରୀ ମୋବାଇଲ ବ୍ୟବହାର କରୁଥିବା ନଜିର ରହିଛି । ତେବେ ଏଭଳି ରତ୍ନ ସିଂହାସନ ଓ ଗର୍ଭଗୃହର ଫୋଟୋ ଓ ଭିଡିଓ ଭାଇରାଲ ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ । ତେଣୁ ଆମ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାକୁ ହେଲେ ଭକ୍ତମାନେ ଏଭଳି ରିଲ କରିବା ଭାଇରଲ କରିବାରୁ ନିବୃତ ରୁହନ୍ତୁ । ମହାପ୍ରଭୁଙ୍କ ପାଖକୁ ଭକ୍ତିର ସହ ଆସି ସାନିଧ୍ୟ ଲାଭ କରିବା ହେଉଛି ଆମ ପରମ୍ପରା ବୋଲି କହିଛନ୍ତି ଭକ୍ତ" ।

"ସେପଟେ ମୋବାଇଲ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବହୁଭାଷୀ ସୂଚନା ଫଳକ କିମ୍ୱା ଡାକବାଜିରେ ଘୋଷଣା କରାଯାଉନାହିଁ ।  ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ । ଆଉ ଏଭଳି ଘଟଣା ପାଇଁ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଦାୟୀ ବୋଲି କହିଛନ୍ତି ଆଇନଜୀବୀ ଶରତ ରାୟଗୁରୁ "।

ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଗୁଇନ୍ଦା ସୂଚନା ରହିଥିଲେ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ନିଘା ନାହିଁ ପୋଲିସର । ତେଣୁ କିଭଳି ମୋବାଇଲ ଗଲା ଓ ଭିଡିଓ କାହା ମୋବାଇଲରୁ ଉତ୍ତଳନ କରାଯାଇଛି ଏସବୁ ତଦନ୍ତ ପରେ ସ୍ପଷ୍ଟ ହେବ । ହେଲେ ଏଭଳି ଘଟଣାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ଜଗନ୍ନାଥପ୍ରେମୀ ।
Published by:Soubhagya Mishra
First published: