ପିଡିଏସ ସେଣ୍ଟରରେ ମୋଦିଙ୍କ ଫଟୋ; ଲୋକେ ଜାଣିବେ ମାଗଣା ଚାଉଳ କେନ୍ଦ୍ରର
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜନୀତିର ସେଣ୍ଟରରେ ରାଇସ ପୋଲିଟିକ୍ସ। ଯାହାକୁ ନେଇ ପୁଣି ତେଜିଲା ଚାଉଳ ରାଜନୀତି। କେନ୍ଦ୍ର ଦେଉଛି। ରାଜ୍ୟ ବାହାବା ନେଉଛି। ତାକୁ ଚେକ ଦେଵ ପାଇଁ ଅଣ୍ଟା ଭିଡ଼ିଛି ବିଜେପି। ଏଣିକି ମାଗଣା ଚାଉଳ କେନ୍ଦ୍ର ସରକାର ଦେଉଛିନ୍ତି ବୋଲି ଲୋକଙ୍କୁ ଜଣାଇବ ବିଜେପି। ରାଜ୍ୟର ସମସ୍ତ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ମୋଦିଙ୍କ ଫଟୋ ଲାଗିଥିବା ବ୍ୟାନର ଲଗାଇବ ବିଜେପି। ସେପଟେ ମାଗଣା ଚାଉଳକୁ ନେଇ କେନ୍ଦ୍ର ତଥା ବିଜେପି ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି।
ରାଜ୍ୟର ସମସ୍ତ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ମୋଦିଙ୍କ ଫଟୋ ଲାଗିଥିବା ବ୍ୟାନର ଲଗାଇବ ବିଜେପି। ଯେଉଁଥିରେ ଲେଖା ରହିବ ମାଗଣା ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣା ଚାଉଳ ଯୋଗାଇବେ କେନ୍ଦ୍ର ସରକାର। ଚାଉଳ ଓ ଗହମ ଦେବା ସମୟରେ NFSA ଲେଖା ଥିବା ପ୍ରିଣ୍ଟ ଲୋକଙ୍କୁ ଦେବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ସ୍ପଷ୍ଟ ଭାବେ ଲେଖାଥିବା ଆବଶ୍ୟକ। ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭାର କର୍ମକର୍ତ୍ତାଙ୍କ ସହ ଭିସି ଜରିଆରେ ଏନେଇ ଆଲୋଚନା କରିଛନ୍ତି। ମାଗଣାରେ ଯୋଗାଉଥିବା ପାଞ୍ଚ କେଜି ଚାଉଳ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବ ବିଜେପି। ତା ସହ ବିଜେପି ଲୋକଙ୍କୁ କହିବ କେନ୍ଦ୍ର ଦେଉଛି। ରାଜ୍ୟ ନାଁ ନେବା ପାଇଁ ଚଞ୍ଚକତା କରୁଛି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ।
ସେପଟେ ମାଗଣା ଚାଉଳକୁ ନେଇ କେନ୍ଦ୍ର ତଥା ବିଜେପି ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ଦେଇଥାନ୍ତି। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟର ର ଅଂଶ ରହିଛି। ଲୋକଙ୍କୁ ଠିକଣା ଭାବରେ ମିଳିବା ଦରକାର। ନିର୍ବାଚନ ବର୍ଷରେ ଶ୍ରେୟ ରାଜନୀତି ହୋଇଥାଏ। କିନ୍ତୁ ଏଥିରେ ଲୋକଙ୍କ ଲାଭ କିଛି ହୋଇନଥାଏ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।