ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଫାର୍ମାସିଷ୍ଟ ଦେଖିବେ ରୋଗୀ; କେବଳ ୧୩ ପ୍ରକାର ରୋଗ ପାଇଁ ଦେବେ ଔଷଧ

ଫାର୍ମାସିଷ୍ଟ ଦେଖିବେ ରୋଗୀ; କେବଳ ୧୩ ପ୍ରକାର ରୋଗ ପାଇଁ ଦେବେ ଔଷଧ

ଫାର୍ମାସିଷ୍ଟମାନେ ରୋଗୀଙ୍କ ଚେକଅପ କରିବେ। ରୋଗୀମାନଙ୍କୁ ପରୀକ୍ଷା କରି ୧୩ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟମାନେ ଔଷଧ ଦେବେ ବୋଲି ନିୟମ ରହିଛି।

ଫାର୍ମାସିଷ୍ଟ ଦେଖିବେ ରୋଗୀ; କେବଳ ୧୩ ପ୍ରକାର ରୋଗ ପାଇଁ ଦେବେ ଔଷଧ
ଫାର୍ମାସିଷ୍ଟମାନେ ରୋଗୀ ପରୀକ୍ଷା କରି ଔଷଧ ଦେବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 23, 2021, 6:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଫାର୍ମାସିଷ୍ଟମାନେ ରୋଗୀଙ୍କ ଚେକଅପ କରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି। ରୋଗୀମାନଙ୍କୁ ପରୀକ୍ଷା କରି ୧୩ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟମାନେ ଔଷଧ ଦେବେ ବୋଲି ନିୟମ ରହିଛି।

ଏଣିକ ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବା ନେଇ ସରକାରୀ ନିୟମ ଲାଗୁ ହୋଇଛି। ଯେଉଁ ହସ୍ପିଟାଲରେ ଜଣେ ଡାକ୍ତର ଅଛନ୍ତି, ସେଠାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ସୁପାରିଶ କରୁଛନ୍ତି। ତାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି। ଫାର୍ମାସିଷ୍ଟମାନେ ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଫାର୍ମାସିଷ୍ଟମାନେ କେଉଁ କେଉଁ ରୋଗର ଚିକିତ୍ସା କରିପାରିବେ ଓ କେଉଁ କେଉଁ ଔଷଧ ଦେଇପାରିବେ ତାହାର ଏକ ତାଲିକା ପ୍ରକାଶ ପାଇଛି। ଏନେଇ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ଫାର୍ମାସିଷ୍ଟମାନେ ଯେଉଁ ରୋଗ ପାଇଁ ଔଷଧ ଦେବେ ସେଗୁଡ଼ିକ ହେଉଛି ଜ୍ଵର, ମ୍ୟାଲେରିଆ, ଛିଙ୍କ, କାଶ, ଚର୍ମ ରୋଗ, ଡାଇରିଆ, ଆଘାତ, ପୋଡ଼ାଜଳା ଓ ଅଣ ସଂକ୍ରମଣ ରୋଗ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଯେଉଁଠି ଡାକ୍ତର ନାହାଁନ୍ତି, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଗଲା"।

ଜଣେ ଡାକ୍ତର ଥିବା ହସ୍ପିଟାଲରେ ଫାର୍ମାସିଷ୍ଟ ରୋଗୀ ଦେଖିବେ। ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇଏମଏ ଓଡ଼ିଶା ଶାଖାର ପୂର୍ବତନ ସଭାପତି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି," ଏଭଳି ନିୟମକୁ ମୁଁ ନାପସନ୍ଦ କରୁଛି। ଯଦି ଜଣେ ପାଞ୍ଚ ବର୍ଷ ଡାକ୍ତରୀ ପାଠ ପଢ଼ିବା ସତ୍ତ୍ୱେ ଚିକିତ୍ସାରେ ଭୁଲ ହେଉଛି କିଭଳି ଜଣେ ଫାର୍ମାସିଷ୍ଟ ରୋଗୀ ଚିକିତ୍ସା କରିବା। ଏହାଦ୍ବାରା ସମାନ୍ତରାଳ ଆଉଟଡୋର ଚାଲିବ। କିଛି ଏହାର ଦୁରୁପଯୋଗ କରିବେ। ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ଥିଲେ ବି ଜଣେ ଫାର୍ମାସିଷ୍ଟ କେବେ ଡାକ୍ତର ହୋଇପାରିବ ନାହିଁ"।

ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ଚୌଧୁରୀ, "ଏହାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କହିବା ସହ ଭଲ ପଦକ୍ଷେପ ବୋଲି କହିଛନ୍ତି। ତେବେ ରୋଗ ଦେଖିକି ଔଷଧ ଲେଖିଦେଲେ ରୋଗର ନିରୂପଣ ହୋଇପାରିବ ନାହିଁ। ଏଥିପାଇଁ ଫାର୍ମାସିଷ୍ଟମାନଙ୍କୁ ଅଧିକ ତାଲିମର ଆବଶ୍ୟକତା ରହିଛି। ସେହିପରି ଫାର୍ମାସିଷ୍ଟ ଦେଖୁଥିବା ରୋଗୀର ଯଦି ରୋଗ ବଢ଼ିଚାଲିଲା ସେ କ୍ଷେତ୍ରରେ ଫାର୍ମାସିଷ୍ଟ ଡାକ୍ତରଙ୍କୁ ଜଣାଇବା ଦରକାର"।

ସେହିପରି ରାଜ୍ୟ ଫାର୍ମାସିଷ୍ଟ ସଂଘ ସଭାପତି ନବୀନ ମହାପାତ୍ର କହିଛନ୍ତି, "ଏହା ପୁରୁଣା କଥା। ୨୦୦୩ ମସିହାରେ ଏଭଳି ନିର୍ଦ୍ଦେଶ ଆସିଥିଲା। ଏବେ ତାର କିଛି ସଂଶୋଧନ ହୋଇଛି। ଡାକ୍ତର ନଥିବା ସମୟରେ ଫାର୍ମାସିଷ୍ଟ ଚିକିତ୍ସା କରୁଥିବା ସରକାର ହୄଦୟଙ୍ଗମ କରିଥିବାରୁ ଧନ୍ୟବାଦ ଜଣାଉଛି। ଏହାକୁ ନେଇ ବିବାଦ ହେବାର କିଛି କାରଣ ନାହିଁ। ଫାର୍ମାସିଷ୍ଟମାନଙ୍କ ଅଭିଜ୍ଞତା ରହିଛି।"
Published by: Soumya Das
First published: September 23, 2021, 6:23 PM IST